ଜାଣନ୍ତୁ କାହିଁକି ଏବଂ କେମିତି ଭୀମଙ୍କ ଶରୀରରେ ଆସିଲା ଦଶ ହଜାର ହାତୀର ବଳ?

ମହାଭାରତ ଅନୁସାରେ ଭୀମ ପାଣ୍ଡବ ମାନଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଭୀମ ପବନ ଦେବତାଙ୍କ ବରଦାନ ସ୍ୱରୂପରେ କୁନ୍ତୀଙ୍କ ଠାରୁ ଉତ୍ପନ୍ନ ହୋଇଥିଲେ। କୁହାଯାଏ ଯେ ପାଣ୍ଡବମାନଙ୍କ ମଧ୍ୟରେ ଭୀମ ସବୁଠାରୁ ଶକ୍ତିଶାଳୀ ଥିଲେ। ମହାଭାରତ ଯୁଦ୍ଧରେ ଭୀମ ସମସ୍ତ କୌରବ ବଂଶକୁ ବଧ କରିଦେଇଥିଲେ। ତାଙ୍କଦ୍ୱାରା ଦୁର୍ଯ୍ୟଧନଙ୍କର ବଧ ହେବା ସହ ମହାଭାରତ ଯୁଦ୍ଧ ଶେଷ ହୋଇଥିଲା। କୁହାଯାଏ ଯେ ଭୀମଙ୍କ ଶରୀରରେ ଦଶ ହଜାର ହାତୀଙ୍କର ବଳ ରହିଥିଲା। ଭୀମଙ୍କ ଠାରେ ଦଶ ହଜାର ହାତୀଙ୍କର ବଳ କେମିତି ଆସିଲା ? ଜାଣନ୍ତୁ ଏହି ପ୍ରସଙ୍ଗ।

bhimaaପାଣ୍ଡବ ପୁତ୍ର ଭୀମଙ୍କ ବିଷୟରେ ଏହା କୁହାଯାଏ ଯେ ତାଙ୍କ ଶରୀରରେ ଦଶ ହଜାର ହାତୀ ର ବଳ ଥିଲା। ଯେଉଁକାରଣରୁ ଥରେ ସିଏ ନର୍ମଦା ନଦୀର ପ୍ରବାହକୁ ଅଟକାଇ ଦେଇଥିଲେ। ପାଣ୍ଡବ ଏବଂ କୌରବଙ୍କ ଛୋଟ ସମୟରୁ ହିଁ ଭୀମ ମଧ୍ୟରେ ଏହି ଶକ୍ତି ଜଡ଼ିତ ହୋଇଛି। ଛୋଟ ବେଳେ ପାଣ୍ଡବ ଏବଂ କୌରବ ସାଙ୍ଗରେ ହିଁ ଖେଳୁଥିଲେ। ଏହି ସମୟରେ ଦୌଡ଼ିବା ,ଲକ୍ଷ୍ୟ ଲଗାଇବା ଏବଂ କୁସ୍ତି ଆଦି ସବୁ ଖେଳରେ ଭୀମ ଧ୍ରୁତରାଷ୍ଟ୍ରଙ୍କ ପୁତ୍ରଙ୍କୁ ହରାଇ ଦେଉଥିଲେ।

ନିଶ୍ଚୟ ପଢ଼ନ୍ତୁ : କାହିଁକି କ୍ଷତ୍ରୀୟଙ୍କୁ ୨୧ ଥର ସଂହାର କରିଥିଲେ ପର୍ଶୁରାମ,ଜାଣନ୍ତୁ ଏହା ପଛର ଥିବା ଗଭୀର ରହସ୍ୟ

ତାଙ୍କ ମନରେ କୌଣସି ପ୍ରକାର ଶତ୍ରୁ ଭାବନା ନଥିଲା। କିନ୍ତୁ ଦୁର୍ଯ୍ୟଧନଙ୍କ ମନରେ ଭୀମଙ୍କ ପ୍ରତି ଦୁର୍ଭାବନା ଜନ୍ମ ହୋଇଥିଲା। ଏହାପରେ ସେ ଉଚିତ ସମୟ ପାଇଲେ ଭୀମଙ୍କୁ ମାରିବା ପାଇଁ ବିଚାର କରିଥିଲେ। ଥରେ ଦୁର୍ଯ୍ୟଧନ ପାଣ୍ଡବଙ୍କୁ ଗଙ୍ଗା ନଦୀ କୂଳରେ ଖେଳିବାପାଇଁ ଡ଼ାକିଲେ। ଯାହାକୁ ପାଣ୍ଡବମାନେ ସ୍ୱିକାର କରି ଗଙ୍ଗା କୂଳକୁ ଆସିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଖେଳ ଆରମ୍ଭ ହେଲା। ଏହିସମୟରେ ସୁଯୋଗ ପାଇ ଦୁର୍ଯ୍ୟଧନ ଭୀମଙ୍କ ଖାଦ୍ୟରେ ବିଷ ମିଶାଇ ଦେଲେ। ବିଷର ପ୍ରଭାବରେ ଭୀମ ଯେତେବେଳେ ଅଚେତ ହୋଇଗଲେ ସେତେବେଳେ ଦୁର୍ଯ୍ୟଧନ ଦୁଃଶାସନଙ୍କ ସହିତ ମିଶି ଭୀମଙ୍କୁ ବାନ୍ଧି ଗଙ୍ଗାରେ ଫୋପାଡ଼ି ଦେଲେ।

bheemaଭୀମ ଏହି ଅବସ୍ଥାରେ ନାଗ ଲୋକରେ ପହଞ୍ଚିଗଲେ। ସେଠାରେ ସାପମାନେ ଭୀମଙ୍କୁ ବହୁତ ଆଘାତ କରିଥିଲେ। ଜାହାର ପ୍ରଭାବରେ ବିଷର ପ୍ରଭାବ କମିଯାଇଥିଲା। ଯେତେବେଳେ ଭୀମଙ୍କର ହୋସ୍ ଆସିଲା ତେବେ ସେ ସାପ ମାନଙ୍କୁ ମାରିବାକୁ ଲାଗିଲେ। ଏହାପରେ ସମସ୍ତ ନାଗ ଡ଼ରିଯାଇ ନାଗରାଜ ବାସୁକୀଙ୍କ ନିକଟକୁ ଗଲେ ଏବଂ ସବୁ କଥା କହିଲେ। ତେବେ ନାଗ ରାଜ ବାସୁକୀ ନିଜ ସାଥିଙ୍କ ସହିତ ମିଶି ଭୀମଙ୍କ ନିକଟକୁ ଗଲେ। ସେଠାରେ ଆର‌୍ୟ୍ୟକ ନାଗ ଭୀମଙ୍କୁ ଚିହ୍ନି ପାରିଥିଲେ ଏବଂ ସେ ଭୀମଙ୍କୁ ବହୁତ ସ୍ନେହ କଲେ। ସେହି ସମୟରେ ଆଯ୍ୟର୍କ ବାସୁକିଙ୍କୁ କହିଲେ ଭୀମଙ୍କୁ ସେହି କୁଣ୍ଡର ରସ ପିଇବାକୁ ଦିଆଯାଉ ଯେଉଁଥିରେ ଦଶ ହଜାର ହାତୀର ବଳ ରହିଛି। ଏହିପରି ଭାବରେ କୁଣ୍ଡର ରସ ପିଇ ଭୀମ ଦଶ ହଜାର ହାତୀର ବଳ ପ୍ରାପ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.