ଦୁନିଆର ଏକ ବିପଜ୍ଜନକ ହ୍ରଦ, ଯାହାର ପାଣି ପିଇଲେ ମୃତ୍ୟୁ ସୁନିଶ୍ଚିତ

ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ, ଯିଏ ଏହି ହ୍ରଦର ଜଳ ପିଇଛନ୍ତି ସେ ଆଉ ବଞ୍ଚିନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାଚୀନ କାଳରେ ଏଠାକୁ ଯାଉଥିବା ଜଣେ କୁଷ୍ଠରୋଗୀଙ୍କୁ ସ୍ଥାନୀୟ ଲୋକମାନେ ଖାଦ୍ୟ ଏବଂ ଆଶ୍ରୟସ୍ଥଳକୁ ବାରଣ କରିଥିଲେ। ଏହା ପରେ ସେ ସେହି ଲୋକମାନଙ୍କୁ ଅଭିଶାପ ଦେଇଥିଲେ ଏବଂ ହ୍ରଦ ଭିତରକୁ ପ୍ରବେଶ କରି ଅଦୃଶ୍ୟ ହୋଇଗଲେ। କୁହାଯାଏ ଯେ, ସକାଳେ ହ୍ରଦ ଭିତରୁ ଡ୍ରମ୍‌, ପଶୁ ଏବଂ ଲୋକମାନଙ୍କର ଚିତ୍କାର ଶୁଣିବାକୁ ମିଳେ। ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ମଧ୍ୟ ଅଛି ଯେ, ଭଣ୍ଡା ଆଦିବାସୀମାନଙ୍କୁ ଖୁସି କରିବା ପାଇଁ ଏହି ହ୍ରଦଟି ପର୍ବତରେ ବାସ କରୁଥିବା ଏକ ବିରାଟ ଡ୍ରାଗନ ଦ୍ୱାରା ସୁରକ୍ଷିତ। ଯେଉଁଥିରେ ଅବିବାହିତ ଝିଅମାନେ ନାଚିଥାନ୍ତି।

ଭୂସ୍ଖଳନ ହେତୁ ମୁତାଲି ନଦୀର ପ୍ରବାହ ଅବରୋଧ ହେତୁ ପ୍ରାଚୀନ କାଳରେ ଏହି ହ୍ରଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ଏକ ରହସ୍ୟ ହୋଇ ରହିଛି ଯେ, ଏହି ନଦୀର ଜଳ ସମ୍ପୂର୍ଣ୍ଣ ପରିଷ୍କାର। ତା’ପରେ ସେଥିରେ କ’ଣ ଅଛି, ଯାହା ଏହାକୁ ପିଇବା ପରେ ଲୋକ ମରିଯାଇଥାନ୍ତି।

ଏହି ହ୍ରଦର ଜଳର ରହସ୍ୟ ଜାଣିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର ଅନୁସନ୍ଧାନକାରୀମାନେ ବିଫଳ ହୋଇଥିଲେ। କୁହାଯାଏ, ୧୯୪୬ ମସିହାରେ ଆଣ୍ଡି ଲେଭିନ ନାମକ ଜଣେ ବ୍ୟକ୍ତି ଏହି ହ୍ରଦର ଜଳର ସତ୍ୟତା ଜାଣିଥିଲେ। ସେ ସେଠାରୁ ପାଣି ଏବଂ କିଛି ଉଦ୍ଭିଦ ନେଇ ଯାଇଥିଲେ। କିନ୍ତୁ ହଠାତ୍‌ ସେ ରାସ୍ତା ହରାଇଲେ। ଏହା ତାଙ୍କ ସହିତ ଅନେକ ଥର ଘଟିଥିଲା।

ଏହି ହ୍ରଦର ଜଳ ଆଜି ମଧ୍ୟ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି। ଅଧିକାଂଶ ଲୋକ ହ୍ରଦର ବିପଜ୍ଜନକ ଜଳ ପଛରେ କିଛି ବିଷାକ୍ତ ଗ୍ୟାସ ନିଗମନକୁ ଦାୟୀ କରନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଠୋସ୍‌ ପ୍ରମାଣ ମିଳିପାରି ନାହିଁ।

Leave A Reply

Your email address will not be published.