ଅଷ୍ଟ୍ରେଲିଆରେ ପ୍ରଥମେ ନିଆଁ ଏବଂ ବର୍ଷା ଓ ବନ୍ୟା ପରେ ଏବେ ଆଉ ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିୟା ସହରରେ ଏବେ ମ୍ରୁତ୍ୟୁର ନାମ ହେଉଛି ବୁଢ଼ିଆଣୀ। ଆପଣ ଏହା ଶୁଣି ଭାବୁଥିବେ ଆମେ ପରିହାସ କରୁଛୁ। ଭାବିବେ ଯେ ସାମାନ୍ୟ ବୁଢ଼ିଆଣି କେମିତି କାହା ପାଇଁ ସମସ୍ୟା ହୋଇପାରେ। କିନ୍ତୁ ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ବୁଢ଼ିଆଣୀ ବିଷୟରେ ସେ ମାତ୍ର ୧୫ ମିନିଟରେ ମଣିଷର ଜୀବନ ନେଇଯାଉଛି। ଏହି ବୁଢ଼ିଆଣୀର ନାମ ହେଉଛି ଫନେଲ ୱେବ ସ୍ପାଇଡର।
ଅଷ୍ଟ୍ରେଲିଆରେ ଜଙ୍ଗଲରେ ଲାଗିଥିବା ନିଆଁ ସମୟରେ ବୁଢ଼ିଆଣୀ ମାଟି ତଳେ ଲୁଚି ରହିଥିଲେ। କିନ୍ତୁ ଯେତେବେଳେ ମୂଷଳ ଧାରାରେ ବର୍ଷା ହେଲା ଏବଂ ବନ୍ୟା ହେଲା ସେତେବେଳେ ବୁଢ଼ିଆଣୀ ସବୁ ସହର ଆଡକୁ ଚାଲିଆସିଲେ।
ଅଷ୍ଟ୍ରେଲିଆ ସହରରେ ଫନେଲ ୱେବ ସ୍ପାଇଡରର ଜାଲ ବ୍ୟାପିବାରେ ଲାଗିଛି। ଏହି ବୁଢ଼ିଆଣୀ୪୦ ପ୍ରଜାତିର ଅଟେ। ଏହା ଦୁନିଆର ସବୁଠା ଭୟଙ୍କର ଏବଂ ବିଷାକ୍ତ ବୁଢ଼ିଆଣୀ ପ୍ରଜାତିର। ଏହି ବୁଢ଼ିଆଣୀ କାମୁଡିବାର ୧୫ ମିନିଟ ମଧ୍ୟରେ ମଣିଷର ମୃତ୍ୟୁ ହୋଇଯାଏ।
ସିଡନୀ, ନ୍ୟୁ ସାଉଥ ୱେଲସରେ ଏହି ବୁଢ଼ିଆଣୀର ପ୍ରକୋପ ଅଧିକ ବଢ଼ିଯାଇଛି। ଏହି ବିଷାକ୍ତ ବୁଢ଼ିଆଣୀର ବିଷରେ ଆଣ୍ଟି-ଭେନମ ଔଷଧ ତିଆରି କରାଯାଏ। ଏହାର ଚୋଟ ଏତେ କ୍ଷତିକାରକ ଯେ କାମୁଡିଥିବା ସ୍ଥାନରେ ଗଭୀର ଲାଲ ରଙ୍ଗର ଚିହ୍ନ ହୋଇଯାଏ।
ଯେଉଁ ଲୋକଙ୍କୁ ଏହି ବୁଢ଼ିଆଣୀ କାମୁଡିଦିଏ ତାଙ୍କ ମୁହଁରୁ ଲଗାତର ଫେଣ ବାହାରିଥାଏ। ଏହାସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ମାଂସପେଶୀ ଟାଣି ହୋଇଯାଏ। ବାନ୍ତି ମଧ୍ୟ ହୋଇଥାଏ। ବ୍ଲଡପ୍ରେସର ବଢ଼ିଯାଏ ଏବଂ ୧୫ ମିନିଟରେ ମଣିରେ ମୃତ୍ୟୁ ହୋଇଯାଏ।