ଗାଧୋଇବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅଦ୍ଭୁତ ବ୍ୟବସ୍ଥା, ଦେଖିଲେ ନ ହସି ରହିପାରିବେନି, ଭାଇରାଲ ଭିଡିଓ

ଶୀତ ଦିନେ ଗାଧୋଇବା କଥା ଭାବିଲେ ଦେହ ଶିତେଇ ଯାଏ । ଖରାଦିନେ ଗାଧୋଇବା ଯେତେ ମଜାଦାର,ଥଣ୍ଡାରେ ଗାଧୋଇବା ସେତେ କଷ୍ଟକର । କେହି କେହି ତ ଥଣ୍ଡାରେ ଦୁଇ ତିନି ଦିନ ନ ଗାଧୋଇ ବି ରହିଯାଆନ୍ତି । ଗାଧୁଆ ଘରେ ଗାଧୋଇବା ତ ସହଜ ହୋଇପାରେ । ହେଲେ ନଦୀ କିମ୍ବା ପୋଖରୀରେ ଗାଧୋଇବା କଥା ପୁରା ଭିନ୍ନ ।

ଥଣ୍ଡା ପାଣି ଶରୀରରେ ପଡ଼ିଲେ ଦେହ ଶୂନ ହୋଇଯାଇଥାଏ । ଜଣେ ବ୍ୟକ୍ତିଙ୍କୁ ନଦୀ ବା ପୋଖରୀରେ ଗାଧୋଇବାର ଥିଲା । ଏଥିପାଇଁ ସେ ଭଲ ଯୋଗାଡ ଲଗାଇଲେ । ଯାହାକି ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଛି ।

ଭିଡ଼ିଓରେ ଦେଖାଯାଇଛି ଯେ ବ୍ୟକ୍ତି ଜଣକ ଏକ ନଦୀ ବା ପୋଖରୀରେ ଗାଧୋଉଛନ୍ତି । ବ୍ୟକ୍ତି ଜଣକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏମିତି ଏକ ଯୋଗାଡ଼ (ବ୍ୟବସ୍ଥା) ଲଗାଇଛନ୍ତି ଯାହାକୁ ଦେଖିଲେ କେହି ନହସି ରହିପାରିବେ ନାହିଁ । ବ୍ୟକ୍ତି ଜଣକ ଗାଧୋଉଛନ୍ତି । ତାଙ୍କ ଆଗରେ ଏକ ନିଆଁ ଜଳୁଥିବା ପାତ୍ର ଭାସୁଛି । ବ୍ୟକ୍ତି ଜଣକ ପାଣିରେ ଥରେ ବୁଡ଼ୁଛନ୍ତି ଓ ଆଗରେ ଜଳୁଥିବା ନିଆଁକୁ ଦେହରେ ଲଗାଉଛନ୍ତି ।

video credit : Rupin Sharma

ପୁଣି ପାଣିରେ ବୁଡ ଲଗାଉଛନ୍ତି ଓ ଆଗରେ ଭାସୁଥିବା ନିଆଁରୁ ଗରମ ନେଉଛନ୍ତି । ଏହି ମଜାଦାର ଭିଡ଼ିଓକୁ ତାଙ୍କ ଟ୍ଵିଟର ହାଣ୍ଡେଲରେ ସେୟାର କରିଛନ୍ତି ରୁପେନ ଶର୍ମା ନାମକ ଜଣେ ଆଇପିଏସ ଅଫିସର । ସେ ଏହାର କ୍ୟାପସନରେ ଲେଖିଛନ୍ତି ‘ମେରା ଭାରତ ମହାନ…..ହୋନହାର ଭାରତ’ । ଭିଡ଼ିଓରେ ଆଉ ଏକ କ୍ୟାପସନ ମଧ୍ୟ ଲେଖାଯାଇଛି ଏତେ ଚତୁର ଲୋକ ଭାରତରେ ହିଁ କାହିଁକି ଜନ୍ମ ନିଅନ୍ତି ।

୧୫ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଲୋକଙ୍କୁ ଏହା ଖୁବ୍‌ ପସନ୍ଦ ଲାଗିଛି । ୟୁଜର୍ସ ଏହାକୁ ନେଇ ମଜାଦାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
ଜଣେ ଲେଖିଛନ୍ତି ‘ପାନୀମେ ଆଗ ଲଗାନା କୋ ସହି ସାବିତ କରତେ ହୁଏ’ ଅର୍ଥାତ- ପାଣିରେ ନିଆଁ ଲଗାଇବା, ଏହାକୁ ହିଁ କହନ୍ତି । ଆଉ ଜଣେ ଲେଖିଛନ୍ତି ‘ଅଖଣ୍ଡ ଜ୍ଞାନୀ’, ସେହିପରି ଆଉ ଜଣେ ଲେଖିଛନ୍ତି ‘ଜୁଗାଡ ମେଁ ଭାରତୀୟଙ୍କୁ କେହି ହରାଇ ପାରିବେନି ’ । ଏହାଛଡ଼ା ମଧ୍ୟ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.