ଶ୍ରାବଣର ପ୍ରଥମ ସୋମବାରରେ ବନୁଛି ଗଜକେସରୀ ଯୋଗ, ଶିବଙ୍କ କୃପାରୁ ମାଲାମାଲ ହେବେ ଏହି ୫ଟି ରାଶିର ବ୍ୟକ୍ତି

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କ ପ୍ରିୟ ବାର ସୋମବାର ହୋଇଥିବାରୁ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବେଶ୍‌ ଖାସ୍‌ ହୋଇଥାଏ। ଶିବଙ୍କୁ ଭକ୍ତି କରିବାପାଇଁ ଏହା ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ଚଳିତ ବର୍ଷ ୨୦୨୨ର ପ୍ରଥମ ଶ୍ରାବଣ ସୋମବାର ଦିନ ପଡ଼ୁଛି ଗଜକେସରୀ ଯୋଗ। ଜ୍ୟୋତିଷଙ୍କ ମୁତାବକ, ଯେତେବେଳେ କୌଣସି ରାଶିରେ ଗୁରୁ ଓ ଚନ୍ଦ୍ରମା ଏକାସାଙ୍ଗେ ଅବସ୍ଥାନ କରିଥାନ୍ତି, ସେତେବେଳେ ଗଜକେଶରୀ ଯୋଗ ବନିଥାଏ। ଆଜି ଜୁଲାଇ ୧୮ରେ ମୀନ ରାଶିରେ ଗୁରୁ ଓ ଚନ୍ଦ୍ର ଏକାଠି ଅବସ୍ଥାନ କରୁଥିବାରୁ ଗଜକେସରୀ ଯୋଗ ବନୁଛି। ଏହି ଯୋଗ କେତେକ ରାଶି ପାଇଁ ଅତି ଉତ୍ତମ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଗଜକେସରୀ ଯୋଗ ଯୋଗୁ କେଉଁ କେଉଁ ରାଶିର ଭାଗ୍ୟ ଚମକିବ…

ବୃଷ:

ଗଜକେସରୀ ଯୋଗ ବୃଷ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଫାଇଦା ଦେବ। ଏହି ରାଶିର ଲୋକଙ୍କୁ ପ୍ରଚୁର ଧନ ଲାଭ ହେବ। କୌଣସି ଭଲ ଖବର ମିଳିପାରେ। କ୍ୟାରିୟରରେ ସଫଳତା ମିଳିବ। ଅଟକିଥିବା କାମ ପୂରଣ ହେବ। ସମ୍ପତ୍ତି ସହ ଜଡ଼ିତ ମାମଲାରେ ବିଜୟୀ ହେବେ।

କର୍କଟ:

କର୍କଟ ରାଶି ଲୋକଙ୍କୁ ଶ୍ରାବଣର ପ୍ରଥମ ସୋମବାରରେ ବନୁଥିବା ଗଜକେସରୀ ଯୋଗ ଯୋଗୁ ପ୍ରବଳ ଲାଭ ମିଳିବ। କ୍ୟାରିୟରରେ ଉନ୍ନତି ହେବ। ଘରେ ସୁଖ-ଶାନ୍ତି ଲାଗି ରହିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ।

Gaja Keshari

ସିଂହ:

ସିଂହ ରାଶିର ବ୍ୟକ୍ତିଙ୍କୁ ଗଜକେସରୀ ଯୋଗ ଆର୍ଥିକ ଲାଭ ଦେବ। ସ୍ଥିତି ଭଲ ରହିବ। ଚିନ୍ତା କମିବ। ଅଟକିଥିବା କାମ ହୋଇଯିବ। ଶିବ ଲିଙ୍ଗରେ ବେଲ ପତ୍ର ଚଢ଼ାଇବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଅଧିକ ଲାଭ ହେବ।

ମକର:

ଗଜ କେସରୀ ଯୋଗ ଯୋଗୁ ମକର ରାଶିର ଲୋକ ଲାଭ ବାନ୍‌ ହେବେ। ସ୍ଥିତି ସୁଧୁରିବ। ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। କ୍ୟାରିୟରରେ ଆସୁଥିବା ବାଧା ଦୂର ହେବ। ବିବାହ ସ୍ଥିର ହେବ।

ମୀନ:

ଆଜି ବନୁଥିବା ଗଜକେସରୀ ଯୋଗ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ସାବ୍ୟସ୍ତ ହେବ। ଅଟକି ଥିବା କାମ ଆପେ ଆପେ ହୋଇଯିବ। ପଇସା ଫସିଥିଲେ ଏବେ ହିଁ ମିଳିବ।

Also Read: ଶ୍ରାବଣ ପ୍ରଥମ ସୋମବାରରେ ପାଣି ନେଇଯାଉଥିବା କାଉଡ଼ିଆଙ୍କୁ ଧକ୍କା ଦେଲା ବସ୍‌, ୨ ମୃତ

You might also like