ଫାର୍ମହାଉସ ହେବ ତ ଏମିତି: ସୁନ୍ଦର ବଗିଚା ସାଙ୍ଗକୁ ପଶୁ ପକ୍ଷୀଙ୍କ ରାବରେ ଫାଟି ପଡୁଛି ସାରା ପରିବେଶ

ଚାକିରିରୁ ଅବସର ସମୟକୁ ସଦୁପଯୋଗ କରି ନିର୍ମାଣ କଲେ ଫାର୍ମହାଉସ । ପୁଣି ଥରେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ମଧ୍ୟ ରୋଜଜାର ଯୋଗାଇଲେ। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣି ଗ୍ରାମର ରେଲ୍ଓ୍ବେ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଗନ୍ଧର୍ବ ସେନ ମହାରଣାଙ୍କ କଥା।

କାମାକ୍ଷାନଗର(କେନ୍ୟୁଜ୍): ଚାକିରିରୁ ଅବସର ସମୟକୁ ସଦୁପଯୋଗ କରି ନିର୍ମାଣ କଲେ ଫାର୍ମହାଉସ । ପୁଣି ଥରେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ମଧ୍ୟ ରୋଜଜାର ଯୋଗାଇଲେ। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣି ଗ୍ରାମର ରେଲ୍ଓ୍ବେ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଗନ୍ଧର୍ବ ସେନ ମହାରଣାଙ୍କ କଥା।

ଜଙ୍ଗଲ ପରିବେଶ ଭିତରେ ଅନାବନା ଗଛ ସାଙ୍ଗକୁ ଅତି ଖରାପ ଅବସ୍ଥାରେ ଥିବା ଜାଗାକୁ ଜୀବନ ରୂପ ଦେଇଛନ୍ତି ଗନ୍ଧର୍ବ ସେନ ମହାରଣା ଓ ତାଙ୍କ ପରିବାର। ଚାକିରି ସମୟରେ ଏକ ଫାର୍ମ ହାଉସ ନିର୍ମାଣ କରି ସେଥିର ସମସ୍ତ ପ୍ରକାରର ଚାଷ ଗୋଟିଏ ଯାଗାର କରିବାର ପ୍ରୟାଶ କରିଥିଲେ। ଆଜି ସେହି ଫାର୍ମ ହାଉସ ତାଙ୍କୁ ଦେଇଛି ଏକ ନୂତନ ପରିଚୟ। ୧୩ବର୍ଷ ତଳେ ୫ ଏକର ଜଗା କିଣିିଥିଲେ। ନିଜ ଘର ଢେଙ୍କାନାଳ ଜିଲ୍ଲାର ବଉଳପୁର ହୋଇଥିବା ବେଳେ ଏବେ ସେ ସେହି ଠିକଣା ଭୁଲି ଏବେ ଏଠାରେ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି ।

gandharba

ଗନ୍ଧର୍ବ ସେନ ପ୍ରଥମେ ଶିକ୍ଷକତାରୁ ଚାକିରି ଜୀବନ ଆରମ୍ଭ କରିବାଥିବା ବେଳେ , ପରେ ପରେ ବ୍ୟାଙ୍କରେ ଚାକିରି ଏବଂ ଶେଷରେ ରେଲୱେ ବିଭାଗରେ ଚାକିରୀ କରି ୨୦୨୦ ମସିହାରେ ଅବସର ଗ୍ରହଣ କରିଛନ୍ତି ।ତାଙ୍କର ସ୍ୱପ୍ନ ଥିଲା ଗାଁ ପରିବେଶ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ଭିତରେ ଶେଷ ସମୟ କାଟିବାକୁ। ୨୦୧୦ ମସିହାରେ ଅଁଳାବେରେଣି ଠାରେ ୫ଏକର ଜାଗା କିଣି ନିର୍ମାଣ କରିଛନ୍ତି ବଗିଚା ସାଙ୍ଗକୁ ଗୃହ ପାଳିତ ପଶୁ ପକ୍ଷୀଙ୍କ ଫାର୍ମ ହାଉସ।

ଚାକିରି ଜୀବନ ଭିତରେ ବାହାରେ ରହୁଥିବା ବେଳେ ଛୁଟି ସମୟରେ ଏଠାକୁ ଆସି ଏହାର ରୂପରେଖ ବଦଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ତାଙ୍କୁ ତାଙ୍କ ପରିବାର ଲୋକ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ତା ସାଙ୍ଗକୁ ଏଠାରେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇ ରୋଜଗାରକ୍ଷମ କରିପାରିଛନ୍ତି । ଏବେ ତାଙ୍କ ଫାର୍ମ ହାଉସରେ ଭଳିକି ଭଳି ଆମ୍ବ ଯଥା-ଦୋସୋରୀ ,ଆମ୍ବର ପାଲି, ଲାଟ ସୁନ୍ଦରୀ ,ମାଲଦା,ବାଇଗଣ ପଲେଇ ଭଳି ଆମ୍ବ ଫଳୁଥିବା ବେଳେ ବିକ୍ରି ମଧ୍ୟ କରୁଛନ୍ତି।ସପୁରୀ,ସେପେଟା ,ଲିଚୁ,ପିଜୁଳି,ଲେମ୍ବୁ,ପଣସ, ହଳଦୀ, ଓଲୁଓ ,ଅଦା ଭଳି ଚାଷ ହୋଇଛି।

bird

ଏହା ସହିତ ମେଣ୍ଢା ଚାଷ ,କୁକୁଡ଼ା,ହଂସ ଚାଷ ଏବଂ ମାଛ ଚାଷ ମଧ୍ୟ କରୁଛନ୍ତି।ତାସହିତ ବିଦେଶି ପକ୍ଷି ମଧ୍ୟ ରଖାଯାଇଛି। କିଚିରିମିଚିରି ଶବ୍ଦରେ ପ୍ରାକୃତିକ ପରିବେଶ ଭଳି ମନେହୁଏ ।ଜଙ୍ଗଲ ପରିବେଶ ଭିତରେ ୫ଏକର ପରିବେଶ ମଧ୍ୟରେ ନିର୍ମାଣ ହୋଇଥିବା ଏହି ଫାର୍ମ ହାଉସ ବେଶ ସୈାନ୍ଦର୍ଯ୍ୟପୂର୍ଣ ହୋଇଛି।ବର୍ଷକୁ ୭ରୁ ୮ ଲକ୍ଷ ଟଙ୍କା ରୋଜଗାର ହେଉଥିବା ବେଳେ ନିଯୁକ୍ତି ଦେଇଥିବା ଲୋକଙ୍କ ପାଇଁ ଖର୍ଚ୍ଚ ହେବାପରେ ଯାହା ବଳିଲା ତାକୁ ଏହି ଫାର୍ମ ହାଉସରେ ଲଗାଉଥିବା କହିଛନ୍ତି। ତେବେ ଏସବୁ ପାଇିଁ ସରକାରି ଭାବେ ଏଗ୍ରିକଲଚର,ହଟିକଲଚର ବିଭାଗ ତରଫରୁ ସମସ୍ତ ସହଯୋଗ ମଧ୍ୟ ମିଳିପାରିଥିବା କହିଛନ୍ତି।

ବୟସର ଅପରରାହ୍ନରେ ଚାକିରିରୁ ଅବସର ପରେ ମଧ୍ୟ ସମୟର ସଦୂପଯୋଗ କରି ସୁନ୍ଦର ପରିବେଶ ନିର୍ମାଣ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟ ମାନଙ୍କ ପାଇିଁ ପାଲଟିଛନ୍ତି ଉଦାହରଣ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.