ଭବିଷ୍ୟତ ପିଢ଼ି ପାଇଁ ଗାନ୍ଧୀ ଛାଡି ଦେଇଗଲେ ଏମିତି କିଛି ଅମୃତ ବାଣୀ, ନିଜ ଜୀବନରେ ନିଶ୍ଚିନ୍ତ କରନ୍ତୁ ପ୍ରୟୋଗ

ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ୧୯୪୮ ମସିହା ଆଜିର ଦିନରେ ନାଥୁରାମ ଗଡ୍ସେ ଗାନ୍ଧୀଙ୍କୁ ହତ୍ୟା କରିଥିଲେ । ତେଣୁ ଏହି ଦିନ ପୁରା ରାଷ୍ଟ୍ର ଏହି ଦିନକୁ “ଶହୀଦ ଦିବସ” ରୂପେ ପାଳନ କରିଥାଏ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଏମିତି ଥିଲା ଯେଉଁଥିରୁ ଯେତେ ଶିଖିଲେ ବି ହୁଏତ କମ ହେବ । ନିଜର ଏହି ଆଦର୍ଶ ବଳରେ ହିଁ ସେ ଏମିତି କାମ କରିଥିଲେ, ଯାହା ଭବିଷ୍ୟତ ପାଇଁ ଏକ ମିଶାଲ ହୋଇ ରହିଗଲା । ତେବେ ଆସନ୍ତୁ ଗାନ୍ଧୀଙ୍କର ଏମିତି କିଛି ମୁଖ ନିସୃତ ବାଣୀ ବିଷୟରେ ଜାଣିବା:

“ମଣିଷ ତା ଚିନ୍ତାଧାରାରୁ ହିଁ ସୃଷ୍ଟି ହୋଇଥାଏ । ଯାହା ସେ ଚିନ୍ତା କରେ ତାହା ଭବିଷ୍ୟତରେ ରୁପାୟିତ ହୋଇଥାଏ ।”

“ଜଣେ ଅପରିଷ୍କାର ଜୋତା ପିନ୍ଧିଥିବା ବ୍ୟକ୍ତିଙ୍କୁ ମୁଁ କେବେ ହେଲେ ବି ନିଜ ଜୀବନରେ ପ୍ରବେଶ କରେଇ ଦେବି ନାହିଁ ।”

“ମୋ’ ବିନା ଅନୁମତିରେ ମୋତେ କେହି ଆଘାତ ଦେଇ ପାରିବେ ନାହିଁ ।”

mahatma gandhi

pic courtesy: DNA India

“ଜଣେ ଦୁର୍ବଳ ବ୍ୟକ୍ତି କେବେ ବି ତ୍ୟାଗ କରିପାରେ ନାହିଁ । ଜଣେ ସବଳ ବ୍ୟକ୍ତିଙ୍କର ଏହା ହେଉଛି ସବୁଠୁ ବଡ ଗୁଣ ।”

“ଜଣେ ଭୀରୁ କେବେ ମଧ୍ୟ ଭଲ ପାଇପାରେ ନାହିଁ । ଏହା କେବଳ ମାତ୍ର ସାହସୀ ମାନଙ୍କ ପରିଚୟ ।”

“ଜୀବନକୁ ଏମିତି ବଞ୍ଚ ଯେମିତି ଆସନ୍ତା କାଲି ହିଁ ତମ ମୃତ୍ୟୁ ହେବାକୁ ଯାଉଛି । ଆଉ ଏମିତି ଶିକ୍ଷା ଗ୍ରହଣ କର ଯେମିତି ତମେ ସବୁ ଦିନ ପାଇଁ ପାଇଁ ବଞ୍ଚିବ ।”

“ଅନ୍ୟ ମାନଙ୍କ ସେବାରେ ବ୍ରତୀ ରହିବା ପରେ ହିଁ ତମେ ନିଜେ ନିଜକୁ ଠାବ କରିପାରିବ ଆଉ ଏଠି ନିଜ ସ୍ଥିତି ପରଖି ପାରିବ ।”

“ଏକ ଅତି ସାଧାରଣ ତରିକାରେ ହିଁ ତମେ ପୁରା ବିଶ୍ୱକୁ ଦୋହଲାଇ ଦିଆ ଯାଇପାରିବ ।”

“ତମେ ଆଜି ଯାହା କରୁଛ ତାହାରି ଉପରେ ହିଁ ତମର ଆସନ୍ତା କାଲି ନିର୍ଭର କରେ ।”

“ଗୋଟିଏ ମୁହଁରେ ହସ ଦେବା ଗୋଟିଏ ହୃଦୟକୁ ଖୁସି କରିବା ହଜାରେ ଥର ଭଗବାନଙ୍କୁ ପ୍ରାର୍ଥନା କରିବା ଠାରୁ ମଧ୍ୟ ବଡ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.