ସ୍ପେଶାଲ

ବିଘ୍ନହର୍ତ୍ତା ଗଣେଶଙ୍କୁ ପ୍ରସନ୍ନ କରିବା ସହ ଆଶିବାର୍ଦ ଲାଭ ପାଇଁ ଏଭଳି କରନ୍ତୁ ପୂଜା

କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ। ଭଗବାନ ଶ୍ରୀ ଗଣେଶ ଶୁଭଫଳ ଦାୟକ ହୋଇଥାନ୍ତି ଏବଂ ଲଡ଼ୁ ଭଳି ତାଙ୍କର ବାଣୀ ମିଠା ହୋଇଥାଏ ଓ ତାଙ୍କ ହସ ମଧ୍ୟ ସମସ୍ତ ଭକ୍ତମାନଙ୍କୁ ପ୍ରସନ୍ନତା କରିଥାଏ। ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଆରାଧନା କରିଥାନ୍ତି, ଗଜାନନ ତାଙ୍କର ସମସ୍ତ ବିଘ୍ନକୁ ଖଣ୍ଡନ କରିଥାନ୍ତି। ବିଶ୍ବରେ ମଧ୍ଯ ଭଗବାନ ଗଣେଶଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଇଥାଏ। ଯେପରି ଗଜାନନ, ବିଘ୍ନହର୍ତା, ଗଣପତି, ଏକଦନ୍ତ, ସିଦ୍ଧିବିନାୟକ, ଗଣେଶ ଏବଂ ଗୌରୀ ପୁତ୍ର ନାମରେ ଭକ୍ତମାନେ ଡାକ୍ତିଥାନ୍ତି।

ଅମାବାସ୍ୟା ପରେ ଶୁକ୍ଳ ପକ୍ଷରେ ପଡୁଥିବା ଚତୁର୍ଥୀକୁ ବିନାୟକ ଚତୁର୍ଥୀ ଭାବେ ପାଳନ କରାଯାଏ । ଘର ଲୋକଙ୍କ ଶୁଭ ମନାସୀ ସୁଖସମୃଦ୍ଧିର କାମନା କରି ବିନାୟକଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଆଜି ହେଉଛି ସେହି ପବିତ୍ର ଦିନ।
ନିୟମ ଅନୁଯାୟୀ ଆଜିର ଦିନରେ ଭକ୍ତିର ସହ ନୈବେଦ୍ୟ ଅର୍ପଣ କଲେ ତାହାକୁ ନିଶ୍ଚିତ ରୂପେ ଗ୍ରହଣ କରିଥାନ୍ତି ଗିରିଜା ନନ୍ଦନ । ଆଉ ମନମୁତାବକ ଫଳ ପ୍ରଦାନ କରିଥାନ୍ତି । ଏମିତି କରିବା ଦ୍ୱାରା ବିନାୟକ ଅପ୍ରସନ୍ନ ହୋଇଯାନ୍ତି ।

ଶ୍ରୀ ଗଣେଶଙ୍କୁ ଧଳା ବସ୍ତ୍ର ଅର୍ପଣ କରିବା ଉଚିତ ନୁହେଁ । ଭଙ୍ଗା ଓ ଶୁଖିଲା ଚାଉଳ ଶ୍ରୀ ଗଣେଶଙ୍କୁ ଚଢ଼ାନ୍ତୁ ନାହିଁ।ଧଳା ବସ୍ତ୍ର ପରି ଧଳା ଫୁଲ ବି ବିନାୟକଙ୍କର ପସନ୍ଦ ନୁହେଁ । ଭଗବାନ ଗଣେଶଙ୍କର ହଳଦିଆ ବସ୍ତ୍ର ଖୁବ ପସନ୍ଦ । ତାଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ଚନ୍ଦନ ଛଡ଼ାଇବା ଉଚିତ । ଭଗବାନଙ୍କୁ ତିଳକ ଲଗାଇବା ପରେ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ବି ସେହି ତିଳକ ଲଗାଇବା ଉଚିତ । ଶ୍ରୀ ଗଣେଶଙ୍କୁ ଅର୍ପଣ କରାଯାଉଥିବା ଦୁବକୁ ପ୍ରଥମେ ତର୍ପଣ କରିବା ଉଚିତ। ଏହା ବ୍ଯତୀତ ଭଗବାନଙ୍କୁ ୩, ୫ କିମ୍ବା ୭ଟି ଦୁବ ଅର୍ପଣ କରନ୍ତୁ। ଭଗବାନଙ୍କୁ ଦୁବ ଅର୍ପଣ କରିବା ଦ୍ବାରା ଉପାସକମାନଙ୍କୁ ମହତ୍ୱପୂର୍ଣ୍ଣ ଶକ୍ତି ପ୍ରାପ୍ତ ହୋଇଥାଏ। ଏହା ବ୍ଯତୀତ ଭଗବାନଙ୍କୁ ୨୧ଟି ଦୁବ ଅର୍ପଣ କରିବା ଦ୍ବାରା ଭକ୍ତର ମନସ୍କାମନା ପୂରଣ ହୋଇଥାଏ।

 

D Sonali

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

33 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago