ଆଜି ସାରା ଦେଶରେ ଗଣେଶ ଚତୁର୍ଥୀର ଉତ୍ସବ ପାଳନ କରାଯାଉଛି। ଭଗବାନ ଗଣେଶଙ୍କୁ ସୁଖ ସମ୍ରୁଦ୍ଧିର ଦେବତା ବୋଲି କୁହାଯାଏ। ଭଗବାନ ଗଣେଶ କେବଳ ଭାରତରେ ପୂଜା ପାଉଛନ୍ତି ତାହା ନୁହେଁ ବରଂ ଦୁନିଆର ସବୁଠୁ ବଡ ମୁସଲିମ ଦେଶ ଇଣ୍ଡୋନେସିଆ ଯେଉଁଠି ମାତ୍ର ୩ ପ୍ରତିଶତ ହିନ୍ଦୁ ଧର୍ମାବଲମ୍ବୀ ରହିଛନ୍ତି। ସେଠାକାର ନୋଟରେ ଭଗବାନ ଗଣେଶଙ୍କର ଫଟୋ ଛପା ଯାଇଥାଏ। ଏହି କଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥିବ। ଆସନ୍ତୁ ଜାଣିବା କାହିଁକି ଏକ ମୁସଲିମ ଦେଶର ନୋଟରେ ଭଗବାନ ଗଣେଶଙ୍କୁ ସ୍ଥାନ ଦିଆଯାଇଛି।
ନୋଟରେ ଗଣପତିଙ୍କ ଫଟୋ
ଇଣ୍ଡୋନେସିଆର କରେନ୍ସୀକୁ ଟଙ୍କା ବୋଲି ଧରାଯାଏ। ଏଠାକାର କୋଡିଏ ହଜାରିଆ ନୋଟ ଉପରେ ଭଗବାନ ଗଣେଶଙ୍କର ଛବି ରହିଛି। ଭଗବାନ ଗଣେଶଙ୍କୁ ଏହି ଦେଶରେ ଶିକ୍ଷା, କଳା ଏବଂ ବିଜ୍ଞାନର ଦେବତା ବୋଲି ଧରାଯାଏ ।
ଏହା ସହ ପଢ଼ନ୍ତୁ : ଚଳିତ ବର୍ଷ କ’ଣ ରହିଛି ଗଣେଶ ପୂଜନର ଶୁଭ ମୂହୂର୍ତ୍ତ
ନୋଟ ଉପରେ ଗଜାନନଙ୍କ ସ୍ବତନ୍ତ୍ରତା
ଇଣ୍ଡୋନେସିଆର ୨୦ ହଜାର ନୋଟରେ ସମ୍ମୁଖ ଭାଗରେ ଭଗବାନ ଗଣେଶଙ୍କର ଛବି ଅଛି ଏବଂ ପଛ ଭାଗରେ କ୍ଲାସରୁମର ଫଟୋ ଛପା ଯାଇଛି। ଯେଉଁଥିରେ ଛାତ୍ର ଏବଂ ଶିକ୍ଷକଙ୍କର ଛବି ରହିଛି।
ନୋଟ ଉପରେ ଭଗବାନ ଗଣେଶଙ୍କର ଛବିକୁ ଛାପିବାର କାରଣ
ଇଣ୍ଡୋନେସିଆର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡିଥିଲା। ଏହା ପରେ କୋଡିଏ ହଜାରର ଏକ ନୂଆ ନୋଟ ଜାରୀ କରାଯାଇଥିଲା, ଯେଉଁଠି ଭଗବାନ ଗଣେଶଙ୍କର ଛବିକୁ ଛପା ଯାଇଥିଲା। ଏହାକୁ ଛାପିବା ପଛରେ ଅର୍ଥନିତିଜ୍ଞଙ୍କ କହିବା ଅନୁଯାୟୀ ଏହିଭଳି କରିବା ଦ୍ବାରା ଅର୍ଥ ବ୍ୟବସ୍ଥା ପୁଣିଥରେ ମଜବୁତ ହୋଇଯିବ ଏବଂ ଏହିଭଳି କରିବା ପର ଠାରୁ କିଛି ଏମିତି ହିଁ ଦେଖିବାକୁ ମିଳିଥିଲା।