ସ୍ପେଶାଲ

ଧନ ପ୍ରାପ୍ତି ଏବଂ ସୁଖ ସମୃଦ୍ଧି ପାଇଁ କରନ୍ତୁ ପ୍ରଭୁ ଗଣେଶଙ୍କ ଏହି ସ୍ୱତନ୍ତ୍ର ପୂଜା

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତା ଦେବୀଙ୍କୁ ସମର୍ପିତ ରହିଥାଏ। ଆଜି ବୁଧବାର, ତେଣୁ ଆଜିର ଦିନ ଭଗବାନ ଗଣେଶକୁ ସମର୍ପିତ ରହିଥାଏ। ବୁଧବାର ଦିନ ଭଗବାନ ଗଣେଶକୁ ବିଧି ବିଧାନରେ ପୂଜା କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋହଇଥାଏ। ଶ୍ରୀ ଗଣେଶ ପ୍ରସନ୍ନ ହେଲେ ବ୍ୟକ୍ତିର ଜାତକ ଉପରେ ବିଶେଷ କୃପା ପ୍ରଦାନ କରନ୍ତି। ଯାହା ପରେ ଆପଣଙ୍କ ଜୀବନରେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ। ବୁଧବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋଇଥାନ୍ତି। ତେବେ ବୁଧବାର ଦିନ ଏହି ୭ଟି ସରଳ ଉପାୟ କରିବା ଦ୍ୱାରା ଗଣେଣ ପ୍ରସନ୍ନ ହୋଇଥାନ୍ତି।

ଏହା ବ୍ୟତୀତ ବୁଧବାର ଦିନ ବୁଧ ଗ୍ରହଙ୍କୁ ମଧ୍ୟ ସମର୍ପିତ ହୋଇଥାଏ। ଯଦି ଘରେ କୌଣସି ପ୍ରକାରର କଳି ଝଗଡ଼ା ଲାଗି ରହୁଛି, ତେବେ ବୁଧ ଗ୍ରହଙ୍କୁ ପୂଜା କଲେ ମୁକ୍ତି ମିଳିଥାଏ। ଏହା ସହ ଅଶୁଭ ଗ୍ରହର ପ୍ରଭାବ ମଧ୍ୟ ଦୂର ହୁଏ। ଏଥିପାଇଁ ବୁଧବାର ଦିନ ବ୍ରତର କେତେକ ନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ। ଏହି ଦିନ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୂର ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ରିଦ୍ଧି-ସିଦ୍ଧି କିମ୍ବର ସମ୍ପନ୍ନତା ଏବଂ ସିଦ୍ଧିର ଦେବତା ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତି କୌଣସି ରୋଗ, ଦରିଦ୍ରତା କିମ୍ବା ସଂକଟରେ ପୀଡିତ ଅଛନ୍ତି ତାହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଷଙ୍କୁ ଭକ୍ତିପୂର୍ବକ ପୂଜା କରିବା ବହୁତ ଲାଭଦାୟକ ହେବ।

କରନ୍ତୁ ଏହି ଉପାୟ :

ବୁଧବାର ଦିନ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ଉପବାସ କରାଯାଏ। ଯଦି ଆପଣ ବ୍ରତ କରିଥାନ୍ତି ତେବେ ସକାଳୁ ଜଲଦି ଉଠି ଗାଧେଇ ଗଣେଣକୁ ପୂଜା କରନ୍ତୁ।

ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ଦୁବ ନିଶ୍ଚିତ ଚଢାନ୍ତୁ। ଏହା ବହୁତ ଶୁଭ ହୋଇଥାଏ।

ବୁଧବାର ଦିନ ଗାଈକୁ ଚାରା ଖାଇବାକୁ ଦେବା ଶୁଭ ଏବଂ ଲାଭକାରୀ ହୋଇଥାଏ। ତେଣୁ ଏହି ଦିନ ଗାଈକୁ ଖାଇବାକୁ ଦେଲେ ମଧ୍ୟ ଶୁଭ ହୋଇଥାଏ।

ବୁଧବାର ଦିନ ଭୋଜନ ଭାବେ ମୁଗ ଡାଲିର ପିଞ୍ଜିରି କିମ୍ବା ହାଲଓ୍ଵା ଭୋଗ ଲଗାନ୍ତୁ। ଏହି ପ୍ରସାଦକୁ ନେଇ ସମସ୍ତଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ। ଏହାପରେ ସନ୍ଧ୍ୟାରେ ନିଜେ ଗାଧୋଇ ବ୍ରତୀ ନିଜେ ଖାଆନ୍ତୁ।

ବୁଧବାର ଦିନ ଭଗବାନ ଗଣେଶକୁ ପୂଜା କରିବା ପରେ ଗଣେଶ ଚାଳିସା ପାଠ କରିବା ଜରୁରୀ। ତେବେ ପୂଜା ସଂପନ୍ନ ହୋଇଥାଏ।

ବୁଧବାର ଦିନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଶେଷ ହୋଇଯାଏ।

ବୁଧବାର ଦିନ ଗଣେଶଙ୍କୁ ମନ୍ଦିର ଯାଇ ଗୁଡ ଭୋଗ ଲଗାନ୍ତୁ।

D Sonali

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

3 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

10 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

12 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

30 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

55 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

59 mins ago