ଚଳିତବର୍ଷ ଏହି ସମୟ ମଧ୍ୟରେ କରନ୍ତୁ ଗଣେଶ ପୂଜା, ପ୍ରସନ୍ନ ହେବେ ଗଣପତି

ଭାରତରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହୁଏ ଗଣେଶ ପୂଜା। ଏ ଅବସରରେ ୧୦ ଦିନ ଧରି ଗଣପତି ବପ୍ପାଙ୍କୁ ଶ୍ରଦ୍ଧାଳୁମାନେ ପୂଜା କରିଥାନ୍ତି। ଏହି ପୂଜାରେ ଗଣେଶଙ୍କୁ ବିଭିନ୍ନ ପ୍ରକାରର ଭୋଗ ମଧ୍ୟ ଲାଗି କରାଯାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପଡ଼ୁଛି ଗଣେଶ ପୂଜା। ଏହି ଦିନ ଲୋକମାନେ ଘରେ ଗଣପତିଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିବେ। ଯଦି ଆପଣ ବି ଚଳିତବର୍ଷ ଘରେ ଗଣେଶ ପୂଜା କରିବାକୁ ଚିନ୍ତା କରୁଛନ୍ତି, ତେବେ ଆସନ୍ତୁ ଜାଣିବା ଶୁଭ ମୁହୂର୍ତ୍ତ କେତେବେଳେ ରହିଛି…

ଚଳିତବର୍ଷ ଗଣେଶ ପୂଜା ପାଇଁ ଅପରାହ୍ନ ୧୨.୧୭ରୁ ରାତି ୧୦ ଟା ଯାଏଁ ଶୁଭ ମୁହୂର୍ତ୍ତ ରହିଛି। ଆପଣ ଏହି ସମୟରେ ଘରେ ଗଣପତିଙ୍କୁ ପ୍ରତିଷ୍ଠା କରିପାରିବେ। ଚଳିତବର୍ଷ ଅନନ୍ତ ଚତୁର୍ଦ୍ଦଶୀ ୧୯ ସେପ୍ଟେମ୍ବର ୨୦୨୧ରେ ପାଳନ କରାଯିବ। ଏହି ଦିନ ଗଣେଶଙ୍କୁ ବିଦାୟୀ ଦିଆଯିବ। ବିସର୍ଜନର ଶୁଭ ମୁହୂର୍ତ୍ତ…

ସକାଳେ- ୭.୩୯ରୁ ଅପରାହ୍ନ ୧୨.୧୪ ଯାଏଁ

ଦିନରେ- ଅପରାହ୍ନ ୧.୪୬ରୁ ୩.୧୮ ଯାଏଁ

ସନ୍ଧ୍ୟାରେ- ସନ୍ଧ୍ୟା ୬.୨୧ରୁ ରାତି ୧୦.୪୬ ଯାଏଁ

ଏହି ସମୟ ମଧ୍ୟରେ ଗଣେଶଙ୍କୁ ପ୍ରତିଷ୍ଠା ଓ ବିସର୍ଜନ କରିବାକୁ ଶାସ୍ତ୍ରରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.