ଗଙ୍ଗା ସପ୍ତମୀରେ ଭଗବାନ ଶିବଙ୍କ ଜଟାରେ ପହଞ୍ଚିଥିଲେ ମା’ ଗଙ୍ଗା

ହିନ୍ଦୁ ଧର୍ମରେ ଗଙ୍ଗା ସପ୍ତମୀର ରହିଛି ବିଶେଷ ମହତ୍ୱ।ହିନ୍ଦୁ ଧର୍ମ ଅନୁସାରେ, ବୈଶାଖ ମାସର ଶୁକ୍ଳ ପକ୍ଷର ସପ୍ତମୀ ତିଥିରେ ଗଙ୍ଗା ସପ୍ତମୀ ପାଳନ କରାଯାଏ। ତେବେ ଏହାକୁ ପାଳନ କରିବା ପଛରେ ମଧ୍ୟ ରହିଛି ବିଶେଷ କାରଣ। ଗଙ୍ଗା ସପ୍ତମୀର ସମ୍ବନ୍ଧ ପବିତ୍ର ଗଙ୍ଗା ନଦୀ ସହ ରହିଛି। ଧାର୍ମିକ ଶାସ୍ତ୍ର ରେ ଏହାକୁ ନେଇ ଏକ କଥା ରହିଛି।

ମାଆ ଗଙ୍ଗା ଧରା ପୃଷ୍ଠକୁ ଆସିବା ପାଇଁ ବ୍ରହ୍ମା ଚିନ୍ତାରେ ପଡ଼ିଯାଇଥିଲେ। ବ୍ରହ୍ମାଙ୍କ ନିର୍ଦ୍ଦେଶ ଅନୁସାରେ ରାଜା ଭାଗିରଥି କଠୋର ତପସ୍ୟା ବଳରେ ଭଗବାନ ଶିବଙ୍କୁ ପ୍ରସନ୍ନ କଲେ। ପରେ ଭୋଳାନାଥଙ୍କୁ ଏହି କଥା କୁହାଯାଇଥିଲା। ଦେବୀ ଗଙ୍ଗା ସ୍ୱର୍ଗ ଲୋକରୁ ସିଧା ନଆସି ଭୋଳାନାଥଙ୍କ ଜଟାରୁ ହୋଇ ଧରାପୃଷ୍ଠକୁ ଆସିଥିଲେ। ଏମିତିରେ ମାତା ଗଙ୍ଗାଙ୍କ ସ୍ରୋତ ପ୍ରଖର ରହିଥାଏ। ତେଣୁ ଯେପରି କୌଣସି କ୍ଷତି ନହୁଏ ସେଥିପାଇଁ ତାଙ୍କ ବେଗକୁ କମାଇବା ପାଇଁ ଭୋଳାଶଙ୍କର ନିଜ ଜଟାରେ ତାଙ୍କୁ ଧାରଣ କଲେ। ଏହାଦ୍ୱାରା ଦେବୀଙ୍କ ସ୍ରୋତ ନିୟନ୍ତ୍ର ଣରେ ରହିବ।

ଭୋଳାନାଥଙ୍କ ଜଟାକୁ ଯିବାର ଦିନକୁ ଗଙ୍ଗା ସପ୍ତମୀ ନାମରେ ନାମିତ କରାଯାଇଛି। ହିନ୍ଦୁ ଧର୍ମରେ ଏହି ତିଥିରେ ଗଙ୍ଗା ଜୟନ୍ତୀ ଏବଂ ଗଙ୍ଗା ସପ୍ତମୀ ମଧ୍ୟ କୁହାଯାଏ। ଧାର୍ମିକ ଭାବେ ଏହି ତିଥିର ବହୁତ ମହତ୍ତ୍ବ ରହିଛି।ଏହି ଦିନ ଗଙ୍ଗା ସ୍ନାନ ପରେ ମା’ ଗଙ୍ଗାଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ। ମାନ୍ଯତା ଏମିତି ରହିଛି କି, ଏପରି କରିବା ଦ୍ବାରା ବ୍ଯକ୍ତିକୁ ସବୁ ପାପ ଏବଂ ଆର୍ଥିକ ସଂକଟରୁ ମଧ୍ୟ ମୁକ୍ତି ମିଳିପାରିବେ। ତେବେ ଆସନ୍ତୁ ଜାଣିବା ଗଙ୍ଗା ଜୟନ୍ତୀ ସହିତ ଜଡିତ କିଛି ଖାସ୍ କଥା…

ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ରହିଛି କି, ଏକଦା ମା’ ଗଙ୍ଗା ତୀବ୍ର ଗତିରେ ବୋହୁଥିଲେ। ରାସ୍ତାରେ ଋଷି ଜହ୍ନୁ ଭଗବାନଙ୍କ ଧ୍ୟାନରେ ମଗ୍ନ ରହି ତପ କରୁଥିଲେ। ସେ ତପସ୍ଯା କରୁଥିବା ସ୍ଥାପରେ ତାଙ୍କ କମଣ୍ଡଳ ଏବଂ ଅନ୍ଯ ଜିନିଷ ମଧ୍ୟ ରଖାଯାଇଥିଲା। ଯାହା ଗଙ୍ଗାର ପ୍ରବାହରେ ବୋହିଯାଇଥିଲା। ଯେତେବେଳେ ଋଷିଙ୍କ ଆଖି ଖୋଲିଲା ସେ ନିଜର ଜିନିଷ ବୋହିଯାଇଥିବା ଦେଖି ରାଗି ଯାଇଥିଲେ। ଏବଂ ରାଗରେ ଗଙ୍ଗାକୁ ପିଇଯାଇଥିଲେ।

ପରେ ଭାଗିରଥୀ ଋଷିଙ୍କ ଠାରୁ ଗଙ୍ଗାଙ୍କୁ ମୁକ୍ତ କରିବା ପାଇଁ ଆଗ୍ରହ କରିଥିଲେ। ଋଷି ଭାଗିରଥୀ ଆଗ୍ରହ ସ୍ବୀକାର କରି ଗଙ୍ଗାଙ୍କୁ ନିଜ କାନରୁ ମୁକ୍ତ କରିଥିଲେ। ଯେଉଁଦିନ ଏହି ଘଟଣା ଘଟିଥିଲା, ସେହିଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.