ଗଙ୍ଗାଜଳକୁ ଯେତେଦିନ ରଖିଲେ ବି ଖରାପ ହୁଏନାହିଁ କି ଦୁର୍ଗନ୍ଧ ଆସେନାହିଁ କାରଣ କଣ ଜାଣନ୍ତୁ ….

ଭାରତରେ ଅନେକ ନଦୀ ନାଳ ରହିଛି । ସମୁଦ୍ର ରହିଛି । କିନ୍ତକୁ ବିଶେଷ ଚିନ୍ତା ନଦୀ ଗୁଡିକୁ ନେଇ । ଯାହା ସବୁବେଳେ ଦୂଷିତ ହେଉଛି । ଏହା ଭିତରେ ଯଦି ଗଙ୍ଗା ନଦୀ କଥା କହିବା ତାହା ସବୁଠୁ ବେଶୀ ମହତ୍ତ୍ୱ ରଖେ ହିନ୍ଦୁ ଧର୍ମରେ । ହିନ୍ଦୁ ଧର୍ମରେ ତ ଗଙ୍ଗା ନଦୀର ଜଳ ସମସ୍ତ ପୂଜାପାଠରେ ଲଗାଯାଏ । କୁହାଯାଏ କି କୌଣସି ବି ଅଶୁଦ୍ଧ ଜଳ ଉପରେ ଯଦି ଗଙ୍ଗା ପାଣି ଛିଟାଯାଏ ତେବେ ତାହା ପବିତ୍ରତା ଲାଭ କରେ । ବା ତାକୁ ପବିତ୍ର ବୋଲି ମାନାଯାଏ । ଯାହା ଫଳରେ ଏହାକୁ ପ୍ରତି ହିନ୍ଦୁ ଘରେ ରଖା ଯାଇଥାଏ । ଗଙ୍ଗା ଜଳ ବିଷୟରେ ଆଉ ଏକ କଥା ପ୍ରଚଳିତ ରହିଛି । ତାହା ଏଇଆ କି ଏହାର ପାଣି କେବେ ବି ଅଶୁଦ୍ଧ ହୁଏ ନାହିଁ । ଉଦାହରଣ ସୂରୁପ ଯଦି ଆପଣ କୌଣସି ବି ପାଣିକୁ ଏକ ବୋତଲ ମଦ୍ୟରେ ରଖିଦେଉଛନ୍ତି ତ ତାହା ସଢିଯାଏ ଆଉ ସେଥିରୁ ଦୁର୍ଗନ୍ଧ ବାହାରେ କିନ୍ତୁ ଗଙ୍ଗା ଜଳ ସହ ତାହା ହୋଇନଥାଏ । ଗଙ୍ଗା ଜଳ ଯେତେଦିନ ଯାଏଁ ରହିଲେ ବି ତାହା କୌଣସି ପ୍ରକାର ଦୁର୍ଗନ୍ଧ ହୋଇନଥାଏ ।

ଗଙ୍ଗା ଜଳ କେବେ ବି ଖରାପ ହୁଏ ନାହିଁ । ଏହାର ପବିତ୍ର ରହିବାର ଖାସ କାରଣ ରହିଛି । କାରଣ ହେଉଛି ଗଙ୍ଗା ନଦୀର ସ୍ଥଳ । ଯେଉଁ ସ୍ଥାନକୁ ଗଙ୍ଗାଙ୍କର ଉତ୍ପତ୍ତି ତାହା ହିମାଲୟ ପର୍ବତରେ । ଏହି ସ୍ଥାନରୁ କେତେ ପ୍ରକାରର ଜଡିବୁଟ୍ଟି ଓ ଖଣିଜ ପଦାର୍ଥ ମିଳିଥାଏ । ଏସମସ୍ତ ପଦାର୍ଥ ଗଙ୍ଗାଙ୍କ ସମ୍ପର୍କରେ ଆସି ପାଣି ସହ ମିଶିଯାଇଥାନ୍ତି । ଯାହା ଫଳରେ ଗଙ୍ଗା ପାଣିରେ ଚମତ୍କାରିତା ଗୁଣ ମିଳିଥାଏ ।

କହିରଖୁଛୁ କି ଗଙ୍ଗା ଜଳରେ ଏକ ଏଭଳ ି ଭାଇରସ ମିଳିଥାଏ ଯାହା ପାମିର ସମସ୍ତ ଅଶୁଦ୍ଧତାକୁ ଭାଙ୍ଗିଥାଏ ତାହା ସହ କୌଣସି ଖରାପ ବ୍ୟାକ୍ଟେରିଆକୁ ଜନ୍ମ ହେବାକୁ ଦେଇନଥାଏ । ଯାହାଫଳରେ ଏହାକୁ ବହୁ ଦିନଧରି ଷ୍ଟୋର କରି ରଖିଲେ ବି କୌଣସି ପ୍ରକାର ଦୁର୍ଗନ୍ଧ ଆସିନଥାଏ । ଯଦିଓ କିଛି ସ୍ଥାନରେ ମଣିଷର ଦୁର୍ବୁଦ୍ଧି ପାଇଁ ଏହାଲ ପାଣି ଦୁଷିତ ହେଉଛି ତଥାପି ତାର ପୁନରୁଦ୍ଧାର ପାଇଁ ବି ଚେଷ୍ଠା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.