ମଣିଷ ହୋଇ ବି କଲେ ପଶୁ ଠାରୁ ବି ହୀନ କାମ, ମହିଳାଙ୍କୁ ନିର୍ଦ୍ଧୁମ ବାଡେଇଲେ ତିନି ଜଣ ନୃଶଂସ ବ୍ୟକ୍ତି

ଦିଲ୍ଲୀରେ ଜଣେ ମହିଳାଙ୍କୁ ତିନି ଜଣ ଦୁବୃର୍ତ୍ତ ଏତେ ନୃଶଂସ ଭାବେ ପିଟୁଛନ୍ତି ଦେଖିଲେ ଆପଣଙ୍କ ଆଖିର ପଲକ ଖସିଯିବ। ଆପଣ କହିବେ କଣ ଏତେ ବି ନୃଶଂସ ଥାନ୍ତି ମଣିଷ। ପୁରୁଷ ହୋଇ କେମିତି ସଂଘବଧ ଭାବେ ଏକାକି ମହିଳାଙ୍କୁ ଆକ୍ରମଣ କରୁଛନ୍ତି କେଜାଣି। ଏହି ଘଟଣା ବାହାର ଦିଲ୍ଲୀର ରାଜ ପାର୍କ ଥାନା ଅଞ୍ଚଳର। ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଏହି ଛାତିଥରା ଭିଡିଓକୁ ଥରେ ଦେଖନ୍ତୁ ଯେ କେମିତି ଜଣେ ମହିଳାଙ୍କୁ ତିନି ଜଣ ବ୍ୟକ୍ତି ଅତି ନୃଶଂସ ଭାବେ ପିଟି ଚାଲିଛନ୍ତି। ଗାଈ ଗୋରୁ କୁକୁର ମାଙ୍କଡକୁ ବାଡେଇବା ଭଳି ଏ ମଶିଷ ତିନି ଜଣ ଜଣେ ମହିଳାଙ୍କୁ ଏକଦମ୍‌ ପଶୁ ଭଳି ମାଡ ମାରୁଛନ୍ତି। ଏମାନେ ଯେଉଁଭଳି ଭାବେ ମାଡ ମାରୁଛନ୍ତି ଆପଣ ଦେଖିଲେ କହିବେ ଏମାନେ ମଣିଷ ଜୀବନ ତ ପାଇଛନ୍ତି କିନ୍ତୁ ପଶୁ ଠାରୁ ବି ହୀନ।

ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏ ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ ତିନି ଜଣ ନୃଶଂସ ବ୍ୟକ୍ତି ହାତରେ ମୋଟା ବାଡି ଧରି ଅତି ନୃଶଂସ ଭାବେ ମହିଳାଙ୍କ ଅତି ଅମାନୁଷିକ ଭାବେ ପିଟି ଚାଲିଛନ୍ତି। ଆଉ ଏମିତି ଆଖି ବୁଜା ମାଡ ମାରୁଛନ୍ତି ମହିଳା ଜଣଙ୍କ ତଳେ ପଡି ଚିତ୍କାର କରୁଛନ୍ତି। କିନ୍ତୁ ଏ ପଶୁମାନଙ୍କୁ ମହିଳାଙ୍କ ଚିତ୍କାର ଶୁଣାଯାଉନାହିଁ।

ଏହି ଘଟଣା ୨୨ ମାର୍ଚ୍ଚର ଅଟେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ଲୋକ ଏହି ମହିଳାଙ୍କୁ ବେସବଲ୍‌ ଏବଂ ବାଡି ଧରିକି ପିଟି ଚାଲିଥିଲେ ସେମାନେ ହେଉଛନ୍ତି ଏହି ମହିଳାଙ୍କ ପଡୋଶୀ। ତେବେ କଣ ପାଇଁ ଏମାନେ ଏପରି ସଂଘବଧ ଭାବେ ଆକ୍ରମଣ କଲେ ତାହାର କାରଣ ସ୍ପଷ୍ଟ ଜଣାପଡିନି। ପୋଲିସ ସିସିଟିଭି ଭିଜୁଆଲ ଆଧାରରେ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିଛି।

You might also like