ଦୁଇଟି ଯାକ କିଡନୀ ନଷ୍ଟ, କେମିତି ଚଳାଇବେ ପରିବାର ସେନେଇ ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଉପେନ୍ଦ୍ର ଗୌଡ

ଗଞ୍ଜାମ(କେନ୍ୟୁଜ୍‌): ଆଉ କିଛି ଉପାୟ ହିଁ ନାହିଁ ଉପେନ୍ଦ୍ରଙ୍କ ପାଖରେ। ହାର୍ ମାନିଛି ତାଙ୍କର ସବୁ ଉଦ୍ୟମ । ନିଜର ଦୁଇଟି ମୂଲ୍ୟବାନ ଅଙ୍ଗ ନଷ୍ଟ ହୋଇଯିବା ପରେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ଉପେନ୍ଦ୍ର। କେମିତି ଚଳାଇବେ ନିଜ ପିଲା-ଛୁଆର ସଂସାର, ତାକୁ ନେଇ ଏବେ ଚିନ୍ତାରେ। ଆଉ କିଛି ବାଟ ପାଇଲେ ନାହିଁ ତେଣୁ ବଞ୍ଚିବା ପାଇଁ ସହାୟତା ମାଗୁଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ କ୍ଷତ୍ରୀୟବରପୁର ପଞ୍ଚାୟତ ବାଘୁଆପଲ୍ଲୀ ଗାଁର ଉପେନ୍ଦ୍ର ଗୈ।ଡ଼ ।

ଆଖିରେ ଆଖିଏ ଲୁହଧରି ଥରିଲା ହାତରେ ପୁଅକୁ ଖୁଆଇ ଦେଉଛି ପରିଣତ ବୟସର ମା’ । ପାଖରେ ବସି ପୁଅର ମୁଣ୍ଡକୁ ଆଉଁସି ଦେଉଛନ୍ତି ବାପା । ଠିକ୍ ଯେମିତି ଛୋଟ ଥିଲା ବେଳେ ଖୁଆଉଥିଲେ । ଖାଲି ସେତିକି ନୁହେଁ ଜନ୍ମକଲା ପୁଅ ପାଇଁ ବାପା ହିସାବରେ ଯାହା କରିବା କଥା ଏବେ ବାପା ପାଇଁ ତାହା କରିବାକୁ ପଡୁଛି କଅଁଳା ଛୁଆକୁ । ଆଉ ସ୍ତ୍ରୀ, ସ୍ବାମୀଙ୍କ ସେବା କରିବା ସହିତ ଦିନରାତି ଲୁହ ଗଡେଇବା ଛଡ଼ା ଯେମିତି କିଛି ଚାରା ହିଁ ନାହିଁ । ବୁଢ଼ା ବାପା-ମା’, ଛୋଟ ପୁଅ ଓ ସ୍ତ୍ରୀଙ୍କର ଆଶ୍ବାସନା ତାଙ୍କୁ ଯେମିତି ବଞ୍ଚାଇ ରଖିଛି । ଖାଲି ଜୁଳୁ-ଜୁଳୁ କରି ଦେଖୁଛନ୍ତି । ଉପେନ୍ଦ୍ରଙ୍କର ଦୁଇ ଟିଯାକ କିଡନୀ ନଷ୍ଟ ହୋଇ ଯାଇଛି । ଉପେନ୍ଦ୍ରଙ୍କ କଥା ଆମ ନଜରକୁ ଆସିବାପରେ , ଭଂଜନଗର ଉପ-ଜିଲ୍ଲାପାଳଙ୍କୁ ଜଣାଇଥିଲୁ । ଏହାପରେ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ଉପ-ଜିଲ୍ଲାପାଳ । ହେଲେ ସେତିକି କଣ ଯଥେଷ୍ଟ ହେବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.