ଚାଲିଗଲେ ଆନ୍ଦୋଳନକାରୀ: ୧୦ ଘଣ୍ଟା ଧରି ଅଳିଆ ସଫା କଲେ ଯୁବକ, ଉପହାରରେ ମିଳିଲା କାର

ଆମେରିକାର ମିନେପୋଲିସ ସହରରେ ପୋଲିସ ହେପାଜତରେ ଥିବା ଜର୍ଜ ଫ୍ଲୋୟଡ ନାମକ ଜଣେ କୃଷକାୟଙ୍କ ମୃତ୍ୟୁ ପରେସାରା ଆମେରିକାରେ ପ୍ରତିବାଦରେ ନିଆଁ ଜଳିଥିଲା। ଲୋକେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆମେରିକାର ୧୪୦ଟି ସହର ଜଳୁଛି। ଏସବୁ ଭିତରେ ଜଣେ ବ୍ୟକ୍ତି ସ୍ୱତନ୍ତ୍ର କାମ କରି ପ୍ରଶଂସିତ ହୋଇଛନ୍ତି। ପ୍ରତିବାଦ ପରି ଲୋକେ ଘରକୁ ଯିବା ପରେ ଚାରିଆଡେ ଅଳିଆ ଆବର୍ଜନା ପଡିଥିବା ଦେଖି ଆଣ୍ଟେନିଓ ସବୁ ସଫା କରିଥିଲେ। ୧୮ ବର୍ଷୀୟ ଆଣ୍ଟେନିଓ ନ୍ୟୁୟର୍କରେ ରାତି ୨ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୧୦ ଘଣ୍ଟା ଧରି ଅଳିଆ ସଫା କରିଥିଲେ।

anibnia

ଆଣ୍ଟେନିଓଙ୍କ ଏପରି କାର୍ଯ୍ୟରେ ମେଟ ବଲକ୍‌ ନାମକ ଜଣେ ବ୍ୟକ୍ତି ଖୁସି ହୋଇ ତାଙ୍କୁ ଏକ କାର ପ୍ରଦାନ କରିଥିଲେ। ମେଟ ବ୍ଲକ ତାଙ୍କୁ ୨୦୦୪ର ଏକ ମଡେଲ Mustang convertible କାର ଉପହାର ଦେଇଥିଲେ। ଏପରି ଉପହାର ପାଇବା ପରେ ବହୁତ ଖୁସି ହୋଇପଡିଛି ଆଣ୍ଟେନିଓ। ଆଣ୍ଟେନିଓଙ୍କ କହିବାନୁଯାୟୀ, ତାଙ୍କ ମା’ଙ୍କ ପରେ ଏପରି ଏକ କାର ଥିଲା। ସେ ଏହି ଖୁସିକୁ ଜାହିର କରିବା ପାଇଁ କୌଣସି ଶବ୍ଦ ପାଇନଥିଲେ।

teen-1

ଏହାଛଡା ଆଣ୍ଟେନିଓ ଯେଉଁ କଲେଜରେ ପଢୁଛନ୍ତି, ତାଙ୍କୁ ଏପରି କାମ ପାଇଁ ମଧ୍ୟ ସ୍କଲାରସିପ ମିଳିଛି। ଆଣ୍ଟେନିଓ ଆର୍ଥିକ ସ୍ଥିତି ଭଲ ନଥିବାରୁ ପଢିବା ପାଇଁ ପଇସା ଏକାଠି କରୁଛନ୍ତି। କିନ୍ତୁ ଏହି କାମ ଯୋଗୁଁ ତାଙ୍କୁ ଏବେ ଅନେକ ଅଫର ଆସିବାକୁ ଲାଗିଲାଣି। ସୂଚନାଯୋଗ୍ୟ, ମିନେପୋଲିସ ସହରରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଡୁରେ ଚାପି ରଖି ମାରିଦେବାର ଭିଡିଓ ଭାଇରାଲ ହେବା ପରେ ହିଂସା ଉଗ୍ର ରୂପ ଧାରଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.