ଗରୁଡ ପୁରାଣ : ଜୀବନକୁ ସୁଖମୟ କରିବା ପାଇଁ ଦୈନିକ କରନ୍ତୁ ଏହି ୫ କାମ

ପୂର୍ବ ଓ ପର ଜନ୍ମ ବିଷୟରେ ଜାଣିବାକୁ ଅଧିକାଂଶ ଲୋକଙ୍କ ମନରେ ଉତ୍ସୁକତା ରହିଥାଏ। ଏହାକୁ ଜାଣିବାକୁ ଧର୍ମ ପୁରାଣରେ ବି କେତେକ ଉପାୟ କୁହାଯାଇଛି। ମହାପୁରାଣ ଗରୁଡ଼ ପୁରାଣରେ ମନୁଷ୍ୟର ପ୍ରତ୍ୟେକ କର୍ମର ପରିଣାମ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଜୀବନକୁ ସୁଖମୟ କରିବା ପାଇଁ ଦୈନିକ କରନ୍ତୁ ଏହି ୫ କାମ

୧. ନିଜର କୁଳ ଦେବ-ଦେବୀଙ୍କୁ ପୂଜା କରନ୍ତୁ

ଆଜିକାଲି ବହୁ ଲୋକ ନିଜର କୁଳ ଦେବାଦେବୀଙ୍କ ସମ୍ପର୍କରେ ଜାଣନ୍ତି ନାହିଁ । ପ୍ରତ୍ୟେକ କୁଳର ଜଣେ ଦେବାଦେବୀ ରହିଥାନ୍ତି,ଯାହାଙ୍କ ପୂଜା ଆରଧନା ନିହାତି କରିବା ଆବଶ୍ୟକ । ଗରୁଡ ପୁରାଣରେ କୁହାଯାଇଛି ଯେ କୁଳ ଦେବାଦେବୀ ପୂଜାରେ ପ୍ରସନ୍ନ ହୋଇଥାନ୍ତି ଓ ପରିବାରର ସାତ ପିଢ଼ି ପର୍ଯ୍ୟନ୍ତ ତାଙ୍କର ଆଶିର୍ବାଦ ବଜାୟ ରହିଥାଏ । ଯାହାଦ୍ୱାରା ସୁଖି ଜୀବନ ଆସିଥାଏ ।

୨. ଦୈନିକ ନିଜେ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଲଗାନ୍ତୁ

ମନାଯାଏ ଯେଉଁ ଘରେ ଭୋଜନକୁ ନିଜେ ଖାଇବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ଭୋଗ ଲଗାଯାଏ,ସେଠାରେ ଅନ୍ନପୂର୍ଣ୍ଣା ମା’ ଓ ଲକ୍ଷ୍ମୀ ମା’ଙ୍କ କୃପା ବନି ରହିଥାଏ । ତେଣୁ ସର୍ବଦା ରୋଷେଇ ଘରେ ସଫା ସୁତୁରା ରଖିବା ଆବଶ୍ୟକ । ଯାହାଦ୍ୱାରା ଭଗବାନଙ୍କୁ ଭୋଗ ଲଗାଇପାରିବେ ।

୩. ଅନ୍ନ ଦାନ ହୋଇଥାଏ ପୂଣ୍ୟ ଦାୟୀ

ହିନ୍ଦୁ ଧର୍ମରେ ଦାନର ମହତ୍ୱ ବହୁତ ରହିଥାଏ । ଗରୁଡ ପୁରାଣରେ କୁହାଯାଇଛି ଯେ ଭୋକିଲାଙ୍କୁ ଖାଦ୍ୟ ଦାନ କଲେ ମନୁଷ୍ୟର ପୂଣ୍ୟ ବୃଦ୍ଧି ହୋଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ସାମର୍ଥ୍ୟ ଅନୁସାରେ କିଛି ନା କିଛି ଅନ୍ନ ଦାନ କରିବା ଉଚିତ୍‌ । ଏହାଦ୍ୱାରା ପରିବାରର ଉନ୍ନତି ହୋଇଥାଏ ।

୪. ଧର୍ମ ଗ୍ରନ୍ଥ ପାଠ କରନ୍ତୁ

ଗରୁଡ ପୁରାଣ ଅନୁଯାୟୀ ପ୍ରତି ବ୍ୟକ୍ତି ଧର୍ମ ଗ୍ରନ୍ଥରେ ଲୁଚି ରହିଥିବା ଜ୍ଞାନକୁ ପ୍ରାପ୍ତ କରିବା ଆବଶ୍ୟକ । ଏହାର ପ୍ରୟୋଗ ନିଜ ଜୀବନରେ କରିବା ମଧ୍ୟ ଜରୁରୀ । ଏହି ଜ୍ଞାନ ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସଂକଟ ସହ ଲଢ଼ିପାରିବେ ।

୫. ଚିନ୍ତନ ଅବଶ୍ୟ କରନ୍ତୁ

ଗରୁଡ ପୁରାଣ ଅନୁଯାୟୀ ଧ୍ୟାନ, ଜପ, ତପ ଓ ଚିନ୍ତନ ଆଦି କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଯାହାଦ୍ୱାରା ବ୍ୟକ୍ତି ଜୀବନରେ ଠିକ ନିଷ୍ପତ୍ତି ନେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.