ମୋକ୍ଷ ପ୍ରାପ୍ତି ପାଇଁ ଗରୁଡ ପୁରାଣରେ କେଉଁ ୧୦ ଜିନିଷ ଦାନ କରିବାକୁ କୁହାଯାଇଛି, ଏହାର କାରଣ କ’ଣ ଜାଣନ୍ତୁ

ହିନ୍ଦୁ ଧର୍ମରେ ଦାନ ଧର୍ମ ସମ୍ପର୍କରେ କୁହାଯାଇଛି । ଦାନ-ଦକ୍ଷିଣା ଦ୍ୱାରା ମିଳୁଥିବା ପୂଣ୍ୟ ଫଳ କେବଳ ଏହି ଜନ୍ମରେ ନୁହେଁ ପର ଜନ୍ମରେ ମଧ୍ୟ ମିଳିଥାଏ ବୋଲି କୁହାଯାଇଛି । ଏହାଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ କୁହାଯାଇଛି ।

ତେଣୁ ଜୀବନକାଳ ମଧ୍ୟରେ କିଛ ବିଶେଷ ଦାନ କରିବା ସମ୍ପର୍କରେ କୁହାଯାଇଛି । ଗରୁଡ ପୁରାଣ ଏମିତି ଏକ ଗ୍ରନ୍ଥ ଯେଉଁଥିରେ ଜନ୍ମ ଓ ମୃତ୍ୟୁ ପରର କଥା କୁହାଯାଇଛି । ମନୁଷ୍ୟକୁ ତାର କର୍ମଫଳ ଅନୁଯାୟୀ ସ୍ୱର୍ଗ ବା ନର୍କ ମିଳିଥାଏ ବୋଲି ଗରୁଡ ପୁରାଣରେ କୁହାଯାଇଛି ।

ଗରୁଡ ପୁରାଣରେ କୁହାଯାଇଥିବା ନିୟମ ପାଳନ କଲେ ଆତ୍ମାର ସଦଗତି ହୋଇଥାଏ । ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଓ ଗରୁଡଙ୍କ ସମ୍ପର୍କରେ ହୋଇଥିବା କଥୋପକଥନ । ଯେଉଁ ବ୍ୟକ୍ତି ଜୀବନକାଳ ମଧ୍ୟରେ ଏହି ୧୦ ଜିନିଷ ଦାନ କରେ ମୃତ୍ୟୁ ପରେ ତାଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଜୀବନକାଳରେ ଜରୁର କରନ୍ତୁ ଏହି ୧୦ ଜିନିଷର ଦାନ

ଗରୁଡ ପୁରାଣ ଅନୁସାରେ ଯେବେ କୌଣସି ବ୍ୟକ୍ତଙ୍କ ମୃତ୍ୟୁ ହୋଇଯାଏ, ସେବେ ସେ ରୋଜଗାର କରିଥିବା ସମସ୍ତ ଜିନିଷ ପୃଥିବୀ ପୃଷ୍ଟରେ ରହିଯାଏ । କେବଳ ତା’ର କର୍ମ ହିଁ ତା’ ସହ ଯାଇଥାଏ । ତେଣୁ ଜୀବନରେ ପୂଣ୍ୟ କର୍ମ ଓ ଦାନ କରିବାକୁ କୁହାଯାଇଛି । ତେଣୁ ବ୍ୟକ୍ତିକୁ ତା’ର ଜୀବନକାଳରେ ମୃତ୍ୟୁ ପୂର୍ବରୁ ଦାନ କରିବା ଉଚିତ୍‌ ।

ଗରୁଡ ପୁରାଣରେ ବ୍ୟକ୍ତିକୁ ନିଜ ଜୀବନକାଳରେ ତିଳ, ସ୍ୱର୍ଣ୍ଣ, ଲୁଣ, ଜଳପାତ୍ର, ଲୁହା, ତୁଳା, ଭୂମି, ପାଦୁକା ଓ ୭ ପ୍ରକାର ଶସ୍ୟ ଦାନ କରିବା ଉଚିତ । ମାନ୍ୟତା ରହିଛି ଯେ ଏହି ଜିନିଷ ଦାନ କରିବା ଦ୍ୱାରା ବ୍ୟକ୍ତିକୁ ଏହାର ପୂଣ୍ୟ ମୃତ୍ୟୁ ପରେ ଯମ ମାର୍ଗରେ ମିଳିଥା । ତା’ର ଆତ୍ମାକୁ କୌଣସି ପ୍ରକାର କଷ୍ଟ ହୋଇ ନଥାଏ ।

Leave A Reply

Your email address will not be published.