ଏମିତି ଭୁଲ କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ପଡ଼ନ୍ତି ନର୍କରେ, ତା’ପରେ ଇତର ଜୀବ ଭାବେ ପାଆନ୍ତି ଜନ୍ମ

ଧର୍ମ ଗ୍ରନ୍ଥରେ ୧୮ ଟି ପୁରାଣ ବିଷୟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରୁ ଗରୁଡ଼ ପୁରାଣକୁ ମହାପୁରାଣ ବୋଲି କୁହାଯାଇଛି। ଏଥିରେ କର୍ମ ଅନୁସାରେ ଦିଆଯାଉଥିବା ଦଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣ ଅନୁସାରେ, ଶରୀର ତ୍ୟାଗ କରିବା ପରେ କିଛି ଲୋକଙ୍କ ଆତ୍ମା ସ୍ୱର୍ଗକୁ ଯାଏ ତ ଆଉ କିଛିଙ୍କର ନର୍କକୁ। ସେଠାରେ କର୍ମ ଅନୁସାରେ କି ଦଣ୍ଡ ମିଳିବ ସେ ନେଇ ନିଷ୍ପତ୍ତି ହୋଇଥାଏ। ଗରୁଡ଼ ପୁରାଣରେ କିଛି ଏଭଳି କର୍ମ ବିଷୟରେ ବି କୁହାଯାଇଛି ଯାହାକୁ କରୁଥିବା ଲୋକଙ୍କୁ ଘୋର ଯାତନା ଭୋଗିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ସେହି କର୍ମ ବିଷୟରେ…

garuda
Image Credit: Purana

 

ଯେଉଁ ବ୍ୟକ୍ତି କୌଣସି କୁଆଁରୀ ଝିଅ ବା ମହିଳାଙ୍କୁ ଶୋଷଣ କରିଥାଏ, ତାଙ୍କୁ ବହୁ କଷ୍ଟରେ ପର ଜନ୍ମ ମିଳେ। ଏମାନେ ଅନେକ ବର୍ଷ ଯାଏ ନର୍କରେ କଷ୍ଟ ଭୋଗିଥାନ୍ତି। ପରେ ଏମାନେ ଅଜଗର ରୂପେ ଜନ୍ମ ନେଇଥାନ୍ତି।

ଯେଉଁମାନେ ଗୁରୁ କିମ୍ବା ଶିକ୍ଷକଙ୍କ ପତ୍ନୀଙ୍କୁ ଖରାପ ନଜରରେ ଦେଖିଥାନ୍ତି, ସେମାନଙ୍କୁ ନର୍କରେ ଭୟଙ୍କର ଭାବେ କଷ୍ଟ ଭୋଗିବାକୁ ପଡ଼େ। ଏହା ପରେ ସେମାନେ ଏଣ୍ଡୁଅ ଭାବେ ଜନ୍ମ ନେଇଥାନ୍ତି।

ସେହିପରି ଯେଉଁ ବ୍ୟକ୍ତି ନିଜ ବନ୍ଧୁଙ୍କ ପତ୍ନୀଙ୍କୁ ଶାରୀରିକ ଶୋଷଣ କରେ, ସେମାନେ ପର ଜନ୍ମରେ କୁକୁର ହୋଇ ଜନ୍ମ ନେଇଥାନ୍ତି।

ଗରୁଡ଼ ପୁରାଣ ମୁତାବକ, ମହିଳାଙ୍କ ଅପହରଣ କରିବା ମହାପାପ। ଯେଉଁ ବ୍ୟକ୍ତି ଏଭଳି କରିଥାଏ, ତାକୁ ନର୍କରେ ପ୍ରବଳ କଷ୍ଟ ଭୋଗିବାକୁ ପଡ଼େ। ଏଭଳି ବ୍ୟକ୍ତି ପର ଜନ୍ମରେ ବ୍ରହ୍ମ ରାକ୍ଷସ ରୂପେ ପୃଥିବୀରେ ବିଚରଣ କରିଥାନ୍ତି।

ଗରୁଡ଼ ପୁରାଣ ଅନୁସାରେ, ଯେଉଁ ମହିଳା ନିଜ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖିଥାନ୍ତି। ସେ ନର୍କରେ ଖୁବ୍‌ କଷ୍ଟ ଭୋଗିଥାନ୍ତି। ତା’ପରେ ସେ ସାପ, ବାଦୁଡ଼ି କିମ୍ବା ଏଣ୍ଡୁଅ ଭାବେ ଜନ୍ମ ନେଇ ଭୟଙ୍କର ଯାତନା ସହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.