ଅଦ୍ଭୁତ ‘ଗୌରାଙ୍ଗ ମହାପ୍ରଭୁ ବ୍ୟାଙ୍କ’, ଯେଉଁଠି ନା ଦରକାର ପଡେ ଗ୍ୟାରେଣ୍ଟର ନା ପଡିଥାଏ ପଇସା ଫେରାଇବାର ଚାପ, ଯାହାର ଦରକାର ସେ ନେଇପାରିବ ଟଙ୍କା

ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏହା ସତ୍ୟ। ଧନବାଦରେ ଏପରି ଏକ ଅଦ୍ଭୁତ ବ୍ୟାଙ୍କ ରହିଛି, ଯେଉଁଠୁ ପଇସା ଆଣିବା ପାଇଁ ଆପଣଙ୍କୁ କୌଣସି ହଇରାଣର ଶିକାର ହେବାକୁ ପଡିବ ନାହିଁ। ଆପଣକୁ ଯେତେ ପଇସା ଦରକାର ଆପଣ ଆଣିପାରିବେ, ଏହା ସହିତ ପଇସା ଫେରାଇବାର କୌଣସି ଚାପ ନଥିବା ସହିତ କୌଣସି ଗ୍ୟାରେଣ୍ଟରର ଆବଶ୍ୟକ ନଥାଏ।

ଝାଡଖଣ୍ଡର ଧନବାଦରେ ଓଝାଡିହ ନାମକ ଏକ ଗାଁ ରହିଛି। ଯେଉଁଠାରେ ଏପରି ସ୍ୱତନ୍ତ୍ର ବ୍ୟାଙ୍କ ରହିଛି। ଯାହାର ନାମ ରହିଛି ଗୌରାଙ୍ଗ ମହାପ୍ରଭୁ ବ୍ୟାଙ୍କ। ଏହି ବ୍ୟାଙ୍କର ସବୁ ଦେଣନେଣ ଆସ୍ଥା ଏବଂ ବିଶ୍ୱାସର ନିୟମରେ ଚାଲିଛି। ଏହି ବ୍ୟାଙ୍କରୁ ଲୋନ ନେବା ପାଇଁ କୌଣସି ପାସବୁକ୍‌, ଚେକ୍‌ବୁକ୍‌ କିମ୍ବା ଏଟିଏମର ଆବଶ୍ୟକତା ନାହିଁ।  ପାଖାପାଖି ୧୦୦ ବର୍ଷ ପୂର୍ବେ ଏହି ବ୍ୟାଙ୍କ ଆରମ୍ଭ ହୋଇଥିଲା। ଅତି ଆବଶ୍ୟକ ଥିବା ଲୋକମାନେ ଏହି ବ୍ୟାଙ୍କରୁ ଲୋନ ନେଇପାରନ୍ତି। ଗରିବ ଶ୍ରେଣୀର ଦରକାର ଥିବା ଲୋକ ହିଁ ଏହି ବ୍ୟାଙ୍କରୁ କରଜ ନେଇପାରନ୍ତି। ବ୍ୟାଙ୍କରୁ ଲୋନ ନେଇଥିବା ଲୋକ ବିନା କୌଣସି ସୁଧରେ କିମ୍ବା ବିନା କୌଣସି ସର୍ତ୍ତରେ ଯେତେବେଳେ ଟଙ୍କା ପାଖରେ ଆସିଲେ ବ୍ୟାଙ୍କକୁ ଫେରାଇବେ। ଲୋନ ନେଇଥିବା କୌଣସି ଲୋକ ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଠକି ନାହାନ୍ତି। ଅର୍ଥାତ ଆସ୍ଥା ଏବଂ ବିଶ୍ୱାସର ସହିତ ସମସ୍ତେ ନେଇଥିବା ଲୋନର ରାଶି ବ୍ୟାଙ୍କୁ ଉଚିତ ସମୟରେ ଫେରାଇ ଦେଇଛନ୍ତି। 

67

ଭାବୁଥିବେ, କିପରି ଏକ ବ୍ୟାଙ୍କ ଏପରି କରିପାରୁଛି ? ଏଠାକୁ ପଇସା କେଉଁଠୁ ଆସୁଛି ? ଏପରି ଅନେକ କିଛି। କିନ୍ତୁ ଏହି ବ୍ୟାଙ୍କର ବିତ୍ତୀୟ ପ୍ରବନ୍ଧନ ଏବଂ ସଚାଳନ ମଧ୍ୟ ଗ୍ରାମୀଣ ଲୋକଙ୍କ ହାତରେ ରହିଛି। ଲୋନର ଫେରାଇବାର କୌଣସି ସମୟସୀମା ନଥାଏ ସତ କିନ୍ତୁ ଋଣ ଦେବା ପାଇଁ ବର୍ଷକୁ ଗୋଟେ ଦିନ ହିଁ ଧାର୍ଯ୍ୟ କରାଯାଇଥାଏ। ପାଖାପାଖି ଏକ ହଜାର ଲୋକ ରହୁଥିବା ଏହି ଗାଁରେ ପ୍ରତିବର୍ଷ ଜ୍ୟେଷ୍ଠ ମାସରେ ଚାରିଦିନ ଧରି ଅଖଣ୍ଡ ହରିନାମ ସଂକୀର୍ତ୍ତନ ହୋଇଥାଏ। ଏହି ଆୟୋଜନର ସବୁ ଖର୍ଚ୍ଚ ଗାଁ ଲୋକ ହିଁ ବହନ କରିଥାନ୍ତି। ସଂକୀର୍ତ୍ତନ ସଂପନ୍ନ ହେବା ପରେ ହିଁ ସେହିନ ଗାଁ ଲୋକ ବସି ଏହି ବ୍ୟାଙ୍କ ଚଲାଇଥାନ୍ତି। ଏହି ଅବସରରେ ଗାଁର ପ୍ରତି ବ୍ୟକ୍ତି ସହଯୋଗ ରାଶି ଜମା କରିଥାନ୍ତି। ଏହି ଜମା ରାଶିର ଯେଉଁ ଅର୍ଥ ବଞ୍ଚିଯାଏ, ଗାଁର ଆବଶ୍ୟକ ଥିବା ବ୍ୟକ୍ତିକୁ ଲୋନ ଦିଆଯାଏ।

ଯଦି କୌଣସି ବ୍ୟକ୍ତିର ପିଲାର ନାମ ଲେଖା ପାଇଁ ପଇସା ଦରକାର ପଡେ କି ଝିଅ ବିବାହ ପାଇଁ ହେଉ, କିମ୍ବା ଘର ନିର୍ମାଣ କରିବା ପାଇଁ ପଇସା ଆବଶ୍ୟକ କରୁଥିବା ଲୋକଙ୍କୁ ଏହି ବ୍ୟାଙ୍କ ଲୋନ ଦେଇଥାଏ। ଗ୍ରାମ ସମିତି ଏହି ବ୍ୟାଙ୍କର ସଂଚାଳନ କରିଥାନ୍ତି। ଗାଁରେ ଯେକୌଣସି ବ୍ୟକ୍ତି ଯୌତୁକ ଦେବା କିମ୍ବା ଯୌତୁକ ନେବା ପାଇଁ ଦଣ୍ଡ ପ୍ରଦାନ କରାଯାଏ। ଏହି ଦଣ୍ଡ ମୁତାବକ ସେମାନଙ୍କ ଠାରୁ ନିର୍ଦ୍ଧାରିତ ରାଶି ମଗାଯାଏ। ଏହି ରାଶିକୁ ଭଲ କାମରେ ଗ୍ରାମ ସମିତିର ଏହି ବ୍ୟାଙ୍କ ଲଗାଇଥାଏ।

11

ଗ୍ରାମର ଏହି ବ୍ୟାଙ୍କ ସଂଚାଳନ ପାଇଁ କରାଯାଇଥିବା ସହଯୋଗ ରାଶି

-ଗ୍ରାମର ପ୍ରତି ପରିବାର ପିଛା ୩୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।

-ସରକାରୀ ଚାକିରି କରୁଥିବା ଲୋକ ୧୫୦ ଟଙ୍କା

– ପେନସନଭୋଗୀ କର୍ମଚାରୀ ୧୦୦ ଟଙ୍କା

– କନ୍ୟା ବିବାହ ସମୟରେ ବର ପକ୍ଷକୁ ଦିଆଯାଉଥିବା ରାଶିର ଏକ ପ୍ରତିଶତ ଦଣ୍ଡ

-ବରପକ୍ଷ ନେଉଥିବା ଯୌତୁକ ରାଶିର ଦୁଇ ପ୍ରତିଶତ ଦଣ୍ଡ ଏହି ବ୍ୟାଙ୍କକୁ ଦିଆଯାଏ।

ଏହି ରାଶି ଦ୍ୱାରା ଗ୍ରାମର ଏହି ବ୍ୟାଙ୍କ ସଂଚାଳିତ ହେବା ସହ ସମସ୍ତଙ୍କର ସାହାଯ୍ୟ ହୋଇଯାଏ। ଏହାଦ୍ୱାରା ଗାଁରେ ସ୍ନେହ, ଶ୍ରଦ୍ଧା ଏବଂ ଆସ୍ଥା, ବିଶ୍ୱାସ ରହିଛି ବୋଲି ଏହି ଗ୍ରାମ ସମିତିର ସଚିବ ଅନାଦି ରକ୍ଷିତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.