ଏଠାରେ ଥିବା ଦେବୀମନ୍ଦିର ଭଗବାନ ବ୍ରହ୍ମାଙ୍କ ପତ୍ନୀଙ୍କୁ କରାଯାଇଛି ସମର୍ପିତ, ଜାଣନ୍ତୁ

ଦେଶରେ ଅନେକ ଦେବଦେବୀ ମନ୍ଦିର ରହିଛି । ଯାହା ବିଶ୍ୱବିଖ୍ୟାତ । ଯାହାର ପ୍ରାଚୀନ ଗାଥାକୁ ଜାଣିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ଆସିଥାନ୍ତି । ଭାରତ ବର୍ଷରେ ଅନେକ ଏଭଳି ମନ୍ଦିର ରହିଛି ଯେଉଁଠି ଭଗବାନଙ୍କ ଉପସ୍ଥିତି ଜଣା ପଡିଥାଏ । ତେବେ ସେହି ୩୩ କୋଟି ଦେବଦେବୀଙ୍କ ମଧ୍ୟରୁ ଗାୟତ୍ରୀ ଦେବୀ ଅନ୍ୟତମ ।

ଭାରତରେ ଗାୟତ୍ରୀ ମାତାଙ୍କର ଅନେକ ମନ୍ଦିର ରହିଛି । କିନ୍ତୁ ରାଜସ୍ଥାନର ପୁଷ୍କରରେ ଥିବା ଗାୟତ୍ରୀ ମାତା ମନ୍ଦିର ସବୁଠୁ ପ୍ରାଚୀନ । ଏଠାରେ ମାତା ସତିଙ୍କ ନାମରେ ଶକ୍ତି ପୀଠ ରହିଥିବା ବେଳେ ବ୍ରହ୍ମାଙ୍କର ପ୍ରସିଦ୍ଧ ମନ୍ଦିର ରହିଛି । ଯେଉଁଠି ଗାୟତ୍ରୀ ମାତା ବିରାଜମାନ କରିଥିବା ବେଳେ ୩ୟ ଦେବୀ ଭାବେ ସାବିତ୍ରୀ ଦେବୀଙ୍କୁ ପୂଜା କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରାଚୀନ ମନ୍ଦିର ସମ୍ପର୍କରେ ।

ମଣିବନ୍ଧ-ମଣିଦେବିକ ଶକ୍ତି ପୀଠ:

ଅଜମେର ନିକଟସ୍ଥ ପୁଷ୍କର ସହରରୁ ୫ କିଲୋମିଟର ଦୂରରେ ମଣିବନ୍ଧ ଗିରି ନାମକ ମନ୍ଦିର ରହିଛି । ତେଣୁ ଏହି ମନ୍ଦିରକୁ ମଣିଦେବିକ ମନ୍ଦିର ନାମରେ ନାମିତ କରାଯାଇଛି । ଏହି ଶକ୍ତି ପୀଠରେ ଭଗବାନ ଶିବଙ୍କୁ ମଧ୍ୟ ପୂଜା କରାଯାଏ ।

ଗାୟତ୍ରୀ ମନ୍ଦିର, ପୁଷ୍କର:

ବିଶ୍ୱାସ ରହିଛି ଯେ, ପୁଷ୍କରରେ ହେଉଥିବା ଯଜ୍ଞ ସମୟରେ ସାବିତ୍ରୀଙ୍କ ଅନୁପସ୍ଥିତିରେ ବ୍ରହ୍ମା ଦେବୀ ଗାୟତ୍ରୀଙ୍କୁ ବିବାହ କରି ଯଜ୍ଞ ସମ୍ପନ୍ନ କରିଥିଲେ । ସେ କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମାସୀ ପର୍ଯ୍ୟନ୍ତ ଯଜ୍ଞ ହୋଇଥିଲା । ଯାହର ସ୍ମୃତିରେ ଅନାଦିକାଳରୁ ଏଠାରେ କାର୍ତ୍ତିକ ମେଳା ହୋଇ ଆସୁଛି । ଆଦି ଶଙ୍କରାଚାର୍ଯ୍ୟ ୭୧୩ ସନରେ ବ୍ରହ୍ମାଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଏଠାରେ ମାତା ଗାୟତ୍ରୀଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି ।

ସାବିତ୍ରୀ ମନ୍ଦିର:

ପୁଷ୍କରରେ ରତ୍ନଗିରୀ ପର୍ବତରେ ସ୍ଥିତ ସାବିତ୍ରୀ ମନ୍ଦିର ବହୁ ପୁରାତନ । ଏହି ମନ୍ଦିର ବ୍ରହ୍ମାଙ୍କ ପତ୍ନୀ ଦେବୀ ସାବିତ୍ରୀଙ୍କୁ ସମର୍ପିତ କରାଯାଇଛି । ପାହାଡର ଶିଖରରେ ଥିବା ଏହି ମନ୍ଦିରରୁ ସହରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖାଯାଏ । ଯାହା ଖୁବ ମନୋରମ ହୋଇଥାଏ ।

Leave A Reply

Your email address will not be published.