ଭିନ୍ନ ଏକ ପ୍ରେମ କାହାଣୀ, ଯେଉଁଠି ଏଭଳି ଏକ କାଣ୍ଡ କରି ବସିଲେ ଯୁବତୀ

ଦୁନିଆରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଘଟୁଛି। କିଛି ଘଟଣା ସମସ୍ତଙ୍କୁ ଜଣା ପଡେ ତ ଆଉ କିଛି ବାହାରକୁ ଆସେ ନାହିଁ । କିନ୍ତୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଏପରି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଯେ ଯାହାକୁ ଜାଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ। ଏଠି ପ୍ରେମରେ ପାଗଳ ହୋଇ ଜଣେ ମହିଳା ପୁରୁଷ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏମିତିକି ନିଜର ଝିଅ ସାଙ୍ଗକୁ ପ୍ରେମ କରି ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଆଉ ଜଣେ ଝିଅ ସାଙ୍ଗ।

ଉଭୟଙ୍କ ପରିବାର ଏହି ପ୍ରେମ ସମ୍ପର୍କର ବିରୁଦ୍ଧରେ ଥିଲେ। ତେଣୁ ଏହି କାରଣ ପାଇଁ ହିଁ ନିଜ ଜେଣ୍ଡର ବଦଳାଇବାକୁ ପଡ଼ିଲା ମହିଳାଙ୍କୁ। ଯେଉଁଥି ପାଇଁ ସେ ଆଉ ସନ୍ତାନ ଜନ୍ମ କରି ପାରିବେ ନାହିଁ। ଅପରେସନ୍‌ କରି ସେ ପୁରୁଷ ହୋଇଛନ୍ତି । ହେଲେ ୧୮ ମାସ ପରେ ସଂପୂର୍ଣ୍ଣ ଅସ୍ତ୍ରୋପଚାର କରାଯିବ। ଉତ୍ତର ପ୍ରଦେଶର ପ୍ରୟାଗରେ ଦୁଇ ଝିଅ ପରସ୍ପରକୁ ଏତେ ଭଲ ପାଇଲେ ଯେ ଜଣେ ଝିଅ ତା’ର ଲିଙ୍ଗ ବଦଳାଇବାକୁ ପଛାଇଲା ନାହିଁ। ସେ ଝିଅରୁ ହୋଇଗଲେ ପୁଅ। ଡାକ୍ତର ଦଳ ଝିଅର ଶରୀରକୁ ସଂପୂର୍ଣ୍ଣ ବଦଳାଇ ଦେଇଛନ୍ତି। କିଛି ମାସ ପରେ ଶେଷ ଅସ୍ତ୍ରୋପଚାର ହେବ, ଯେଉଁଥିରେ ତାଙ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ବଦଳିଯିବ। ଡାକ୍ତରମାନେ କହିଛନ୍ତି ଯେ କିଛି ବର୍ଷ ପରେ ସେ ସଂପୂର୍ଣ୍ଣ ରୂପେ ପୁଅ ହୋଇଯିବେ।

ପ୍ରୟାଗରାଜର ଗଙ୍ଗାପାର ଅଞ୍ଚଳରେ ରହୁଥିବା ଦୁଇ ଝିଅ ପରସ୍ପକୁ ପ୍ରେମ କରି ବସିଲେ । ପ୍ରେମ ଏତେ ପିବିଡ଼ ହେଲା ଯେ ଆଉ କେହି କାହାଠାରୁ ଅଲଗା ହେବାକୁ ଚାହିଁଲେ ନାହିଁ । ଯେତେବେଳେ ସେମାନେ ଏକାଠି ହେବାକୁ ଚାହିଁଲେ ତାଙ୍କୁ ପରିବାର ଲୋକେ ବିରୋଧ କଲେ । ସମ୍ପର୍କୀୟମାନେ ଉଭୟଙ୍କୁ ବହୁତ ବୁଝାଇ ଥିଲେ କିନ୍ତୁ ସେମାନେ ରାଜି ହୋଇ ନଥିଲେ। ତେଣୁ ପ୍ରେମରେ ପାଗଳ ଝିଅ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ସ୍ଥିର କଲା। ତା’ପରେ ସେ ପ୍ରୟାଗରାଜ ଏସଆରଏନ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ ପରେ ସେ ଲିଙ୍ଗ ପରିବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଯୁବତୀଙ୍କ ଚିକିତ୍ସା କରୁଥିବା ଡାକ୍ତର ମୋହିତ ଜୈନଙ୍କ ଅନୁସାରେ, ବର୍ତ୍ତମାନ କେବଳ ଝିଅ ହେବା ପ୍ରକ୍ରିୟାରେ ଶାରୀରିକ ପରିବର୍ତ୍ତନ ହେବ ନାହିଁ ବରଂ ତାଙ୍କର ଅଙ୍ଗଭଙ୍ଗୀ ମଧ୍ୟ ପରିବର୍ତ୍ତନ ହେବ। ଏହା ବ୍ୟତୀତ ଦାଢି ନିଷ ମଧ୍ୟ ଉଠିବ, ଯାହା ପାଇଁ ଟେଷ୍ଟୋଷ୍ଟେରନ୍ ହରମୋନ୍ ଥେରାପି ଦିଆଯିବ। ଏହାପରେ ସେ ପୁରୁଷ ଭଳି କାମ କରିବେ।

ଏହି ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି ଯେ ଜେଣ୍ଡର ପରିବର୍ତ୍ତନ ପରେ ଝିଅଟି ସନ୍ତାନ ପ୍ରସବ କରି ପାରିବ ନାହିଁ। ପ୍ରଥମ ଅପରେସନ୍ ଏବେ କରାଯାଇଛି । ଏହି ସମ୍ପୂର୍ଣ୍ଣ ଅପରେସନ୍ ପ୍ରୋସେସ ପ୍ରାୟ ୧୮ ମାସ ମଧ୍ୟରେ ସରିବ। ତେବେ, ପ୍ରଥମ ଅପରେସନ ପରେ ଲିଙ୍ଗ ପରିବର୍ତ୍ତନ କରିଥିବା ଝିଅକୁ ଡିସଚାର୍ଜ କରାଯାଇଛି। ସ୍ୱରୁପରାନୀ ନେହେରୁ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଅପରେସନ୍ କରିଥିବା ଡାକ୍ତରଙ୍କ ଦଳରେ ଥିବା ମୋହିତ ଜୈନ୍ କହିଛନ୍ତି ଯେ ଝିଅଟିର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ଯେତେବେଳେ ଆମେ ଦେଖିଲୁ ସେ ସୁସ୍ଥ ଅଛନ୍ତି , ସେତେବେଳେ ହିଁ ଅପରେସନ୍ ପ୍ରକ୍ରିୟା ଆଗକୁ ବଢିଲା। ପ୍ରେମ ଏମିତି ଏକ ଜିନିଷ ଯାହା ମଣିଷକୁ କଣ ବା କରାଇ ନଥାଏ । ତାର ଇଏ ଭିନ୍ନ ଏକ ଉଦାହରଣ । ଏହାକୁ ନେଇ ଆପଣ କଣ କହିବେ ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ ।

Leave A Reply

Your email address will not be published.