କାଇଁଚ କାରିଗରଙ୍କ ପାଇଁ ଖୁସି ଖବର, ଉପକୃତ ହେବେ ଏକ ହଜାର ମହିଳା 

ଯାଜପୁର: ଭଳିକି ଭଳି କାଇଁଚ ସାମଗ୍ରୀ । କାଇଁଚରେ ସୁନ୍ଦର ସୁନ୍ଦର କାଳକୃତି ତିଆରି କରିଛନ୍ତି କାରିଗର । କେବଳ ସେତିକି ନୁହେଁ କାଇଁଚ ସାମଗ୍ରୀ ସହ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ କରାଯାଇଛି । ଅବସର ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କମାଗଡ଼ ପଂଚାୟତ ଗେଙ୍ଗୁଟିଆ ଠାରେ ଖୋଲାଯାଇଥିବା କାଇଁଚ ହସ୍ତଶିଳ୍ପ କାରୀଗରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ରର । କାଇଁଚ କାମ ପାଇଁ ଏହି ଅଂଚଳ ବେଶ ସୁନାମ ଆଣିଥିବା ବେଳେ କାରିଗରଙ୍କର ଏହା ରୋଜଗାରର ମାଧ୍ୟମ ପାଲଟିଛି । ଗଡ଼ମଧୁପୁର କ୍ଳଷ୍ଟର ଅଧୀନରେ ଥିବା କମାଗଡ଼, ଅଣ୍ଟିଆ ଆଦି ଅଞ୍ଚଳର ଶତାଧିକ ପରିବାର ଏହି କାଇଁଚ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗ୍ରାମର ପୁରୁଷ ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ଏହି କାମରେ ଲାଗିଥାନ୍ତି।

ଉଦଘାଟିତ ହୋଇଯାଇଛି କାଇଁଚ ହସ୍ତଶିଳ୍ପ କାରୀଗରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ରର। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାକୁ ଉଦଘାଟନ କରିବା ସହ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀକୁ ବୁଲି ଦେଖିଛନ୍ତି ।

ଏହି କେନ୍ଦ୍ରରେ ହସ୍ତଶିଳ୍ପ କାରିଗରଙ୍କ ଦକ୍ଷତା ବୃଦ୍ଧି, ଉପଯୁକ୍ତ ତାଲିମ ପ୍ରଦାନ, ଆବଶ୍ୟକୀୟ ଯନ୍ତ୍ରପାତି ଓ ଉପକରଣ ଉପଲବ୍ଧ କରାଯିବା ସହ ବିକ୍ରୀ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରାଯିବ। ଫଳରେ ସ୍ଥାନୀୟ ଅଞ୍ଚଳ କାରିଗରଙ୍କ ଆର୍ଥିକ ଅଭିବୃଦ୍ଧି ହେବା ସହ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସରକାର ଲକ୍ଷ ରଖିଛନ୍ତି। ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ବିଭାଗୀୟ ମନ୍ତ୍ରୀ, ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମେତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ ।

ଫାଭିଓ: କାଇଁଚ କାରିଗରୀ ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳ ବେଶ ପ୍ରସିଦ୍ଧ । କାଇଁଚ କାରିଗରୀ କରି ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ଅଞ୍ଚଳର ଶତାଧିକ ପରିବାର । ମହିଳା ହସ୍ତଶିଳ୍ପ କାରିଗର ମାନଙ୍କୁ ଉପଯୁକ୍ତ ତାଲିମ ସହ ପ୍ରୋତ୍ସାହନ ଦେବା ପାଇଁ ସରକାର ଏଠାରେ ଖୋଲିଛନ୍ତି ସାଧାରଣ ସୁବିଧା କେନ୍ଦ୍ର। ତେବେ ଏହା ଦ୍ୱାରା ଅଞ୍ଚଳର ଏକ ହଜାର ମହିଳା କାରିଗର ଉପକୃତ ହେବେ ବୋଲି ଲକ୍ଷ ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like