‘ନାଟୁ ନାଟୁ ଗୀତରେ ’ ଜବରଦସ୍ତ ଡ୍ୟାନ୍ସ କଲେ ଜର୍ମାନୀ ଏମ୍ବାସୀର ଷ୍ଟାଫ, ଭିଡିଓ ଭାଇରଲ
କୋରିଆ ପରେ ଜର୍ମାନୀ ଏମ୍ବାସୀ ଷ୍ଟାଫ ନାଟୁ ନାଟୁ ଗୀତରେ ଡ୍ୟାନ୍ସ କଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି। ପୁରୁଣା ଦିଲ୍ଲୀର ରାସ୍ତା ଉପରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଜର୍ମାନୀ ଏମ୍ବାସୀର ସମସ୍ତ ଷ୍ଟାଫ ।

ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆରର ଗୀତ ‘ନାଟୁ ନାଟୁ’ ଓସ୍କାର ପାଇବା ପରେ ଭାରତୀୟଙ୍କ ଖୁସି କହିଲେ ନ ସରେ । କେବଳ ଭାରତୀୟ ନୁହନ୍ତି ବିଶ୍ୱର ସମସ୍ତ ଲୋକ ଏହି ଗୀତକୁ ପ୍ରଶଂସା କରିଛନ୍ତି। ଗୀତରେ ଅନେକ ଲୋକ ଡ୍ୟାନ୍ସ ଭିଡିଓ କରି ସେୟାର କରୁଛନ୍ତି । କିଛିଦିନ ପୂର୍ବରୁ କୋରିଆ ଦୂତାବାସର ଷ୍ଟାଫ ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରୁଥିବା ବେଳେ ଏବେ ଏହି ଗୀତର କ୍ରେଜ ଜର୍ମାନୀ ଏମ୍ବାସୀରେ ଦେଖିବାକୁ ମିଳିଛି । ଜର୍ମାନୀ ରାଷ୍ଟ୍ରଦୂତ ଫିଲିପ ଏକରମ୍ୟାନ ଷ୍ଟାଫଙ୍କ ସହିତ ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରିଛନ୍ତି ।ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଏପର୍ଯ୍ୟନ୍ତ ନାଟୁ ନାଟୁ ଗୀତରେ ଅନେକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି । ଏହିସବୁ ଭିଡିଓରେ ଡ୍ୟାନ୍ସ ଉପରେ ବେଶି ଫୋକସ କରାଯାଇଛି। କିନ୍ତୁ ଏହି ଭିଡିଓ ଟିକେ ନିଆରା ରହିଛି । ଏହି ଭିଡିଓ ପୁରୁଣା ଦିଲ୍ଲୀରେ ସୁଟ୍ କରାଯାଇଛି । ଯେଉଁଥିରେ ଦିଲ୍ଲୀ ସୁନ୍ଦର ନଜାରା ଦେଖିବାକୁ ମିଳିଛି । ଭିଡିଓରେ ସମସ୍ତ ଷ୍ଟାଫ ଦିଲ୍ଲୀ ସଡ଼କରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି ।
Germans can’t dance? Me & my Indo-German team celebrated #NaatuNaatu’s victory at #Oscar95 in Old Delhi. Ok, far from perfect. But fun!
Thanks @rokEmbIndia for inspiring us. Congratulations & welcome back @alwaysRamCharan & @RRRMovie team! #embassychallange is open. Who’s next? pic.twitter.com/uthQq9Ez3V
— Dr Philipp Ackermann (@AmbAckermann) March 18, 2023
ଭିଡିଓରେ ଦେଖିବାକୁ ମିଳିଛି କି, ଜର୍ମାନୀର ରାଜଦୂତ ଫିଲିପ ଏକରମ୍ୟାନ ଏକ ରିକ୍ସାରୁ ଓହ୍ଲାଇ ଦୋକାନୀକୁ ପଚାରୁଛନ୍ତି, ‘ଏହା ଇଣ୍ଡିଆର ଓ୍ଵାଲର୍ଡ ଫେମସ ? ଏହାକୁ ନେଇଦୋକାନୀ ମଧ୍ୟ ହଁ କରୁଛନ୍ତି । ତେବେ ଦୋକାନୀ ଜଣକ ତାଙ୍କୁ ଥଣ୍ଡା ଏବଂ ଜିଲାପୀ ଖାଇବାକୁ ଦେଉଛନ୍ତି । ଆଉ ତା’ ପରେ ନାଟୁ ନାଟୁ ଗୀତ ବାଜୁଛି। ଯେଉଁଥିରେ ସମସ୍ତେ ମିଶି ଡ୍ୟାନ୍ସ କରୁଛନ୍ତି । ତେବେ ଏହି ଭିଡିଓକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି ।