Categories: ସ୍ପେଶାଲ

ଏହି ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଗିଫ୍ଟ କରିଛନ୍ତି ୫୫ ହଜାର ଡିଜାଇନର ଡ୍ରେସ, ବିଶ୍ବ ରେକର୍ଡରେ ସ୍ଥାନିତ

ଜର୍ମାନୀରେ ରହୁଥିବା ଜଣେ ୮୩ ବର୍ଷିୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ଏବେ ପର୍ଯ୍ୟନ୍ତ ୫୫ ହଜାର ଡ୍ରେସ ଗିଫ୍ଟ କରି ସାରିଛନ୍ତି। ବ୍ୟକ୍ତିଙ୍କର ନାମ ହେଉଛି ବ୍ରାକମ୍ୟାନ। ଏହି କଥାର ଖୁଲାସା ବ୍ରାକମ୍ୟାନ କରିଛନ୍ତି। ତାଙ୍କ କହିବା କଥା ଯେ ସେ ଚାହୁଁନଥିଲେ ଯେ ତାଙ୍କ ପତ୍ନୀ ମାର୍ଗୋଟ ଗୋଟିଏ ଡ୍ରେସରେ ପୁର୍ନବାର ଦେଖାଯାନ୍ତୁ।

ପ୍ରଥମ ଦେଖାରୁ ହିଁ ଉପହାର ଦେଉଥିଲେ ଡ୍ରେସ୍

ବ୍ରୋକମ୍ୟାନ କହିଲେ ଯେ ସେ ପ୍ରଥମ ଥର ମାର୍ଗୋଟଙ୍କୁ ସେ ଡ୍ୟାନ୍ସ ହଲରେ ଦେଖିଥିଲେ। ଏହାପରେ ଦୁହେଁ ବିବାହ କରିନେଇଥିଲେ। ସେହି ଦିନ ଠାରୁ ସେ ମାର୍ଗୋଟଙ୍କୁ ଡିଜାଇନର ଡ୍ରେସ ଗିଫ୍ଟ କରି ଆସୁଥିଲେ। ୨୦୧୪ ମସିହାରେ ସେ ଡ୍ରେସ କିଣିବା ବନ୍ଦ କରିଦେଲେ। ତାଙ୍କର ଏହି ନିସା ଗିନିଜ ବୁକ ଅଫ ୱାର୍ଲ୍ଡରେ ସ୍ଥାନ ପାଇଛି।

ବ୍ରୋକମ୍ୟାନ ଏହି ସବୁ ଡ୍ରେସକୁ ସଂଗ୍ରହ ମଧ୍ୟ କରିଛନ୍ତି। ଦୁହିଁଙ୍କର ବିବାହକୁ ୬୧ ବର୍ଷ ହୋଇଗଲାଣି। ବ୍ରୋକମ୍ୟାନ ଏକ ଭିଡିଓରେ କହିଲେ ଯେ ସେ କୌଣସି କଥାରେ ପ୍ରେରିତ ହୋଇ ନିଜ ପତ୍ନୀଙ୍କୁ ଡ୍ରେସ ଉପହାର ଦେଉଥିଲେ। ସେ କହିଲେ ଯେ,‘ ଆମେ ପୂରା ରାତି ଡ୍ୟାନ୍ସ କଲୁ, ଏବଂ ସେହି ରାତିରେ ଆମ ଭିତରେ ପ୍ରେମ ହୋଇଯାଇଥିଲା।’

ବ୍ରୋକମ୍ୟାନଙ୍କର ଡ୍ରେସ କଲେକସନ ବହୁତ ଅଧିକ ଥିଲା। ସେ ଥରେ ଆମେରିକାନ ଡିପାର୍ଟମେଣ୍ଟ ଷ୍ଟୋରରୁ ଡୀଲ ବି କରିଥିଲେ। ତାଙ୍କ କହିବା କଥା ଯେ ଯେତେବେଳେ ଷ୍ଟାଇଲ ବଦଳୁଥିଲା, ତେବେ ସେ ମୋତେ ଫୋନ କରୁଥିଲେ ଏବଂ ଉଚିତ ମୂଲ୍ୟରେ ବିକୁଥିଲେ। ସେ ଡ୍ରେସ କିଣିବା ଏଥିପାଇଁ ବନ୍ଦ କଲେ କାରଣ ତାଙ୍କ ପାଖରେ ଡ୍ରେସ ରଖିବା ପାଇଁ ଯାଗା ନଥିଲା। ଦମ୍ପତ୍ତି ଏବେ ପର‌୍ୟ୍ୟନ୍ତ ୭ ହଜାର ଡ୍ରେସ ବିକି ଦେଇଛନ୍ତି ଏବଂ ଆଗାମି ବର୍ଷରେ ମଧ୍ୟ ବାକି ୪୮ ହଜାର ଡ୍ରେସ ମଧ୍ୟ ବିକିବେ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago