ଜର୍ମାନୀରେ ମଝି ରାସ୍ତାରେ ଗାଡିରୁ ତେଲ ସରିଯିବା ଅପରାଧ, ଡ୍ରାଇଭରକୁ ମିଳିଥାଏ ଦଣ୍ଡ ଆଉ ଦେବାକୁ ପଡେ ଜରିମାନା

ଆପଣ ଆଜି ପର୍ଯ୍ୟନ୍ତ କିଛି ଅପରାଧର ସଜା ବା ଦଣ୍ଡ ବାବଦରେ ଶୁଣିଥିବେ ନିଶ୍ଚୟ । କିଛି ଦେଶରେ ଚୋରି କଲେ ହାତ କାଟିଦେବା ଭଳି ଦଣ୍ଡ ମିଳିଥାଏ ତ ଆଉ କିଛି ଦେଶରେ ବଳାତ୍କାର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଏ । ତେବେ ଏହା ବ୍ୟତୀତ ସମଗ୍ର ବିଶ୍ୱରେ ଅନେକ ଅଦ୍ଭୁତ ନିୟମ ଅଛି । ଆମେ ଆପଣଙ୍କୁ ଏପରି ଏକ ଅଦ୍ଭୁତ ନିୟମ ବିଷୟରେ କହିବାକୁ ଯାଉଛୁ, ଏହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।
ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କାରରୁ ତେଲ ସରିଯିବାକୁ ଅପରାଧ ବୋଲି ବିବେଚନା କରାଯାଏ ଏବଂ ଏହାର ପ୍ରତିବଦଳରେ ଡ୍ରାଇଭରକୁ ଦଣ୍ଡ କିମ୍ବା ଜରିମାନା ଦେବାକୁ ପଡିଥାଏ । ଆପଣ ଭାବୁଥିବେ ଏମିତି କେଉଁ ଦେଶରେ ଏପରି ବିଚିତ୍ର ନିୟମ ରହିଛି।

ଜର୍ମାନୀରେ ଆପଣ ଆପଣଙ୍କ ଗାଡିକୁ ଯେତେ ଚାହିଁବେ ଦୃତ ଗତିରେ ଚଳାଇ ପାରିବେ । ଜର୍ମାନୀରେ ଗାଡିକୁ ଦୃତ ଗତିରେ ଚଳାଇବା କୌଣସି ଅପରାଧ ନୁହେଁ । କିନ୍ତୁ ଯଦି ମଝି ରାସ୍ତାରେ ଆପଣଙ୍କ ଗାଡିରୁ ତେଲ ସରିଯାଏ ତେବେ ଏହାକୁ ଅପରାଧ ବୋଲି ବିବେଚନା କରାଯାଏ । ଏହି ଅପରାଧ ପାଇଁ ଆପଣଙ୍କୁ ସଜା ମିଳିଥାଏ କିମ୍ବା ଜରିମାନା ଦେବାକୁ ପଡିଥାଏ ।

germany

ସେହିଫରି ଫୋନ୍ ଉଠାଇବା ମାତ୍ରେ ସାରା ବିଶ୍ୱରେ ଲୋକମାନେ ‘ହାଲୋ’ କୁହନ୍ତି, କିନ୍ତୁ ଜର୍ମାନୀରେ ଲୋକମାନେ ହାଲୋ ପରିବର୍ତ୍ତେ ସେମାନଙ୍କ ନାମ କୁହନ୍ତି । ଦୁନିଆର ସର୍ବୋଚ୍ଚ ଚର୍ଚ୍ଚ ମଧ୍ୟ ଜର୍ମାନୀରେ ଅବସ୍ଥିତ । ଏହି ଚର୍ଚ୍ଚର ନାମ ହେଉଛି ‘ଉଲମ ମିଷ୍ଟର’ । ଏହି ଚର୍ଚ୍ଚର ଉଚ୍ଚତା ପ୍ରାୟ ୫୩୦ ଫୁଟ । ପ୍ରାୟ ୨୦୦୦ ଲୋକ ଏହି ଚର୍ଚ୍ଚରେ ଏକାଠି ପ୍ରାର୍ଥନା କରିପାରିବେ । ଭାରତରେ ଲୋକମାନେ ଜନ୍ମଦିନର ଶୁଭେଚ୍ଛା ଆଗୁଆ ଆଡଭାନ୍ସରେ ଜଣାନ୍ତି, କିନ୍ତୁ ଜର୍ମାନୀରେ ଏହା କରିବା ଅଶୁଭ ବୋଲି ବିବେଚନା କରାଯାଏ । ଏଠାରେ କେବଳ ଜନ୍ମଦିନର ଶୁଭେଚ୍ଛା ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.