ଫାୟାର ପାନ ପରେ ଏବେ ଆସିଲା ‘ଫାୟାର ମୋମୋ’, ଲୋକେ କହିଲେ- ପ୍ରକୃତ ନିଆଁ ସକାଳେ ବାହାରିବ; ଦେଖନ୍ତୁ ଭିଡିଓ

ଭାରତରେ ଧୀରେ ଧୀରେ ମୋମୋ କ୍ରେଜ୍‌ ବଢ଼ିବାରେ ଲାଗିଛି। ଭାରତୀୟମାନେ ଚାଇନିଜ୍‌ ଖାଇବାକୁ ଏବେ ପୂର୍ବାପେକ୍ଷା ଅଧିକ ପସନ୍ଦ କରିବା ଆରମ୍ଭ କଲେଣି। ଏଣୁ ଏବେ ଚାଓମିନ୍‌, ନୁଡଲ୍ସ, ମୋମୋ ଆଦିର ଚାହିଦା ବଢ଼ିଯାଇଛି। ଏଣୁ ଲୋକଙ୍କ ଟେଷ୍ଟ୍‍କୁ ଦୃଷ୍ଟିରେ ରଖି ଦୋକାନୀମାନେ ବି ଚାଇନିଜ୍‌ ଖାଇବା ପରଷିବା ଆରମ୍ଭ କରିଦେଲେଣି। ତେବେ ଏବେ ସୋସିଆଲ ମିଡିଆରେ ଏକ ନୂଆ ପ୍ରକାରର ମୋମୋ ବେଶ୍‌ ଚର୍ଚ୍ଚାରେ ରହିଛି, ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଫାୟାର ମୋମୋ ତିଆରି କରୁଥିବା ଦେଖାଯାଇଛି। ଏହି ଫାୟାର ମୋମୋ ନାଁ ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ବ୍ୟକ୍ତି ଜଣକ ସତରେ ସେମିତି ଏକ ମୋମୋ ତିଆରି କରୁଛନ୍ତି।

ଭିଡିଓଟି ଗାଜିଆବାଦର ଇନ୍ଦ୍ରପୁରମ୍‌ ମାର୍କେଟ୍‌ର ରାସ୍ତା କଡ଼ରେ ଥିବା ଏକ ଷ୍ଟଲର। ଏଠାକାର ଫାୟାର ମୋମୋ ଖୁବ୍‌ ଲୋକପ୍ରିୟ। ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଫୁଡ୍‌ ପେଜ୍‌ ଚଲାଉଥିବା ଫୁଡ୍‌ ବ୍ଲଗର ହାର୍ଦ୍ଦିକ ମଲିକ ଏହି ଷ୍ଟଲରେ ଫାୟାର ମୋମୋ ତିଆରି ହେଉଥିବା ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ସାଧାରଣ ପନିପରିବା, କିଛି ସସ୍‌ ଓ ମସଲା ପକାଇ ମୋମୋ ଫ୍ରାଏ କରୁଛନ୍ତି। ତା’ପରେ ସେଥିରେ ନିଆଁ ଲଗାଇ ଦେଉଛନ୍ତି। ମୋମୋକୁ ନିଆଁରେ ଜଳୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓକୁ ଇତି ମଧ୍ୟରେ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି। ତେବେ ଏଥିରେ କେତେକ ଏମିତି କମେଣ୍ଟ ବି ରହିଛି, ଯାହାକୁ ପଢ଼ିଲେ ଆପଣ ହସ ରୋକିପାରିବେ ନାହିଁ। ଏହି ମୋମୋରେ ବହୁତ ରାଗ ମସଲା ପଡ଼ିବା ସହ ନିଆଁ ଲଗାଯାଉଥିବାରୁ ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି-ୟାକୁ ଖାଇଲା ପରେ କାଲି ସକାଳେ ଜଣାପଡ଼ିବ କ’ଣ ହେଉଛି।

ସେହିପରି ଆଉ ଜଣେ କହିଛନ୍ତି- ଏହାକୁ ଖାଇବା ପରେ ଟଏଲେଟ୍‌ ପେପରରେ ବି ନିଆଁ ଲାଗିଯିବ। ସେହିପରି ଆଉ କିଛି ୟୁଜର କହିଛନ୍ତି ଯେ ଏହି ମୋମୋ ଖାଇବା ପରେ ପେଟରେ କ୍ୟାନସର ହେବା ଥୟ। ତେବେ କିଛି ଲୋକ ଏହି ମୋମୋବାଲାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଦୋକାନର ନାଁ ଟ୍ୟାଞ୍ଜି ମୋମୋଜ୍‌। ଏହା ଜୟପୁରିଆ ମାର୍କେଟ୍‌ରେ ରହିଛି। ତେବେ କେହି ଏମିତି ଅଦ୍ଭୁତ ଖାଇବା ତିଆରି କରିବା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏମିତି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ କିଛି ଲୋକ ଟ୍ରୋଲ କରିଥିବା ବେଳେ ଆଉ କିଛି ପସନ୍ଦ ମଧ୍ୟ କରିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.