କଣ ସତରେ ଆମେରିକା ରାଷ୍ଟ୍ରପତି ଭବନରେ ରହିଛି ଆତ୍ମା, ଏହି ରହସ୍ୟମୟ ଘଟଣାକୁ ଜାଣିଲା ପରେ ଟାଙ୍କୁରି ଉଠିବ ଲୋମ !

ଭୂତପ୍ରେତଙ୍କ ନାମ ଶୁଣିଲା ପରେ ଲୋକମାନଙ୍କର ଲୋମ ଟାଙ୍କୁରି ଉଠେ। ଆମ ଭାରତରେ ଭୂତଙ୍କୁ ନେଇ ବହୁତ କାହାଣୀ ପ୍ରଚଳିତ ରହିଛି। ଏହାବ୍ୟତୀତ ଅନେକ ଲୋକ ଆତ୍ମାକୁ ଦେଖିବାର ମଧ୍ୟ ଦାବି କରନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ଭାବରେ କୁହାଯାଉଥିବା ହ୍ବାଇଟ ହାଉସରେ ମଧ୍ୟ ଆତ୍ମାଙ୍କର ବାସ ରହିଛି। ଆପଣଙ୍କୁ ବିଶ୍ବାସ ହେଉନଥିଲେ ବି ଅନେକ ଲୋକ ଆତ୍ମାକୁ ଅନୁଭବ କରିସାରିଛନ୍ତି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ହ୍ବାଇଟ୍ ହାଉସ ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା ରାଷ୍ଟ୍ରପତିଙ୍କର ନିବାସ ସ୍ଥାନ ଅଟେ। କୁହାଯାଏ ଯେ ହ୍ବାଇଟ ହାଉସର ସୁରକ୍ଷା ଏତେ କଡା ହୋଇଥାଏ ଯେ ସେଠାରେ ବିନା ଅନୁମତିରେ ପକ୍ଷୀ ମଧ୍ୟ ପର ଉଡାଇପାରିବ ନାହିଁ। କିନ୍ତୁ ଏହାର ଅଗଣାରେ ଏମିତି ଅନେକ ରହସ୍ୟ ରହିଛି ଯାହାକୁ ଜାଣିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
କୁହାଯାଏ ଯେ ହ୍ବାଇଟ ହାଉସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କର ଆତ୍ମା ଆଜିବି ବୁଲୁଛି। ଆବ୍ରାହମ ଲିଙ୍କନ ଆମେରିକାର ୧୬ତମ ରାଷ୍ଟ୍ରପତି ଥିଲେ। କିନ୍ତୁ ୧୮୬୫ରେ ହ୍ବାଇଟ ହାଉସ ଭିତର ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର କିଛି ଦିନ ପରେ ହିଁ ଲୋକମାନଙ୍କୁ ଆବ୍ରାହମ ଲିଙ୍କନଙ୍କର ଆତ୍ମା ଦେଖିବାକୁ ଲାଗିଲା।
ସର୍ବପ୍ରଥମେ ଆମେରିକାର ୩୦ତମ ରାଷ୍ଟ୍ରପତି ଥିବା କେଲ୍ବିନ କୁଲିଜଙ୍କ ସ୍ତ୍ରୀ ଗ୍ରେସ କୁଲିଜ ହ୍ବାଇଟ ହାଉସରେ ଆବ୍ରାହମ ଲିଙ୍କନଙ୍କର ଆତ୍ମାକୁ ଅନୁଭବ କରିଥିଲେ। ତାଙ୍କର କହିବା କଥା ଯେ ତାଙ୍କୁ ଯେ ହ୍ବାଇଟ୍ ହାଉସର ଗୋଟିଏ କୋଠରୀର ଝରକା ପାଖରେ ଆବ୍ରାହମ ଲିଙ୍କନ ଛିଡା ହୋଇଥିବା ଅନୁଭବ ହୋଇଥିଲା। ଏହାଛଡା ତାଙ୍କୁ ବହୁତ ଥର ଏମିତି ଲାଗୁଥିଲା ଯେ ତାଙ୍କ ଆଖପାଖରେ ଲିଙ୍କନ ବସିଛନ୍ତି। ଏହି ରହସ୍ୟମୟୀ ଘଟଣା ପରେ ସେ ବହୁତ ଡରି ଯାଇଥିଲେ।
କୁହାଯାଏ ଯେ ନେଦରଲାଣ୍ଡର ମହାରାଣୀ ୱିଲନିଆ ମଧ୍ୟ ହ୍ବାଇଟ ହାଉସରେ ଅବ୍ରାହମ ଲିଙ୍କନଙ୍କର ଆତ୍ମାକୁ ଦେଖିଥିଲେ। ଆମେରିକା ଯାତ୍ରା ସମୟରେ ସେ ଗୋଟିଏ ଥର ହ୍ବାଇଟ ହାଉସରେ ରହିଥିଲେ। ତେବେ ମଧ୍ୟରାତ୍ରୀରେ କେହି ଜଣେ ତାଙ୍କ କବାଟ ବାଡେଇବାର ଶବ୍ଦ ଶୁଣାଗଲା। ଏହାପରେ ସେ ଯାଇ ଯେତେବେଳେ କବାଟ ଖୋଲିଲେ ସେତେବେଳେ ତାଙ୍କ ସାମ୍ନାରେ ଆବ୍ରାହମ ଲିଙ୍କନ ଛିଡା ହୋଇଥିବାର ଦେଖିଲେ। ଏହା ଦେଖି ସେ ବହୁତ ଡରି ଯାଇଥିଲେ। ସେହି ସମୟରେ ତାଙ୍କ ପାଟିରୁ କିଛି କଥା ବାହାରୁ ନଥିଲା।
କେବଳ ଏତିକି ନୁହେଁ ବ୍ରିଟେନର ଗଣେ ପୂର୍ବ ରାଷ୍ଟ୍ରପତି ମଧ୍ୟ ହ୍ବାଇଟ ହାଉସରେ ଆବ୍ରାହମ ଲିଙ୍କନଙ୍କ ଆତ୍ମାକୁ ଦେଖିସାରିଛନ୍ତି। ସେ ଗୋଟିଏ ଥର ଆମେରିକା ଆସିବାବେଳେ ହ୍ବାଇଟ ହାଉସରେ ରହିଥିଲେ। ସେ ବାଥରୁମରୁ ଯେତେବେଳେ ଗାଧୋଇ ସାରି ଫେରିଲେ ସେତେବେଳେ ଦେଖିଲେ ଯେ କୋଠରୀରେ ସିଗାରେଟ ଜଳୁଥିଲା ଏବଂ ତାର ପାଖରେ ଆବ୍ରାହମ ଲିଙ୍କନ ବସିଥିଲେ। ଏହି ଘଟଣା ଆଜିବି ଲୋକଙ୍କୁ ଭୟଭୀତ କରୁଛି ।