ପୂର୍ବତନ ରାଷ୍ଟ୍ରପତିଙ୍କ ପୈତୃକ ଘରେ ରହୁଛି ଆତ୍ମା! ପ୍ରମାଣ ଦେଖିଲେ ଆପଣ ବି ଥରି ଉଠିବେ, ଜାଣନ୍ତୁ କେଉଁଠି ଅଛି ଏହି ଭୂତ ବଙ୍ଗଳା

ସୁପରନ୍ୟାଚୁରାଲ ବା ଅସାଧାରଣ ଅଲୌକିକ ଶକ୍ତି ସବୁବେଳେ ହିଁ ଜିଜ୍ଞାସା ଏବଂ ଖୋଜ୍‌ର ବିଷୟ ରହି ଆସିଛି। ଏମିତି ହିଁ ଏକ ଖୋଜ୍‌ ସମୟରେ ଅନୁସନ୍ଧାନକାରୀଙ୍କ ସାମ୍ନା ଭୂତ ସହିତ ହୋଇଛି। ଅନୁସନ୍ଧାନକାରୀଙ୍କ ଟିମ୍‌ ଦାବି କରିଛି କି, ସେମାନେ ଭୂତର ଫଟୋ ମଧ୍ୟ ନେଇଛନ୍ତି। ଜଣାଯାଇଛି ଯେ ଏହି ଫଟୋ ଆୟରଲାଣ୍ଡର ମେୟୋ କାଉଣ୍ଟିର ଏକ ପୁରୁଣା ବଙ୍ଗଳାର।

Paranormal Supernatural Investigation (PSI) ଟିମ୍‌କୁ ଏହି ବଙ୍ଗଳାରୁ ଅଜବ ପ୍ରକାରର ଶବ୍ଦ ଆସୁଥିବାର ପୂର୍ବରୁ ସୂଚନା ମିଳିଥିଲା। ଏହାଛଡ଼ା ଏହି ଜାଗା ବିଷୟରେ ବି ସେମାନଙ୍କୁ ଅଜବ କାହାଣୀ ସବୁ ଶୁଣିବାକୁ ମିଳିଥିଲା। ଏତେ ସବୁ ଜାଣିବା ପରେ ଟିମ୍‌ ଏହି ସାଇଟ୍‌ ଭିଜିଟ୍‌ କରିବାକୁ ନିଷ୍ପତ୍ତି ନେଇଥିଲା।

ରିପୋର୍ଟ ଅନୁସାରେ, ଏହି ସମ୍ପତ୍ତି ପୂର୍ବରୁ ପ୍ରସିଦ୍ଧ ଆୟରିଶ୍‌ ଲେଖକ ଜର୍ଜ ମୁରେଙ୍କର ଥିଲା। ଏହାଛଡ଼ା ଏହା ରିପବ୍ଲିକ ଅଫ୍‌ କୋନାଚଟର ପୂର୍ବତନ ରାଷ୍ଟ୍ରପତି ଜନ୍‌ ମୁରେଙ୍କ ପୈତୃକ ଘର ମଧ୍ୟ ଥିଲା। ଯେତେବେଳେ ଆୟରଲାଣ୍ଡରେ ଗୃହଯୁଦ୍ଧ ଦେଖା ଦେଇଥିଲା, ତ ଏହି ବଙ୍ଗଳାର ମୁରେ ହଲ୍‌କୁ ଜାଳି ଦିଆଯାଇଥିଲା ଏବଂ ପରେ କେବେ ବି ନବୀକରଣ କରାଯାଇ ନ ଥିଲା।

ghost
photo: Zee News

ଆଜି ବି ରହିଛନ୍ତି ମୁରେ ପରିବାରର ଆତ୍ମା

ସ୍ଥାନୀୟ କିମ୍ବଦନ୍ତୀ କୁହେ, ଯେଉଁ ବି ବ୍ୟକ୍ତି ଏହି ବଙ୍ଗଳାରେ ପାଦ ରଖେ, ତାକୁ ମୁରେଙ୍କ ପରିବାରର ଆତ୍ମାମାନେ ଡରେଇ ଥାଆନ୍ତି। PSI ଟିମ୍‌ ଯେବେ ବଙ୍ଗଳାକୁ ଭିଜିଟ୍‌ କରି ମୁରେ ହଲ୍‌ର ଫଟୋ ଉଠାଇଥିଲା, ତ କବାଟ ପାଖରେ ଏକ ଭୟାନକ ଆକୃତି ଦେଖାଯାଇଥିଲା। ଟିମ୍‌ ଏହି ଫଟୋକୁ ଫେସ୍‌ବୁକରେ ପୋଷ୍ଟ କରିବା ପରେ ଲୋକେ ଖୁବ୍‌ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

କିଛି ଲୋକଙ୍କୁ ଭୂତର ଫଟୋ ପସନ୍ଦ ଆସିଛି। ଜଣେ ୟୁଜର ଲେଖିଛନ୍ତି, ‘ଏହା ଅଦ୍ଭୁତ। ମୋତେ ଏହିଭଳି ସମସ୍ତ ଜିନିଷ ପସନ୍ଦ। ଏହା ଭଲ ଫଟୋ’। ସେପଟେ ଆଉ ଜଣେ ୟୁଜର ଏହି ବଙ୍ଗଳାକୁ ନେଇ ନିଜର ଅନୁଭବ ସେୟାର କରିଛନ୍ତି। ସେ କହିଛନ୍ତି ଯେ ‘କିଛି ବର୍ଷ ପୂର୍ବେ ମୁଁ ବି ଥରେ ରାତିରେ ବଙ୍ଗଳା ଯାଇଥିଲି। କିନ୍ତୁ ଯେତେ ଜୋର୍‌ରେ ଭିତରକୁ ଯାଇଥିଲି, ସେତେ ଜୋର୍‌ରେ ବାହାରକୁ ବାହାରି ଆସିଥିଲି’।

You might also like