ଦୁନିଆର ସବୁ ଠାରୁ ଭୟଙ୍କର ଗଛ, ଏହାକୁ ଛୁଇଁବା ମାତ୍ରେ ମଣିଷର ହୋଇଥାଏ ମୃତ୍ୟୁ

ବୃକ୍ଷ ଚତୁଃର୍ପାଶ୍ୱକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମେ ଚାରିପାଖରେ ଦେଖୁଥିବା ଅନେକ ବୃକ୍ଷ ଆମକୁ ଫଳ, ଫୁଲ ଓ ଖାଦ୍ୟ ଆଦି ଯୋଗାଇଥାନ୍ତି । କିନ୍ତୁ କିଛି ଏପରି ଵୃକ୍ଷ ରହିଛନ୍ତି ଯାହା ଆମର କ୍ଷତି ଘଟାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି, ଏପରି ଏକ ବୃକ୍ଷ ଅଛି ଯାହା ସାପ ବିଷଠାରୁ ମଧ୍ୟ ଅଧିକ ବିଷାକ୍ତ । ଯାହାର ସ୍ପର୍ଶ ମନୁଷ୍ୟକୁ ମୃତ୍ୟୁ ରାସ୍ତାକୁ କଢ଼ାଇନେବ । ତେବେ ‘ହୋଗ୍‌ୱିଡ୍‌’ ନାମକ ଏହି ଗଛ ବହୁତ ବଡ଼ ନ ହୋଇଥିଲେ ମଧ୍ୟ, ଏହାର ବିଷାକ୍ତ ଗୁଣ ନାଗ ସାପଠାରୁ ମଧ୍ୟ ଭୟଙ୍କର ।

ଏହି ବିଷାକ୍ତ ବୃକ୍ଷ ‘ଘାତକ ବୃକ୍ଷ’ ଭାବେ ଜଣାଶୁଣା । ଏହାର ବୈଜ୍ଞାନିକ ନାମ ହେଲା ‘ହେରକିଲମ ମେଣ୍ଟାଗୋଜିଏନମ୍‌’ । ନ୍ୟୁୟର୍କ, ପେନ୍‌ସିଲ୍‌ଭାନିଆ, ଓହିୟୋ, ମେରିଲ୍ୟାଣ୍ଡ, ୱାଶିଂଟନ୍ ଏବଂ ହାମ୍ପସାୟର୍‌ରେ ଏହି ବୃକ୍ଷଗୁଡ଼ିକୁ ଦେଖିବାକୁ ମିଳେ । କୁହାଯାଏ କି, ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ଏହାର ବିଷ ଶରୀରରେ ଚରି ଯାଏ ଆଉ ତୁରନ୍ତ ଚିକିତ୍ସା ନ କଲେ ମୃତ୍ୟୁ ସୁନିଶ୍ଚିତ । ତେବେ ଚିକିତ୍ସା କଲେ ମଧ୍ୟ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ ଅନେକ ବର୍ଷ ଲାଗିଯାଏ ।

tree

ଏହି ବିଷବୃକ୍ଷ ଭିତରେ ସେସାଇଜିଙ୍ଗ ଫୁରାନୋକୌମାରିଂସ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ । ଏହି ରାସାୟନିକ ପଦାର୍ଥ ସାପ ବିଷ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଏ। ଯଦି ଆପଣ ଏହି ଉଦ୍ଭିଦକୁ ସ୍ପର୍ଶ କରନ୍ତି, ତେବେ କିଛି ଘଣ୍ଟା ମଧ୍ୟରେ ସ୍ପର୍ଶ ହୋଇଥିବା ସ୍ଥାନଟିରେ ଅସହ୍ୟ ଜଳାପୋଡ଼ା ହୋଇଥାଏ। ଏହି ସମୟରେ ସେହି ସ୍ଥାନରେ ସୂର୍ଯ୍ୟକିରଣ ବାଜିଲେ ଯନ୍ତ୍ରଣା ଆହୁରି ବଢିଥାଏ । ଆଉ ଧୀରେ ଧୀରେ ଏହା ସାରା ଶରୀରରେ ବ୍ୟାପିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.