‘ମେରା ଦିଲ୍ ୟେ ପୁକାରେ ଆଜା’ ଗୀତରେ ପୁଣି ଭାଇରଲ ହେଲେ ଏହି ଛୋଟ ଝିଅ, ରାସ୍ତାରେ ଜବରଦସ୍ତ ନାଚିଲେ: ଦେଖନ୍ତୁ ଭିଡିଓ

ଏବେ ଇଣ୍ଟରନେଟରେ ‘ମେରା ଦିଲ୍ ୟେ ପୁକାରେ ଆଜା’ରେ ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସ ବେଶ୍ ଭାଇରଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ସମସ୍ତେ ଏହାକୁ ନେଇ ରିଲ୍ପ କରିବାରେ ବ୍ୟସ୍ତ ରହିଛନ୍ତି। ପାକିସ୍ତାନୀ ଯୁବତୀଙ୍କ ଡ୍ୟାନ୍ସଙ୍କୁ ସମସ୍ତେ କପି କରିବାକୁ ଚେଷ୍ଟା କରୁଛନ୍ତି। ଏହି ଗୀତ ଏବେ ସମସ୍ତଙ୍କୁ ପାଗଳ କରୁଛି । ଆଉ ରିଲ୍ସରେ ମଧ୍ୟ ଏହି ଗୀତ ଦେଖିବାକୁ ମିଳିଛି । ଏବେ ଏହି ଗୀତକୁ ନେଇ ଆଉ ଜଣେ ଯୁବତୀ ଡ୍ୟାନ୍ସ କରୁଛନ୍ତି, ଯାହା ଏବେ ଭାଇରଲ ହେବାରେ ଲାଗିଛି।
ଯୁବତୀ ଜଣକ ଫ୍ରାନ୍ସରର ରାସ୍ତାରେ ‘ମେରା ଦିଲ୍ ହୈ ପୁକାରେ ଆଜା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ରୈନା ନାମକ ପାକିସ୍ତାନୀ ଝିଅ ଭାଇରଲ ଯୁବତୀ ଆୟେଶାଙ୍କ ଡ୍ୟାନ୍ସ ଷ୍ଟେପକୁ କପି କରୁଛନ୍ତି। ଆଉ ଭିଡିଓ ଭାଇରଲ ହେବା ପରେ ଲୋକେ ପ୍ରଶଂସା କରୁଛନ୍ତି। ଭିଡିଓଟି ‘ରୈନା ରକଷ୍ଟାର’ ନାମକ ଏକ ଇନଷ୍ଟାଗ୍ରାମରୁ ସେୟାର କରାଯାଇଛି।
View this post on Instagram
କ୍ୟାପସନରେ ଲେଖାଯାଇଛି ‘ଇସ ସୁପର ଟ୍ରେଣ୍ଡିଂ ଗୀତରେ ଡ୍ୟାନ୍ସ’ । ଭିଡିଓ ସେୟାର ହେବା ପରେ ସୋସିଆଲ ମିଡିଆରେ ୪ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଏହାକୁ ପାଖାପାଖି ୩୦୦୦ରୁ ଅଧିକ ଲାଇକ୍ସ ମିଳିସାରିଲାଣି। ଭାଇରଲ ହେଉଥିବା ଏହି ପୋଷ୍ଟରେ ୟୁଜର୍ସ କମେଣ୍ଟ ଦେଉଛନ୍ତି ।
View this post on Instagram
ପୂର୍ବରୁ ଭାଇରଲ ହୋଇଥିବା ଭିଡିଓରେ ପାକିସ୍ତାନୀ ଯୁବତୀ ଆୟେଶା ନିଜ ବିବାହ ପୂର୍ବରୁ ମେହେନ୍ଦୀ ଉତ୍ସବରେ ଲତା ମଙ୍ଗେସକରଙ୍କ ଗୀତ ‘ମେରା ଦିଲ୍ ହୈ ପୁକାରେ ଆଜା’ରେ ଡ୍ୟାନ୍ସ କରିଥିଲେ। ଏହି ଭିଡିଓ ଖୁବ୍ ଭାଇରଲ ହୋଇଥିଲା। ତେବେ ଏବେ ରୈନାଙ୍କ ଡ୍ୟାନ୍ସ ଦେଖି ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ମେରା ଦିଲ ୟୈ ପୁକାରେ ଆଜା ଗୀତକୁକୁ ଲତା ମଙ୍ଗେଶକର ଗାଇଥିଲେ। ୧୯୫୪ରେ ରିଲିଜ ହୋଇଥିବା ଫିଲ୍ମ ନାଗିନର ଏହି ଗୀତ । ଏହି ସଂଗୀତକୁ ରାଜିନ୍ଦର କୃଷ୍ଣ ଲେଖିଥିଲେ ଏବଂ ଫିଲ୍ମରେ ପ୍ରଦୀପ କୁମାରଙ୍କ ସହ ବୈଜୟନ୍ତି ମାଳା, ଜୀବନ ଓ ଇନ୍ଦ୍ରଜିତ ସିଂ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
View this post on Instagram
ସୂଚନାଯୋଗ୍ୟ, ନିକଟରେ ବଲିଉଡ ଡ୍ୟାନ୍ସ ଆଇକନ ମାଧୁରୀ ଦିକ୍ଷୀତ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରିଥିଲେ। ଯେଉଁଥିପାଇଁ ଟ୍ରୋଲିଂର ଶିକାର ହୋଇଥିଲେ । ମାଧୁରୀଙ୍କ ଶାଢିଙ୍କୁ ସମସ୍ତେ ପସନ୍ଦ କରୁଥିବା ବେଳେ ତାଙ୍କ ଡ୍ୟାନ୍ସକୁ ଟ୍ରୋଲ ହୋଇଥିଲେ । ମାଧୁରୀ ଜଣେ ଲୋକପ୍ରିୟ ଡ୍ୟାନ୍ସର ହୋଇ କିପରି ଜଣେ ସାଧାରଣ ପାକିସ୍ତାନୀ ଝିଅର ଡ୍ୟାନ୍ସ ଷ୍ଟେପକୁ କପି କରୁଛନ୍ତି ଏହାକୁ ନେଇ ଟ୍ରୋଲିଂର ଶିକାର ହୋଇଥିଲେ ।