ପରିବାର ଲୋକେ ଆଣିଲେ ଅଭିଯୋଗ, ଗୀତାଞଳୀଙ୍କୁ କରାଯାଇଛି ହତ୍ୟା

ମୋ ନାତୁଣୀକୁ ମିଶିକି ମାରି ଦେଇଛନ୍ତି…. ମୋ ନାତୁଣୀ ଯେମିତି କଲବଲ ହୋଇ ମରିଛି ସେମିତି ଯିଏ ଏ କାଣ୍ଡ ଘଟାଇଛି ତାକୁ ଉପଯୁକ୍ତ ଶାସ୍ତି ମିଳୁ । ଏତିକି କହି ଭୋ ଭୋ ହୋଇ କାନ୍ଦୁଛି ବୁଢ଼ୀ ମା ଜଣକ । ଆଉ ତା ମନର କୋହ ସବୁ କହି ପକାଉଛି ଆଉ ଲୁହକୁ ପୋଛି ପକାଉଛି । ନାତୁଣୀ ୨ ସପ୍ତାହ ତଳେ ଆସିଥିଲା ହେଲେ ଏବେ ତା ମୃତଦେହ ଟିକିଏ ଦେଖିପାରୁନି….

ହାଇଦ୍ରାବାଦରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାଞ୍ଚ ଦିନ ବିତିଗଲା ପରେ ମଧ୍ୟ ଘଟଣାସ୍ଥଳରେ ଯୁବତୀଙ୍କ ଶବ ଦେଖିବାକୁ ପାଉନି ମା’ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁର ସିଂହାଣୀ ପୋଖରୀ ଗାଁର ମାୟାଧର ବାରିକଙ୍କ ଝିଅ ଗୀତାଞ୍ଜଳି ବାରିକ । ହାଇଦ୍ରାବାଦ କୁରୁକୁଣ୍ଡା ବିଦ୍ୟା ନିକେତନରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଯେଉଥିପାଇଁ ପରିବାର ମୁହଁରେ ଟିକିଏ ହସ ଫୁଟିଥିଲା । ହେଲେ ତାଙ୍କର ଏହି ଖୁସି ବେଶୀ ଦିନ ତିଷ୍ଠି ରହିଲାନି । ହଠାତ୍‌ ଘୋଟିଆସିଲା ଦୁଃଖର କଳାବାଦଲ । ପରିବାର ମୁହଁରୁ ହଜିଗଲା ହସ ।

ଗତ ୭ ତାରିଖ ଦିନ ଗୀତାଞ୍ଜଳିଙ୍କ ପରିବାର ଲୋକଙ୍କୁ ଥାନାରୁ ଫୋନ ଆସିଥିଲା ଝିଅର ମୃତ୍ୟୁ ହୋଇଛି ବୋଲି । ଗୀତାଞ୍ଜଳୀଙ୍କର ମୃତ୍ୟୁ ଖବର ପାଇ ସତେ ଯେମିତି ମା ମୁଣ୍ଡରେ ପାହାଡ଼ଟା ଛିଡ଼ି ପଡ଼ିଥିଲା । ଗୀତାଞ୍ଜଳିଙ୍କ ମା ପବିତ୍ରା ବାରିକ ତାଙ୍କ ମୃତ୍ୟୁ ଖବର ପାଇ ସଙ୍ଗେ ସଙ୍ଗେ ଧାଇଁଥିଲେ ହାଇଦ୍ରାବାଦ । ସେଠାରେ ପହଞ୍ଚିଲା ବେଳକୁ ଗୀତାଞ୍ଜଳିଙ୍କ ମୃତଦେହ ତାଙ୍କ ଗୃହରେ ଥିଲା । ଗୀତାଞ୍ଜଳୀଙ୍କୁ ଏପରି ଅବସ୍ଥାରେ ଦେଖି ହତବାକ୍‌ ହୋଇ ରହି ଯାଇଥିଲେ ଆଉ ହତ୍ୟା ଅଭିଯୋଗ ଆଣିଥିଲେ ।

ତେବେ ଗୀତାଞ୍ଜଳିଙ୍କ ବାପା ମାୟାଧର ହୃଦ ରୋଗରେ ଆକ୍ରାନ୍ତ ଥିବାରୁ କୌଣସି କାର୍ଯ୍ୟ କରି ପାରନ୍ତି ନାହିଁ । ପରିବାର ପ୍ରତିପୋଷଣ କରିବା ପାଇଁ ସମ୍ପର୍କୀୟଙ୍କ ସହିତ ଗୀତାଞ୍ଜଳି ହାଇଦ୍ରାବାଦରେ ଥିବା ଏକ ଘରୋଇ ସ୍କୁଲରେ ୨ବର୍ଷ ଧରି ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରନ୍ତି । ଉକ୍ତ ସ୍କୁଲରେ ୪ ଯୁବକ ଉପର ମହଲାରେ ରହୁଥିବା ବେଳେ ଗୀତାଞ୍ଜଳି ତଳ ମହଲାରେ ରହୁଥିଲା । ଯାହା ପରିବାର ଲୋକ କୁହନ୍ତି । ସମସ୍ତେ ଗୋଟିଏ ଜାଗାରେ ରୋଷେଇ କରି ଖାଆନ୍ତି ।

ଗୀତାଞ୍ଜଳୀଙ୍କ ମୃତ୍ୟୁକୁ ପାଞ୍ଚ ଦିନ ବିତିଯାଇଥିବା ବେଳେ ଗାଁକୁ ମୃତ ଦେହ ଆସି ନଥିବାରୁ ସମସ୍ତେ ଚିନ୍ତାରେ ଅଛନ୍ତି । ଗୀତାଞଳୀର ମୃତ୍ୟୁ ଏବେବି ରହସ୍ୟ ଘେରରେ । ମୃତଦେହ ବ୍ୟଵଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.