ବର୍ଷାରେ ରିଲ୍ସ କରିବା ପଡ଼ିଲା ମହଙ୍ଗା, ଅଳ୍ପକେ ବଞ୍ଚିଲା ଝିଅର ଜୀବନ

ବଜ୍ରପାତରେ କମ୍ପିଲା ସାରା ଘର । ଶବ୍ଦରେ କାନ ଫାଟି ପଡ଼ିଲା । ଝିଅ ରିଲ୍ସ କରିବା ସମୟରେ ମୋବାଇଲରେ କଏଦ ହେଲା ବଜ୍ରପାତର ଦୃଶ୍ୟ । ବିଜୁଳି ମାରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ଜଣେ ଝିଅ ରିଲ୍ସ କରିବା ପାଇଁ ଛାତକୁ ଯାଇଥିଲେ ଆଉ ଯେମିତି ବର୍ଷାରେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ ସଙ୍ଗେ ସଙ୍ଗେ ଆକାଶରୁ ବଜ୍ରପାତ ହୋଇଥିଲା । ସୌଭାଗ୍ୟବଶତଃ ଝିଅର କିଛି ହୋଇନି କିନ୍ତୁ ବଜ୍ରପାତ ଝିଅ ଠାରୁ ମାତ୍ର କିଛି ଦୂରରେ ହିଁ ହୋଇଥିଲା ।

ଏଭଳି ଘଟଣା ବିହାରର ସୀତାମଢ଼ି ଜିଲ୍ଲାର ବେଲା ଥାନା ଅନ୍ତର୍ଗତ ସିରସିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ଏଠାକାର ବାସିନ୍ଦା ରାଘବେନ୍ଦ୍ର ଭଗତଙ୍କ ଦୁଇ ଝିଅ ମୁସ୍କାନ ଓ ସାନିଆ ରିଲ୍ସ କରିବା ପାଇଁ ଛାତକୁ ଯାଇଥିଲେ । ଏହି ସମୟରେ ଘଟିଥିଲା ଏଭଳି ଅଘଟଣ । ରାଘବେନ୍ଦ୍ରଙ୍କ ପଡ଼ୋଶୀ ସୁନୀତାଙ୍କ ଛାତରେ ବଜ୍ରପାତ ହୋଇଥିଲା । ଫଳରେ ସୁନୀତାଙ୍କ ଘରର ସମସ୍ତ ଇଲେକ୍ଟ୍ରୋନିକ୍ସ ଜିନିଷ ନଷ୍ଟ ହୋଇଯାଇଛି । ନିକଟସ୍ଥ ବିଦ୍ୟୁତ ଟ୍ରାନ୍ସଫର ଜଳି ଯାଇଥିବା ସୂଚନା ମିଳିଛି । ଅନେକ ଲୋକଙ୍କ ଘରର ଇଲେକ୍ଟ୍ରୋନିକ୍ସ ଜିନିଷ ନଷ୍ଟ ହୋଇଯାଇଛି ।

ବାରମ୍ବାର ରିଲ୍ସ କରିବାକୁ ନେଇ ସତର୍କ କରାଯାଉଥିଲେ ମଧ୍ୟ ଯୁବପିଢ଼ୀମାନେ କିଛି ମାନୁ ନାହାନ୍ତି । ରିଲ୍ସ କରିବା ସମୟରେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତା ପରେ ବି ରିଲ୍ସ ନିଶା କମୁନି । ଏ ଝିଅର ଜୀବନ ଅଳ୍ପକେ ବର୍ତ୍ତିଗଲା ସତ କିନ୍ତୁ ଯଦି ଆପଣ ଏମିତି ରିଲ୍ସ କରୁଛନ୍ତି ତେବେ ସାବଧାନ ରୁହନ୍ତୁ । ଏମିତି ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ କି ରିଲ୍ସ କରନ୍ତୁ ନାହିଁ ।