ସ୍ପେଶାଲ

ସାଥୀଙ୍କୁ ପ୍ରପୋଜ କରନ୍ତୁ ମନା ନାହିଁ, କିନ୍ତୁ ଏଭଳି ବିପଦପୂର୍ଣ୍ଣ ସ୍ଥାନ ରୁ ଦୁରେଇ ରୁହନ୍ତୁ

ପ୍ରପୋଜ କରିବାକୁ ନେଇଗଲେ ପାହାଡ଼ ଉପରକୁ…ସନ୍‌ ସେଟ୍‌ ର ସୁନ୍ଦର ଭିୟୁ ଆଗରେ ଗାଲଫ୍ରେଣ୍ଡକୁ ନିଜର ମନର କଥା କହିବା ପାଇଁ କରିଥିଲେ ଯୋଜନା। କିନ୍ତୁ ଠିକ ସମୟରେ ଝିଅର ପାଦ ଖସିଗଲା। ଆଉ ସେ ପାହାଡ଼ ଉପରୁ ତଳକୁ ଖସି ପଡ଼ିଲା। କିଏ ଜାଣିଥିଲା ଏମିତି କିଛି ଅଘଟଣ ଘଟିବ। ଖୁସି ର ସମୟ ବଦଳିଯବ ଦୁଃଖର ପରିସ୍ଥିତିରେ..

ଏଭଳି ଘଟଣା ଘଟିଛି ତୁର୍କୀରେ.. ତୁର୍କୀରେ ୩୯ ବର୍ଷୀୟ ୟେସିନ ଦେମିର ନିଜ ବାନ୍ଧବୀ ନିଜାମେଟିନ ଗୁରସୁ ଙ୍କ ସହ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ। ନିଜର ମନର କଥାକୁ କହିବା ପାଇଁ ବାନ୍ଧବୀଙ୍କୁ ନେଇଯାଇଥିଲେ ପାହାଡ଼ ଉପର ସନ୍‌ ସେଟ ଭିୟୁ ପଏଣ୍ଟକୁ..ପ୍ରପୋଜ କରିବା ପରେ ଦୁହେଁ ଖାଇଥିଲେ.. ସେହି ସମୟରେ ଦୁହେଁ ଫଟୋ କ୍ଲିକ କରୁଥିଲେ। ପରେ ପୁରୁଷ ବନ୍ଧୁ ଜଣକ କାର ପାଖକୁ ଚାଲିଆସିଥିଲେ। ହେଲେ ମାତ୍ର କେଇ ସମୟରେ ଘଟିଗଲା ଦୁର୍ଘଟଣା। ବାନ୍ଧବୀଙ୍କ ଚିତ୍କାର ଶୁଣିଥିଲେ। କୌଣସି କାରଣବଶତଃ ଝିଅର ପାଦ ଖସିଯାଇଥିଲା। ଯାହାପରେ ସିଧା ୧୦୦ ଫୁଟ ତଳକୁ ସେ ଖସିପଡ଼ିଲେ।

ଘଟଣାଟି ଘଟିଥିଲା ଗତ ଜୁଲାଇ ୬ ତାରିଖରେ.. ଯେତେବେଳେ ସେ ଗଳିପଡ଼ିଲେ ସେତେବେଳେ ତାଙ୍କ ନିଶ୍ୱାସ ଚାଲୁଥିଲା। ପୁରୁଷ ବନ୍ଧୁ ଜଣକ ଦୌଡ଼ି ଆସି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ହେଲେ ସନ୍ଧ୍ୟା ସମୟରେ କେହି ବି ସେଠାରେ ନଥିଲେ। କିଛି ସମୟ ପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସାହାଯ୍ୟ ମାଗିଥିଲେ। କିନ୍ତୁ ଶେଷରେ ବାନ୍ଧବୀଙ୍କ ଜୀବନ ଚାଲିଯାଇଥିଲା। ତାଙ୍କର ଏହି ସ୍ପେଶାଲ ମୋମେଣ୍ଟରେ ଲାଗିଯାଇଥିଲା ନଜର। ନିଜ ବାନ୍ଧବୀଙ୍କୁ ହରାଇବା ପରେ ପୁରୁଷ ବନ୍ଧୁ ଜଣକ ଭାଙ୍ଗି ପଡ଼ିଲେ। ସ୍ୱପ୍ନ ତାଙ୍କ ର ଆଖି ଆଗରେ ହୋଇଗଲା ଚୁରମାର। ସୂଚନା ଅନୁସାରେ ଝିଅର ବାଲାନ୍ସ ବିଗିଡ଼ି ଯିବା କାରଣରୁ ତାଙ୍କ ପାଦ ଖସିଗଲା ଯାହାପାଇଁ ସେ ପାହାଡ଼ରୁ ୧୦୦ ଫୁଟ ତଳକୁ ଖସିପଡ଼ିଥିଲେ।

ରିପୋଟ ର୍ ଅନୁସାରେ ଝିଅକୁ ଉଦ୍ଧାର କରିବାର ୪୫ ମିନିଟ ଚିକିତ୍ସା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ୟେସିମଙ୍କ କହିବା ଅନୁସାରେ ସେହି ସନ୍‌ ସେଟ ଭିୟୁ ପଏଣ୍ଟକୁ ଅନେକ ଲୋକ ଯାଆନ୍ତି। କିନ୍ତୁ ଏହାର ରାସ୍ତା ବହୁତ ଖରାପ। ପାହାଡ଼ ଚାରିପାଖରେ ସୁରକ୍ଷା ପାଇଁ କିଛି ରହି ନାହିଁ। ଏମିତିରେ କିଛି ଅଘଟଣ କୁ ରୋକିବା କୁ ହେଲେ ସେଠାରେ କିଛ ି ବନ୍ଦୋବସ୍ତ କରିବା ଉଚିତ।

D Sonali

Recent Posts

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

14 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

23 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

28 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

53 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

59 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

60 mins ago