ଆର୍ଥିକ ଅଭାବକୁ ଦୂର କରିବା ପାଇଁ ୧୧ବର୍ଷର ଝିଅ ବିକୁଥିଲା ଆମ୍ବ, ସାହାଯ୍ୟରେ ମିଳିଲା ୧ ଲକ୍ଷ ୨୦ ହଜାର ଟଙ୍କା

ସୋସିଆଲ ମିଡିଆରେ ଆଜିକାଲି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେମାନଙ୍କ ମଧ୍ୟରୁ କିଛି ମଜ୍ଜାଳିଆ ହୋଇଥାଏ ତ ଅନ୍ୟ କିଛି ଆଶ୍ଚର୍ଯ୍ୟକାରୀ ଘଟଣା ହୋଇଥାଏ । ଏହାବ୍ୟତିତ ସମାଜର କିଛି ଏମିତି ଚିତ୍ର ମଧ୍ୟ ସାମ୍ନାକୁ ଆସେ ଯାହାକୁ ଦେଖିରେ ଆଖିରେ ଲୁହ ଆସିଯାଏ । ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓରେ ରାସ୍ତା କଡରେ ୫ମ ଶ୍ରେଣୀରେ ପଢ଼ୁଥିବା ଛୋଟ ଝିଅଟି ଆମ୍ବ ବିକୁଥିବାର ଆପଣ ଦେଖିବାକୁ ପାଇବେ ।

ସମୟ ଓ ପରିସ୍ଥିିତି ମନୁଷ୍ୟକୁ କେଉଁ ମୋଡରେ ଆଣି ଠିଆ କରେ ତାହା ସମସ୍ତଙ୍କୁ ରହିଥାଏ ଅଛପା । ଆର୍ôଥକ ଅନାଟନରେ ବିତୁଥିବା ଜୀବନ ମଣିଷକୁ ସବୁ କାମ ଶିଖାଇଦିଏ । ଯାହାର ପ୍ରକୃତ ନମୁନା ଆପଣ ଏହି ପୋଷ୍ଟରୁ ଜାଣିପାରୁଥିବେ । ଏହି ଘଟଣାଟି ଆସିଛି ସୁଦୂର ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳରୁ । ଏଠାରେ ଷ୍ଟ୍ରେଟ ମାଇଲ୍ସ ରୋଡରେ ଥିବା ବଙ୍ଗଳା ନମ୍ବର ୪୭ର ଆଉଟ ହାଉସରେ ରହୁଥିବା ୧୧ବର୍ଷର ଝିଅ ତୁଳସୀ ପାଞ୍ଚବୀ ୫ମ ଶ୍ରେଣୀର ଛାତ୍ରୀ । ପରିବାରରେ ଆର୍ଥକ ସମସ୍ୟା କାରଣରୁ ସେ ନିଜ ପାଠପଢ଼ା ମଧ୍ୟ ଠିକ ରୂପେ କରିପାରୁନି ।

କରୋନା କାଳରେ ସ୍କୁଲ ବନ୍ଦ ହେବା ସହ ଆର୍ଥକ ସ୍ଥିତି ଭୁଷୁଡି ପଡିଛି । ଅନଲାଇନ କ୍ଲାସ କାରଣରୁ ପାଠ ପଢ଼ା ଏବେ ବନ୍ଦ । କାରଣ ପରିବାରେ ମୋବାଇଲ ସମସ୍ୟା ରହିଛି । ତେଣୁ ମୋବାଇଲ ପାଇଁ ତୁଳସୀ ଆମ୍ବ ବିକିବା ଆରମ୍ଭ କରିଥିଲା । ତୁଳସୀ ଆମ୍ବ ବିକୁଥିବାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ଏମିତି ଘଟିଲା ।

ପାଠ ପାଇଁ ବାଧ୍ୟ ହୋଇ ଆମ୍ବ ବିକୁଥିବା ଏହି ଝିଅର କାହାଣୀ ମୁମ୍ବାଇରେ ଥିବା ଭାଲ୍ୟୁଏବଲ ଆଡଟମେଣ୍ଟ କମ୍ପାନୀର ଭାଇସ ଚେୟାରମ୍ୟାନ ଅମେୟା ହେତେଙ୍କ ପାଖରେ ଶେଷରେ ପହଞ୍ଚିଲା । ଏହାପରେ ସେ ସାହାଯ୍ୟର ହାତ ବଢ଼ାଇଲେ । ୧୨ଟି ଆମ୍ବ କିଣି ଝିଅକୁ ୧ଲକ୍ଷ ୨୦ ହଜାର ଟଙ୍କା ଦେଲେ । ଏହି ସାହାଯ୍ୟ ପାଇ ତୁଳସୀ ଏବେ ବେଶ ଖୁସି ଅନୁଭବ କରୁଛି । ଏହାକୁ ନେଇ ସେ ୧୩ ହଜାର ଟଙ୍କାର ଫୋନ କିଣିବା ସହ ଅନ୍ୟ ଅର୍ଥରାଶି ପଢ଼ାରେ ବିନିଯୋଗ କରିଛି ।

ତେବେ ଏହି ଖବର ଏହି ସୋସିଆଲ ମିଡିଆରେ ଖୁବ ଧୁମ ମଚାଉଛି । ଅମେୟା ହେତେଙ୍କୁ ଏବେ ସମସ୍ତେ ପ୍ରଶଂସା କରିବା ସହ ଝିଅର ଉତ୍ତମ ଭବିଷ୍ୟତ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.