ସ୍ପେଶାଲ

୩ ଝିଅ ଦୋକାନ ସାମ୍ନାରେ ଖାଉଥିଲେ, ହଠାତ୍‌ ମାଡ଼ିଆସିଲା ଗାଈ ତା’ପରେ….

ଗାଈକୁ ଆମେ ଗୋମାତା ଭାବେ ପୂଜା କରିଥାଉ । ଗାଈ ଦେହରେ ୩୩ କୋଟି ଦେବାଦେବୀ ବାସ କରିଥାଆନ୍ତି ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବି ଗୋମାତାଙ୍କର ବିଶେଷ ସ୍ଥାନ ରହିଛି । ଗାଈକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି ମନେ କରାଯାଏ । କୁହାଯାଏ ରାସ୍ତାରେ ଯାଉଥିବା ସମୟରେ କୌଣସି ବ୍ୟକ୍ତିର ନଜରରେ ଗାଈ ପଡିଗଲେ ଏହା ତାଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଏହାସହ ଗାଈ ମାନେ ଶାନ୍ତ ସ୍ୱଭାବର ହୋଇଥାଆନ୍ତି । କେବେ ହିଂସାତ୍ମକ ଭାବେ କାହା ଉପରେ ଆକ୍ରମଣ କରିବା କଥା କେହି ଶୁଣି ନଥିବେ । କିନ୍ତୁ ବର୍ତ୍ତମାନ ଯାହା ଘଟିଛି ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଆପଣ ଭାବୁଥିବେ ଆମେ ଆପଣଙ୍କୁ ଆଜି ଗାଈ ବିଷୟରେ କାହିଁକି କହୁଛୁ । ବର୍ତ୍ତମାନ ଗାଈକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଟିକେ ଏହି ଭିିଡିଓ ଉପରେ ନଜର ପକାନ୍ତୂୁ, ଏହି ଦୃଶ୍ୟ ଦେଖିବା ପରେ ଆପଣ ମଧ୍ୟ ବିଶ୍ୱାସ କରିପାରିବେନି ଯେ ଗାଈ ଏପରି ଭାବେ ଲଢ଼େଇ ଲାଗିପାରନ୍ତି । ଯାହା ଫଳରେ କାହାର କ୍ଷତି ଘଟିପାରେ । ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ୩ ଜଣ ଝିଅ ଦୋକାନ ସାମ୍ନାରେ କଥାବାର୍ତ୍ତା ହୋଇ କିଛି ଖାଦ୍ୟ ଖାଉଥିଲେ । ଠିକ୍‌ ଏହି ସମୟରେ କେଉଁଠି କେଜାଣି ଥିଲେ ଏହି ଦୁଇଟି ଗାଈ ହଠାତ୍‌ ମାଡ଼ି ଆସିଥିଲେ । ଆଉ ଗୋଟିଏ ଝିଅକୁ ସିଙ୍ଘରେ ଆକ୍ରମଣ କରିବା ସହ ଅନ୍ୟ ଗୋଟିଏ ଝିଅ ଉପରେ ଚଢ଼ି ଯାଇଥିଲେ । ଏହା ଦେଖି ନିକଟରେ ଉପସ୍ଥିତ ଥିବା ଲୋକେ ଧାଇଁ ଆସିଥିଲେ ଆଉ ଗାଈ କବଳରୁ ଏହି ଝିଅଟିକୁ ରକ୍ଷା କରି ତାର ଜୀବନ ବଞ୍ଚାଇଥିଲେ ।

ହଁ ଆଜ୍ଞା, ୩ ଜଣ ଝିଅ କେଡ଼େ ଖୁସିରେ ଦୋକାନ ସାମ୍ନାରେ ଠିଆ ହୋଇ ଖାଉଥିଲେ । ହେଲେ ସେ ଜାଣିନଥିଲେ ତାଙ୍କ ସହ ଏଭଳି କିଛି ହୋଇଯିବ ବୋଲି । କିନ୍ତୁ କ୍ଷଣକ ମଧ୍ୟରେ ଏତେ ସବୁ ହଠାତ୍‌ ଘଟିଗଲା ଯାହା ତାଙ୍କ କଳ୍ପନା ବାହାରେ ଥିଲା । କ୍ଷଣକେ ଭିତରେ ମୃତ୍ୟୁକୁ ଅତି ନିକଟରୁ ଦେଖି ଆସିଥିଲେ ଏହି ଝିଅ ୨ ଜଣ । ଗାଈଙ୍କ ଆକ୍ରମଣରୁ ବର୍ତ୍ତି ଏକ ନୂଆ ଜୀବନ ପାଇଛନ୍ତି । ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଦ୍ରୁତ ବେଗରେ ଭାଇରାଲ୍‌ ହେବାରେ ଲାଗିଛି ।

ଏହି ଭିଡିଓଟି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ CCTV IDIOTS ଆକାଉଣ୍ଟରେ ସେୟାର୍‌ କରାଯାଇଥିଲା । ଏହି ପୋଷ୍ଟଟିକୁ ୭୦ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଥିଲେ । ଜଣେ ବ୍ୟକ୍ତି ଝିଅଟି ସୁରକ୍ଷିତ ଥିବା ନେଇ ଚିନ୍ତିତ ଥିଲେ ଅନ୍ୟ ୟୁଜରର୍ସ ଏହି ଭିଡିଓଟିକୁ ଥଟ୍ଟା ପରିହାସ କରିଥିଲେ । ସେହିପରି ଅନ୍ୟ ୟୁଜର୍ସ ମାନେ ଝିଅଟି ପ୍ରତି ଦୟାଭାବ ପୋଷଣ କରିଥିଲେ ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago