ଏହି ରାଶିର ଝିଅ ମାନେ ହୋଇଥାନ୍ତି ରୋମାଣ୍ଟିକ, ଆପଣ ବି ଏହି ତାଲିକାରେ ନାହାନ୍ତି ତ

ଭିନ୍ନ ଭିନ୍ନ ଲୋକେ ନିଜ ନିଜ ପାର୍ଟନରଙ୍କ ପ୍ରତି ରୋମାନ୍ସକୁ ଭିନ୍ନ ଭିନ୍ନ ଶୈଳୀରେ ପରିବେଷଣ କରିଥାନ୍ତି । ଏହା ସହ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପାଇଁ ଏହା ଭିନ୍ନ ଅର୍ଥରେ ବି ବୁଝାଯାଏ । ଆମ ମଧ୍ୟରୁ କିଛି ଜଣ ଏବାବଦରେ ମୁହଁ ଖୋଲି କହୁଥିବା ବେଳେ କିଛି ଜଣ ଚୁପ ରହିବାକୁ ପସନ୍ଦ କରନ୍ତି । ନିଜ ପାର୍ଟନରଙ୍କ ପ୍ରତି ଆକୃଷ୍ଟ ହେବାରେ ସେପରି କୌଣସି ଭୁଲ ବି ନାହିଁ । ସାଧାରଣରେ ରୋମାନ ଭଲ ପାଇବାକୁ ଅଧିକରୁ ଅଧିକ ବଢାଇବା ସହିତ ଦୁଇ ବ୍ୟକ୍ତିଙ୍କୁ ନିକଟତର ମଧ୍ୟ କରିଥାଏ ।

ଯଦି ଜଣେ କେବେ ପ୍ରେମରେ ପଡନ୍ତି ତେବେ ତାଙ୍କ ମସ୍ତିସ୍କରେ କଣ ଚାଲେ ସେମାନଙ୍କ ଭାବନାକୁ କଣ କଣ ଆସେ ସେସବୁ ହେଉଛି ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରର ଏକ ମିଶ୍ରଣ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ରାଶି ହିଁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ, ସେମାନଙ୍କ ପ୍ରେମ ଭାବନା, ସେମାନଙ୍କ ବୈବାହିକ ଜୀବନ ବାବଦରେ ସୂଚନା ମିଳେ । ଜଣେ କେମିତି ରୋମାଣ୍ଟିକ ହେବେ କିମ୍ବା ରୋମାନ୍ସ ପ୍ରତି ସେମାନଙ୍କ ଆକୃଷ୍ଟତା କେତେ ଦୂର ରହିବ ସେବାବଦରେ ବି ସୂଚନା ମିଳିବ । ଆଉ କେଉଁ ମାନଙ୍କର ଏତେଟା ରୋମାଣ୍ଟିକ ସ୍ୱଭାବ ରହିବ ନାହିଁ ସେବାବଦରେ ବି ଜାଣିହେବ ।

ମୀନ ରାଶି:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ନିଜ ସମ୍ପର୍କରୁ ଅଧିକ ରୁ ଅଧିକ ପ୍ରେମ ହିଁ ଆଶା କରନ୍ତି । ସେମାନଙ୍କ ପ୍ରେମ ସେମାନଙ୍କୁ ଏକ ସ୍ବପ୍ନ ପରି ମନେ ହୋଇଥାଏ । ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କୁ ରୋମାଣ୍ଟିକ ପଦାର୍ଥ ଅଧିକ ପସନ୍ଦ ହୋଇଥାଏ । ନିଜ ପ୍ରେମକୁ ସାବ୍ୟସ୍ତ କରିବା ପାଇଁ ସବୁଠୁ ଭଲ ରୋମାଣ୍ଟିକ ପାର୍ଟନରର ଅନୁସନ୍ଧାନରେ ଥାଆନ୍ତି ଏହି ରାଶିର ବ୍ୟକ୍ତି ବିଶେଷ । ପ୍ରାୟ ସବୁ ସମୟରେ ଏକ କାଳ୍ପନିକ ଦୁନିଆରେ ରହିବାକୁ ପସନ୍ଦ କରନ୍ତି ଏହି ରାଶିର ବ୍ୟକ୍ତି ବିଶେଷ ମାନେ ।

ସିଂହ ରାଶି:

ଏହି ରାଶିର ଝିଅ ମାନେ ଖୁବ ଭଲ ପାଆନ୍ତି । ଏମାନେ ଏମିତି ବ୍ୟକ୍ତିବିଶେଷ ମାନେ ଦୁନିଆକୁ ଦେଖେଇବାକୁ ପସନ୍ଦ କରନ୍ତିକି ସେମାନେ ନିଜ ପାର୍ଟନରଙ୍କୁ କେତେ ଭଲ ପାଆନ୍ତି । ସେମାନଙ୍କ ମଧ୍ୟରେ ଭରପୁର ପରିମାଣରେ ପ୍ରେମ ରହିବା ସହିତ ସେମାନଙ୍କ ସ୍ୱଭାବ ବି ବେଶ ରୋମାଣ୍ଟିକ ହୋଇଥାଏ | କିନ୍ତୁ ସେମାନେ କେତେ ରୋମାଣ୍ଟିକ ସେମାନେ ନିଜେ ବି ଜାଣି ନଥାନ୍ତି ।

zodiac signs

ତୁଳା:

ଏହି ରାଶିର ବ୍ୟକ୍ତିବିଶେଷ ମାନେ ନିଜ ପ୍ରେମ ନିବେଦନ କରିବାରେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନେ ନିଜ ପାର୍ଟନରଙ୍କ ସହ ରୁହନ୍ତୁ ଅବା ନରୁହନ୍ତୁ ସେମାନେ ସବୁବେଳେ ରୋମାଣ୍ଟିକ ଥାଆନ୍ତି ।

ବୃଷ:

ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ ସ୍ୱଭାବ ରହସ୍ୟମୟ ହେବା ସହ କିଞ୍ଚିତ ରୋମାଣ୍ଟିକ ହୋଇଥାଏ । ସେମାନେ ଏମିତି ଜଣେ ବ୍ୟକ୍ତିଙ୍କ ଅନୁସନ୍ଧାନରେ ଥାଆନ୍ତି ଯିଏ ସେମାନଙ୍କୁ ବାହାର ଦୁନିଆରୁ ଏକ ପ୍ରକାର ବାହାରେ ରଖି ଏକ ଭିନ୍ନ ଅନୁଭବ ଦେବ । ସେମାନେ ଏମିତି ଜଣେ ସାଥୀଙ୍କ ସନ୍ଧାନରେ ଥାଆନ୍ତି ଯିଏ ତାଙ୍କ ଭାବନା ଓ ସମ୍ବେଦନଶୀଳତାକୁ ଭଲରେ ବୁଝିପାରିବ । ନିଜ ସାଥୀଙ୍କ ସାମ୍ନାରେ ରୋମାଣ୍ଟିକ ହୋଇଉଠନ୍ତି ଏମାନେ ।

କର୍କଟ :

ଏହି ରାଶିର ବ୍ୟକ୍ତିମାନେ ଖୁବ ସମ୍ବେଦନଶୀଳ ଥାଆନ୍ତି । କର୍କଟ ରାଶିର ଝିଅଙ୍କ ପାଇଁ ରୋମାଣ୍ଟିକ ଇଶାରା ଯଥେଷ୍ଟ ହୋଇନଥାଏ । ସେମାନେ ଚାହାନ୍ତି ସେମାନଙ୍କ ପାର୍ଟନର ରୋମାଣ୍ଟିକ ହୁଅନ୍ତୁ ।

ମେଷ ରାଶି:

ପ୍ରେମ ସମ୍ବନ୍ଧରେ ଏମାନେ ଦାୟିତ୍ବହୀନ ରୁହନ୍ତି । ଏଥିପାଇଁ ଏମାନେ କୌଣସି ବିଶେଷ ବ୍ୟକ୍ତିଙ୍କ ପାଇଁ ବି କମ ପରିଶ୍ରମ କରିଥାନ୍ତି । ପାର୍ଟନରଙ୍କୁ ଖୁସି କରିବା ପାଇଁ ଏମାନେ କିଛି ବି କରିପାରନ୍ତି ।

କନ୍ୟା:

କନ୍ୟା ରାଶିର ଝିଅ ମାନେ ସବୁବେଳେ ରୋମାଣ୍ଟିକ ସ୍ୱଭାବର ହୋଇନଥାନ୍ତି । ସବୁବେଳେ ଆକର୍ଷଣର କେନ୍ଦ୍ରରେ ରହିବାକୁ ପସନ୍ଦ କରନ୍ତି । କେବେ କେବେ ଏମାନେ ନିଜ ପାର୍ଟନରଙ୍କ ପ୍ରସଂଶା କରିବା ସହିତ ସେମାନଙ୍କୁ ଡ଼ିନର ଡେଟରେ ନେଇଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.