ଯେଉଁ ଝିଅମାନଙ୍କର ହୋଇଥାଏ ଏହି ରାଶି, ସେମାନେ ହୋଇଥାନ୍ତି ବହୁତ ଭାଗ୍ୟବତୀ

ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ରାଶିର ବ୍ୟକ୍ତିତ୍ୱଙ୍କ ବିଷୟରେ ଭିନ୍ନ ଭିନ୍ନ କଥା କୁହାଯାଇଛି । ତେବେ କିଛି ରାଶିର ଝିଅମାନେ କିଛି ମାମଲାରେ ବହୁତ ଭାଗ୍ୟବତୀ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅଙ୍କର ରାଶି ଜଳ ତତ୍ତ୍ୱ ଓ ବାୟୁ ତତ୍ତ୍ୱ ପ୍ରଧାନ ହୋଇଥାଏ । ସେମାନେ ନିଜ କାର୍ଯ୍ୟକୁ ବହୁତ ଭଲ ଭାବରେ କରିଥାନ୍ତି । ପ୍ରତ୍ୟେକ କାମରେ ସଫଳତା ପାଇବାକୁ ଏହି ରାଶିର ଲୋକେ ଚାହିଁଥାନ୍ତି । ଆସନ୍ତୁ ଜାଣିବା କେଉଁ ରାଶିର ଝିଅ ଅଟନ୍ତି ଏହିମାନେ ।

ମିଥୁନ ର।ଶି –

ଜ୍ୟୋତିଷ ଶାସ୍ତ୍ରରେ ମିଥୁନ ରାଶିକୁ ବାୟୁ ତତ୍ତ୍ୱର ରାଶି କୁହାଯାଇଥାଏ । ଯେଉଁ ଝିଅଙ୍କର ରାଶି ମିଥୁନ ହୋଇଥାଏ, ସେମାନେ ବହୁତ ଧୀର- ଗମ୍ଭୀର ହୋଇଥାନ୍ତି । ଏମାନେ ପ୍ରତି କାର୍ଯ୍ୟକୁ ସୁନ୍ଦର ଢ଼ଙ୍ଗରେ କରିଥାନ୍ତି । ଏମାନେ ଅଫିସରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ନିଜ ପ୍ରତିଭାକୁ ଜାହିର କରିବା ପାଇଁ ଚେଷ୍ଟା କରିଥାନ୍ତି । ରାଶି ଚକ୍ରରେ ମିଥୁନ ରାଶି ୩ୟ ରାଶିର ମାନ୍ୟତା ପାଇଛି ।

ତୁଳା ରାଶି –

ରାଶି ଚକ୍ରରେ ତୁଳା ରାଶିକୁ ୭ମ ରାଶି କୁହାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳା ରାଶି ବାୟୁ ତତ୍ତ୍ୱର ରାଶି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳା ରାଶିକୁ ବାୟୁ ତତ୍ତ୍ୱର ରାଶି କୁହାଯାଇଥାଏ । ଯେଉଁ ଝିଅଙ୍କର ରାଶି ତୁଳା ହୋଇଥାଏ, ସେମାନେ ସବୁ କାମକୁ ଦାୟିତ୍ୱର ଓ ସଫଳତା ପୂର୍ବକ କରିଥାନ୍ତି । ଅନ୍ୟମାନଙ୍କୁ ନିର୍ଦେଶ ଦେବାକୁ ଏହି ରାଶିକୁ ଭଲ ଲାଗିଥାଏ । ଏମାନେ ଜଟିଳ କାର୍ଯ୍ୟକୁ କରିବାକୁ ଭଲ ପାଇଥାନ୍ତି ।

ମୀନ ରାଶି –

ଜ୍ୟୋତିଷ ଶାସ୍ତ୍ରରେ ମୀନ ରାଶିକୁ ଜଳ ତତ୍ତ୍ୱ ରାଶି ବୋଲି କହିଥାନ୍ତି । ଯେଉଁ ଝିଅଙ୍କର ମୀନ ରାଶି ହୋଇଥାଏ ଏମାନେ ନିଜର ଲକ୍ଷ୍ୟ ପ୍ରାପ୍ତ ପାଇଁ ବହୁତ ଗମ୍ଭୀର ହୋଇଥାନ୍ତି । ଏମାନେ ବିପଦୁ ଖୁବ ଶୀଘ୍ର ମାପି ଦେଇଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ସମୟ ପୂର୍ବରୁ କରିବାକୁ ଭଲ ପାଇଥାନ୍ତି । ଏମାନେ ଅନୁଶାସନକୁ ପାଳନ କରିଥାନ୍ତି ଓ ବହୁତ ଭାବୁକ ହୋଇଥାନ୍ତି । ଯେଉଁଥିପାଇଁ ଏମାନଙ୍କୁ କଷ୍ଟ ଭୋଗିବାକୁ ପଡ଼ିଥାଏ ।

Leave A Reply

Your email address will not be published.