ଛେଳି ଖାଉଛି ମାଛ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ଛେଳି ଖାଉଛି ମାଛ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଆମେ ସମସ୍ତେ ଜାଣନ୍ତି ଛେଳି ଏକ ଶାକାହାରୀ ଜୀବ। ସେ କେବଳ ଗଛ,ପତ୍ର, ଘାସ ଆଦି ଖାଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଛେଳିର ଭିଡିଓ ଭାଇରାଲ ହେଉଛି, ଯିଏ ଘାସ ନ ଖାଇ ମାଛ ଖାଉଛି। ଛେଳିଟି ମାଛ ଖାଉଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Bhutni_ke (@bhutni_ke_memes)


ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଛେଳିର ମୁହଁ ପାଖରେ ଥାଳିଆରେ କିଛି ମାଛ ଥୋଇ ଦେଉଛନ୍ତି। ପ୍ରଥମେ ଲାଗୁଛି ଯେମିତି ଛେଳି ମାଛ ତକ ଖାଇବ ନାହିଁ, କାରଣ ସେ ଶାକାହାରୀ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଛେଳି ପ୍ଲେଟ୍‌ରୁ ଗୋଟିଏ ପରେ ଗୋଟିଏ ମାଛ ଚଟାପଟ ଖୁବ୍‌ ମଜାର ସହ ଖାଉଛି।

ଇନ୍‌ଷ୍ଟାଗ୍ରାମ୍‌ରେ bhutni ke memes ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି। ସେୟାର ହେବା ପରେ ଲୋକମାନେ ଏଥିରେ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ବି ଦେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.