ଛେଳି ଗର୍ଭରୁ ଜନ୍ମହେଲା ମଣିଷ ପରି ଦିଶୁଥିବା ଏକ ବିରଳ ପ୍ରାଣୀ, ଦେଖନ୍ତୁ ଫଟୋ

ଅନେକ ସମୟରେ ଆମେ ଏପରି କିଛି ଘଟଣା ଦେଖିଥାଉ ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଆପଣ କେବେ ଶୁଣିଛନ୍ତି କି ଏକ ପଶୁ ମଣିଷ ପରି ସନ୍ତାନକୁ ଜନ୍ମ ଦେଇ ପାରେ ବୋଲି ? କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସାମର କଛାର ଜିଲ୍ଲାର । ଜିଲ୍ଲାର ଧୌଲାଇ ଅଞ୍ଚଳରେ ଏକ ପାଳିତ ଛେଳି ଗର୍ଭରୁ ମଣିଷ ପରି ଦିଶୁଥିବା ଏକ ଜନ୍ତୁ ଜନ୍ମ ନେଇଛି । ଏହି ପ୍ରାଣୀର ଲାଞ୍ଜ ନଥିବାରୁ ତାହା ଏକ ମଣିଷ ଛୁଆ ପରି ଦିଶୁଥିଲା । ଏହା କୁହାଯାଇଛି ଯେ ଏହି ଛେଳି ଶିଶୁର ଦୁଇ ଗୋଡ ଏବଂ କାନ ବ୍ୟତୀତ ସବୁକିଛି ମଣିଷ ପରି ଦୃଶ୍ୟମାନ ହେଉଥିଲା । ଏହି ଖବର ଜଣାପଡ଼ିବା ତାହା ସମଗ୍ର ଜିଲ୍ଲାକୁ ବ୍ୟାପି ଯାଇଥିଲା । ତେବେ ସବୁଠାରୁ ଦୁଃଖର କଥା ହେଉଛି, ମାଆ ଗର୍ଭରୁ ଜନ୍ମ ନେବାର ଅଧା ଘଣ୍ଟା ମଧ୍ୟରେ ଛୁଆଟି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଛାର ଜିଲ୍ଲାର ଧୌଲାଇର ଗଙ୍ଗନଗର ଗାଁର ଲୋକମାନେ ଏହା ଜାଣିବା ମାତ୍ରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ପଶୁ ପାଳକ କହିଛନ୍ତି ଯେ ତାଙ୍କ ଗୃହପାଳିତ ଛେଳି ସୋମବାର ଦିନ ଏକ ସନ୍ତାନ ଜନ୍ମ କଲା, ସେତେବେଳେ ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ଯେତେବେଳେ ମୁଁ ଛେଳିର ପିଲାକୁ ଭଲ ଭାବରେ ଦେଖିଲି, ଚେହେରା ଠିକ୍ ମଣିଷ ପରି ଦେଖାଯାଉଥିଲା। ଏପରିକି ଏହି ଛେଳି ଛୁଆର ଲାଞ୍ଜ ମଧ୍ୟ ଦେଖାଯାଉନଥିଲା । ତେବେ ଅଧ ଘଣ୍ଟା ମଧ୍ୟରେ ଶିଶୁଟିର ମୃତ୍ୟୁ ଘଟିଥିଲା ।

ଏନେଇ ବିଭିନ୍ନ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଛୁଆଟି ଠିକଭାବେ ବିକଶିତ ହୋଇପାରିନଥିବା ଫଟୋରେ ଦୃଶ୍ୟମାନ ହେଉଛି । ତେବେ ଛେଳିର ଗର୍ଭରୁ କେହି ପୂର୍ବଜ ଜନ୍ମଲାଭ କରିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ଲୋକେ ପରେ ଉକ୍ତ ଛୁଆଟିକୁ ଯଥାରୀତିରେ ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.