ସରକାରୀ ଅଫିସରୁ ଫାଇଲ ଚୋରି କଲା ଛେଳି, ତା ପରେ ଏମିତି କିଛି ଘଟିଗଲା

ବିଭିନ୍ନ ସୋସିଆଲ ମିଡ଼ିଆରେ ଏବେ ଏକ ସରକାରୀ ଅଫିସର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶ ରାଜ୍ୟ କାନପୁର ସହରରେ ହିଁ ଘଟିଛି ଏମିତି ଏକ ଘଟଣା । ଏଠାକାର ଏକ ସରକାରୀ ଅଫିସରେ ହଟାତ ଏକ ଛେଳି ପଶିଯାଇଥିଲା । ଆଉ ଏକ ଫାଇଲ ନେଇ ଦୌଡ଼ି ପଳେଇଥିଲା । ଫାଇଲଟା ନିହାତି ରୂପେ ଅତି ଜରୁରୀ ଫାଇଲ ଥିଲା । ତେଣୁ ଛେଳିଟି ପାଟିରେ ଫାଇଲଟିକୁ ଧରି ଦୌଡିବା ମାତ୍ରେ ତା ପଛେ ପଛେ ସରକାରୀ କର୍ମଚାରୀ ମାନେ ବି ଖୁବ ଜୋରରେ ଦୌଡ଼ିଥିଲେ । କୌଣସି ଉପାୟରେ ହେଉ ପଛକେ ଛେଳି ପାଟିରୁ ଫାଇଲଟିକୁ ଛଡେଇବାକୁ ଚେଷ୍ଟା କରୁଥିଲେ ଲୋକମାନେ | ଅନ୍ୟ ପକ୍ଷରେ ଛେଳିଟି ବି ଛାଡିବା ଜନ୍ତୁ ନଥିଲା । ସେ ବି ତା ପାରୁପର୍ଯ୍ୟନ୍ତ ଦୌଡ଼ି ଚାଲିଥିଲା ।

 

 

 

୨୨ ସେକେଣ୍ଡର ଏହି ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ ଏକ କଳା ରଙ୍ଗର ଛେଳି ମୁହଁରେ କିଛି କାଗଜ ଧରି ଛିଡା ହୋଇଛି । ଯେବେ ଜଣେ ବ୍ୟକ୍ତି ତା ନିକଟରେ ପହଂଚୁଛନ୍ତି ସେ ଛେଳିଟି ଦୌଡ଼ିବାରେ ଲାଗୁଛି । ଦୃଶ୍ୟଟିକୁ ଦେଖିଲେ ଲାଗୁଛି ଯେମିତି ପଛରେ ଧାଉଁଥିବା ବ୍ୟକ୍ତି ଜଣକ ତା ଠାରୁ ସେହି ଫାଇଲଟିକୁ ଛଡେଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯେତେ ଚେଷ୍ଟା କଲେ ବି ତା ହାତକୁ ଆସୁନାହିଁ | ସେହି ବ୍ୟକ୍ତି ଓ ଛେଳିର ଦୌଡକୁ ଦେଖି ସେଠାରେ ଥିବା ଆଖପାଖର ଲୋକେ ଭରପୁର ଫାଇଦା ଉଠାଉଛନ୍ତି ।

ଭିଡିଓଟିକୁ ଡିସେମ୍ବର ୧ ତାରିଖରେ ଟ୍ୱିଟରରେ ସେୟାର କରାଯାଇଥିବାବେଳେ @apnarajeevnigam ଏହାର କ୍ୟାପ୍ସନରେ ଲେଖିଛନ୍ତି- କାନପୁର ଏକ ଅଜବ ସହର ଭାଇ । ଗୋଟେ ଛେଳି କାର୍ଯ୍ୟାଳୟରୁ ପେପର ଧରି ଦୌଡୁ ଥିବାବେଳେ କର୍ମଚାରୀ ବି ତା ପଛେ ପଛେ ଦୌଡୁଛନ୍ତି । ଏହି ଭିଡିଓଟି ଇଣ୍ଟରନେଟରେ ଖୁବ ଭାଇରଲ ହୋଇଛି । ଏହାକୁ ୩୭ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୪ ହଜାର ଲାଇକ୍ସ ମିଳିସାରିଲାଣି । ଅନେକ ୟୁଜର ନିଜ ନିଜ ପ୍ରତିକ୍ରିୟା ବି ଦେଇଛନ୍ତି । ଆଉ କେହି କେହି ତ ଲେଖିଛନ୍ତି “ଏହି ଛେଳିଟି ଏକ ସରକାରୀ ଛେଳି” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.