ଏସବୁ ଘରେ ମା’ଲକ୍ଷ୍ମୀଙ୍କ ସ୍ଥାନରେ ବାସ କରିଥାନ୍ତି ଗରିବ ଓ ଦାରିଦ୍ର୍ୟର ଦେବୀ ଅଲକ୍ଷ୍ମୀ, ଜାଣନ୍ତୁ କେମିତି ଲାଭ କରିବେ ଧନଦାତ୍ରୀଙ୍କ କୃପା

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳ ହେବାକୁ ଚାହିଁଥାନ୍ତି। ଏଣୁ ଧନ ପ୍ରାପ୍ତି ପାଇଁ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଯେଉଁ ଘରେ ଲକ୍ଷ୍ମୀ ବାସ କରିଥାନ୍ତି ସେଠାରେ କେବେ ବି କୌଣସି ଜିନିଷର ଅଭାବ ରହେନାହିଁ। ଲକ୍ଷ୍ମୀ ଧନଧାନ୍ୟ, ସୁଖ ସମ୍ପତ୍ତିର ଦେବୀ। ଅନ୍ୟପଟେ ଗରିବ, ରୋଗ ଓ ଦରିଦ୍ରତାର ମଧ୍ୟ ଜଣେ ଦେବୀ ଅଛନ୍ତି। ତାଙ୍କ ନାଁ ହେଉଛି ଅଲକ୍ଷ୍ମୀ। ଦେବୀ ଅଲକ୍ଷ୍ମୀ ମା’ ଲକ୍ଷ୍ମୀଙ୍କ ବଡ଼ ଭଉଣୀ। କେତେକ କାରଣରୁ ଘରେ ଦେବୀ ଲକ୍ଷ୍ମୀଙ୍କ ସ୍ଥାନରେ ଅଲକ୍ଷ୍ମୀ ବାସ କରିଥାନ୍ତି। ଆସନ୍ତୁ ଜାଣିବା କ’ଣ ସେହି କାରଣ…

  • ଯେଉଁ ଘର ଅପରିଷ୍କାର ହୋଇଥାଏ ସେଠାରେ ଅଲକ୍ଷ୍ମୀ ବାସ କରନ୍ତି।
  • ଘରେ ସବୁବେଳେ କଳି ଝଗଡ଼ା, ପାଟିତୁଣ୍ଡ ଲାଗି ରହିଲେ ଲକ୍ଷ୍ମୀ ଚାଲିଯାଆନ୍ତି। ସେଭଳି ଘରେ ଅଲକ୍ଷ୍ମୀ ରହିଥାନ୍ତି। ଫଳରେ ଘରେ ସବୁବେଳେ ଦାରିଦ୍ର୍ୟତା ଲାଗି ରହେ।
  • ଯେଉଁ ବ୍ୟକ୍ତି ଅପରିଷ୍କାର ପୋଷାକ ପିନ୍ଧିଥାନ୍ତି ଓ ଜୀବଜନ୍ତୁଙ୍କୁ ହଇରାଣ କରିଥାନ୍ତି, ସେମାନଙ୍କ ଘରେ ଅଲକ୍ଷ୍ମୀ ବାସ କରିଥାନ୍ତି।
  • ଦେବୀ ଲକ୍ଷ୍ମୀଙ୍କ ପୂଜା କରୁଥିଲେ ମଧ୍ୟ ଯେଉଁମାନଙ୍କ ପାଖରେ ଟଙ୍କା ରହେ ନାହିଁ, ସେମାନଙ୍କ ଉପରେ ଲକ୍ଷ୍ମୀଙ୍କ ପ୍ରଭାବ ରହିଥାଏ।

କେମିତି ପାଇବେ ଲକ୍ଷ୍ମୀଙ୍କ କୃପା:

  • ଘରେ ପେଚା ଉପରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ରଖିବା ଅନୁଚିତ।
  • ଲକ୍ଷ୍ମୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ।
  • ପଦ୍ମଫୁଲରେ ବସିଥିବା ଲକ୍ଷ୍ମୀଙ୍କ ଫଟୋକୁ ଶୁଭ ବିବେଚନା କରାଯାଏ। ଘର ଓ ଦୋକାନରେ ଏଭଳି ଫଟୋ ରଖିବା ଦ୍ୱାରା ଧନଧାନ୍ୟ ବୃଦ୍ଧି ପାଏ।