ବାହାଘରର ଚାଲ୍ ଚଲେଇ ଆନ୍ଧ୍ର ବରକୁ ଠକିଲେ, ଚତୁରୀ ମା’ ଝିଅକୁ ବାନ୍ଧିଲା ପୋଲିସ

ବାହାଘର ନାଁରେ ହରିଲୁଟ । ବିବାହିତ ହୋଇବି ଆନ୍ଧ୍ର ବର ଉପରେ ଥୋପ ପକେଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ହେଉଥିଲା ଠକେଇ । ଆନ୍ଧ୍ର ବରକୁ ଚୂନା ଲଗାଇ ମାଆ ଓ ଝିଅ ସାଜିଥିଲେ ଚତୁରୀ । କିନ୍ତୁ ମହଙ୍ଗା ପଡ଼ିଲା ଆନ୍ଧ୍ର ବରକୁ ଚୂନ ଲଗାଇବା। ଗିରଫ ହେଲେ ମା ଓ ଝିଅ । ମା ମମତା ଦାସ ଓ ଝିଅ ଲକ୍ଷ୍ମୀ ଦାସଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ ।

ବର ହେଉଛି ଇଚ୍ଛାପୁରମର ବି ଶଙ୍କର ଭୁବନେଶ୍ୱରର ମମତା ଦାସଙ୍କ ଝିଅ ଲକ୍ଷ୍ମୀ ଦାସଙ୍କ ସହ ବାହାଘର ଠିକ ହୋଇଥିଲା। ଗତ ୨୧ରେ ହୋଇଥିଲା ନିର୍ବନ୍ଧ । ୨୩ ରେ ହୋଇଥାନ୍ତା ବାହାଘର। ହେଲେ ତା ପୂର୍ବରୁ ଟଙ୍କା ସୁନା ନେଇ ଛୁ ମାରିଥିଲେ ବାପ ଝିଅ । ଆଉ ସିଧା ସିଧା ମନା କରିଦେଲେ ବାହା ହେବା ପାଇଁ । ଯାହାକୁ ନେଇ ପୁଅ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୁଅ ଘର ଜାଣିଲେ ଯେ ଝିଅ ପୂର୍ବରୁ ବିବାହିତା ଓ ଗୋଟିଏ ସନ୍ତାନ ମଧ୍ୟ ରହିଛି । ଝିଅ ଘର ଲୋକଙ୍କୁ ସେମାନେ ଦେଇଥିବା ସୁନା ଗହଣା, ଟଙ୍କା ମାଗିଥିଲେ ହେଲେ ତାଙ୍କୁ ମାଡ଼ ମାରି ଫେରାଇ ଦେଇଥିଲେ ଝିଅଘର । ଯାହାଫଳରେ ତାଙ୍କର ପୁଅ ଘର ଲୋକଙ୍କର ରାଗ ବଢ଼ିଥିଲା । ସେ ଥାନାରେ ଅଭିଯୋଗ କରିଥିଲେ । ସେପଟେ ଝିଅର ମା’ ମମତା ଦାସ କହିଛନ୍ତି ମଧ୍ୟସ୍ଥି ଥିବା କୃଷ୍ଣ ନାୟକ ଆମକୁ ଠକି ଦେଇଛି ।

ଏହି ଘଟଣାରେ ମଧ୍ୟସ୍ଥି କୃଷ୍ଣ ନାୟକ ପ୍ରତିକ୍ରିୟା ରଖିଛନ୍ତି ଯେ ମମତା ଦାସ ତାଙ୍କ ଝିଅ ପାଇଁ ପ୍ରସ୍ତାବ ଦେଖିବାକୁ କହିଥିଲେ । ହେଲେ ସେ ଜାଣି ନଥିଲେ ଯେ ସେ ପୂର୍ବରୁ ବିବାହିତା ବୋଲି । ଅନ୍ୟ ପଟେ ଲକ୍ଷ୍ମୀର ଶାଶୁ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ସେମାନେ ଗଣ ମାଧ୍ୟମରେ ବୋହୂ ଅନ୍ୟ ଆଡ଼େ ବାହା ହେଉଥିବା ଦେଖି ତାଙ୍କ ସମୁଦୀ ଘରକୁ ଯାଇଥିଲେ ତାଙ୍କ ନାତି କୁ ଆଣିବା ପାଇଁ । ହେଲେ ତାଙ୍କୁ ମାଡ ମାରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଏବେ ନିଜ ନାତିକୁ ଘରକୁ ଫେରାଇବା ଆଣିବା ପାଇଁ ଦାବି କରିଛନ୍ତି ।

ତେବେ ମା’ ଝିଅ ଏପରି ବାହାଘରର ଚାଲ୍ ଚଲେଇଥିଲେ କେହି ତାଙ୍କ ଟେର୍ ବି ପାଇନଥିଲେ । ରେଷ୍ଟୁରାଣ୍ଟରେ ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବହାଘର ଦିନ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ୍ ମାରିଥିଲେ ଝିଅ ଘର ଲୋକେ । ପୋଲିସ ତଦନ୍ତ ପରେ କରିତ୍ କର୍ମା ଝିଅ ସମ୍ପର୍କରେ ଖୁଲାସା ହୋଇଥିଲା ।

 

Also Read:କାମ କରୁଥିବା ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ, କ୍ଷତିପୂରଣ ଦାବି ନେଇ ତାତିଲେ ଲୋକେ