ଗୋଲ୍ଡ ମ୍ୟାନ୍ ପ୍ରେମ୍ ସିଂ, ଯିଏ ବୁଲନ୍ତି ସୁନାର ବୁଲେଟରେ
ବିହାର: ଆପଣ ହୁଏତ ଅନେକ ମଡେଲର ବୁଲେଟ୍ ରାସ୍ତାରେ ଚାଲୁଥିବାର ଦେଖିଥିବେ, କିନ୍ତୁ ଆପଣ କେବେ ସୁନା ବୁଲେଟ୍ ଚାଲୁଥିବାର ଦେଖିଛନ୍ତି କି? ଯଦି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ସୁନାର ବୁଲେଟ୍ ବିଷୟରେ କହିବାକୁ ଯାଉଛୁ । ଏହି ବୁଲେଟଟି ୨୪ କ୍ୟାରେଟ୍ ସୁନାରେ ଆବୃତ ହୋଇଛି । ପ୍ରାୟ ୨୦୦ ରୁ ୩୦୦ ଗ୍ରାମ ସୁନା ଲଗାଯାଇଛି । ଏହା କରିବା ପାଇଁ ପ୍ରାୟ ୧୩ ରୁ ୧୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି କାମ କେବଳ ସେହି ବ୍ୟକ୍ତି କରିପାରିବେ ଯାହାର ସୁନା ପ୍ରତି ଅଧିକ ଦୁର୍ବଳତା ରହିଥିବ । ତେବେ ସମଗ୍ର ବିହାରରେ କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ସିଧାସଳଖ ସୁନା ପ୍ରତି ନିଜର ପ୍ରେମ ବ୍ୟକ୍ତ କରନ୍ତି । ତାଙ୍କ ନା ହେଉଛି ପ୍ରେମ୍ କୁମାର ସିଂ । ଯିଏ ବିହାରର ଗୋଲ୍ଡ ମ୍ୟାନ୍ ଭାବରେ ଜଣାଶୁଣା ।
ଏହି ଗୋଲ୍ଡ ମ୍ୟାନଙ୍କ ଦେହ ସାରା ସୁନା । ସୁନା ପିନ୍ଧିବାର ସୌକ୍। ଦେହ ସାରା ଯୁଆଡ଼େ ଚାହିଁଲେ ସୁନା ଆଉ ସୁନା। ଚାରିଆଡ଼େ ସୁନାର ଅଳଙ୍କାର। ବେକରେ ସୁନାର ମୋଟା ଚେନ୍। ଦଉଡ଼ି ଭଳି ମୋଟା ହୋଇଛି ସୁନା ଚେନ୍ । ମୁଣ୍ଡର ପଗଡ଼ିରେ ବି ଲାଗିଛି ସୁନା । ହାତର ସବୁ ଆଙ୍ଗୁଠିରେ ବଡ଼ ବଡ଼ ସୁନା ମୁଦି। ରିଷ୍ଟରେ ସୁନାର ଅଳଙ୍କାର। କେବଳ ସେତିକି ନୁହେଁ, ଆପଣ ଦେଖୁଥିବା ମୋଟର ସାଇଲେରେ ବି ଲାଗିଛି ସୁନା । ଏହି ସୁନାର ବୁଲେଟରେ ବୁଲୁଛନ୍ତି ଗୋଲ୍ଡ ମ୍ୟାନ୍ । ବିହାର ପାଟନାର ଏହି ଗୋଲ୍ଡ ମ୍ୟାନଙ୍କ ସୁନା ଅଳଙ୍କାର ପିନ୍ଧିବା ଏକ ହବିରେ ପରିଣତ ହୋଇଛି ।
ପ୍ରେମ୍ ସିଂ କୁହନ୍ତି ଯେ ସେ ୫୦ ଗ୍ରାମରୁ ଆରମ୍ଭ କରିଥିଲେ, କିନ୍ତୁ ସମୟ କ୍ରମେ ସୁନା ଧୀରେ ଧୀରେ ବଢିବାକୁ ଲାଗିଲା ଏବଂ ଆଜି ଏହା ୫ କିଲୋଗ୍ରାମ ୪୦୦ ଗ୍ରାମରେ ପହଁଚିଛି । ପ୍ରେମ୍ ସିଂ ଦାବି କରିଛନ୍ତି ଯେ ସେ ବିହାରର ପ୍ରଥମ ସୁନା ମଣିଷ ଏବଂ ଦେଶର ଦ୍ୱିତୀୟ ସୁନା ମଣିଷ । ଯିଏ ପ୍ରଥମ ସ୍ଥାନରେ ଅଛନ୍ତି ସେ ପ୍ରାୟ ୭ ରୁ ୮ କିଲୋଗ୍ରାମ ସୁନା ପିନ୍ଧନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ଦିନେ ସେ ଦ୍ୱିତୀୟ ସ୍ଥାନରୁ ପ୍ରଥମ ସ୍ଥାନକୁ ଯିବେ । ଏଥିପାଇଁ ସେ ଲଗାତାର ସୁନା କ୍ରୟ କରିବାରେ ଲାଗିଛନ୍ତି । ବୁଲେଟ୍ ପରେ, ବର୍ତ୍ତମାନ ସେ ସୁନାର ପଗଡି ଏବଂ ଚଷମା ତିଆରି କରୁଛନ୍ତି ।