କନ୍ୟା ମୁଣ୍ଡରେ ଗୁପ୍‌ଚୁପ ମୁକୁଟ! ବେକରେ ଗୁପ୍‌ଚୁପ ମାଳା, ଆଉ ଥାଳିରେ ବି ସଜା ହୋଇଛି ଗୁପ୍‌ଚୁପ, ଦେଖନ୍ତୁ ଭାଇରାଲ ଭିଡିଓ

ସମସ୍ତେ ଜାଣନ୍ତି, ଗୁପ୍‌ଚୁପ ଖାଇବା ପ୍ରତି ଝିଅମାନଙ୍କର ବହୁତ ଦୁର୍ବଳତା ରହିଥାଏ। କୌଣସି ପାର୍ଟି, ଫଙ୍କସନରେ ଝିଅମାନେ ପ୍ରଥମେ ଗୁପ୍‌ଚୁପ ଷ୍ଟଲ ଆଡ଼କୁ ହିଁ ଆଗଭର ହୋଇ ଚାଲିଯାଆନ୍ତି। କିନ୍ତୁ କ’ଣ କେବେ ଦେଖିଛନ୍ତି କି, କେହି ନିଜ ବିବାହରେ ଗୁପ୍‌ଚୁପ ମୁକୁଟ ପିନ୍ଧି ବସିଥିବାର? ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ ଯେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ବିବାହରେ କନ୍ୟା ଏକ ସୁନ୍ଦର ଡ୍ରେସ୍‌ ପିନ୍ଧି ବସିଛି। ଏହି ସମୟରେ ତାଙ୍କ ଘରର କେହି ଜଣେ ସଦସ୍ୟ ଆସି ତାଙ୍କ ମୁଣ୍ଡ ଉପରେ ଗୁପ୍‌ଚୁପ ମୁକୁଟ ରଖି ଦେଉଛନ୍ତି। ଏହା ଦେଖି କନ୍ୟା ଜଣକ ବହୁତ ଖୁସି ହୋଇ ହସିବାକୁ ଲାଗୁଛନ୍ତି। ଏତିକି ନୁହେଁ, ତାଙ୍କ ବେକରେ ମଧ୍ୟ ଗୁପ୍‌ଚୁପର ମାଳା ପଡ଼ିଛି। ସାମ୍ନାରେ ଟେବୁଲ ଉପରେ ଯେଉଁ ଖାଦ୍ୟ ରଖାଯାଇଛି, ତା’ ଚାରିପଟେ ବି ଗୁପ୍‌ଚୁପଗୁଡ଼ିକୁ ସଜେଇ କରି ରଖାଯାଇଛି।

ଭିଡିଓ ଭାଇରାଲ ହେବା ପରେ ଏହା ଉପରେ ୟୁଜରମାନଙ୍କର ମଜାଦାର କମେଣ୍ଟ ସବୁ ଆସିବାରେ ଲାଗିଛି। ଜଣେ ୟୁଜର କହିଛନ୍ତି, ‘ଏମିତି କିଏ କରିଥାଏ ଭାଇ’। ଆଉ ଜଣେ ଲେଖିଛନ୍ତି, ‘ଝିଅମାନଙ୍କୁ ଏତେ ଗୁପ୍‌ଚୁପ କାହିଁକି ପସନ୍ଦ’। ସେହିପରି ଅନ୍ୟ ଜଣେ ଲେଖିଥିଲେ କି, ‘ପାନିପୁରୀ ଷ୍ଟାଇଲରେ ବିବାହ କରିବାର ଅଜବ ଟ୍ରେଣ୍ଡ’। ସେପେଟ ନେଟିଜେନ୍ସଙ୍କୁ ଭିଡିଓଟି ଖୁବ୍‌ ପସନ୍ଦ ଆସିଛି। ସେମାନେ ନିଜ ସାଙ୍ଗ, ସମ୍ପର୍କୀୟମାନଙ୍କୁ ଟ୍ୟାଗ୍‌ କରି ବିବାହରେ ଏମିତି ପ୍ଲାନ୍‌ କରିବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.