ଆସନ୍ତା ୧୦ ଦିନ ଏହି ୪ଟି ରାଶି ପାଇଁ ଅତ୍ୟନ୍ତ ଲାଭଦାୟୀ, ବର୍ଷିବ ଗ୍ରହରାଜ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ

ସୂର୍ଯ୍ୟଙ୍କୁ ସବୁ ଗ୍ରହର ରାଜା ବୋଲି କୁହାଯାଏ। ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ବିରାଜମାନ ଅଛନ୍ତି। ୧୩ ଫେବ୍ରୁଆରୀ ଯାଏଁ ସୂର୍ଯ୍ୟ ମକର ରାଶିରେ ହିଁ ରହିବେ। ସୂର୍ଯ୍ୟ ଦେବ ମକର ରାଶିରେ ରହି କିଛି ରାଶି ଉପରେ ବିଶେଷ ଭାବେ କୃପା କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ସୂର୍ଯ୍ୟଙ୍କୁ ଆତ୍ମା, ପିତା, ମାନ-ସମ୍ମାନ, ସଫଳତା, ପ୍ରଗତି, ସରକାରୀ ଓ ବେସରକାରୀ କ୍ଷେତ୍ରରେ ଉଚ୍ଚ ସେବାର କାରକ ଗ୍ରହ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ଆସନ୍ତା ୧୦ ଦିନ କେଉଁ କେଉଁ ରାଶିଙ୍କ ପାଇଁ ଫଳ ଦାୟୀ ତଥା ଶୁଭ ସାବ୍ୟସ୍ତ ହେବ…

ସିଂହ:

ବ୍ୟବସାୟ ବଢ଼ିବ। ଭାଇମାନଙ୍କ ସହଯୋଗ ମିଳିବ। ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ। ବସ୍ତ୍ରାଦି ଉପହାରରେ ମିଳିବ। ଚାକିରି ପରିବର୍ତ୍ତନ ହେବ। ଏଣୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିପାରେ। ମା’ଙ୍କ ସହଯୋଗ ମିଳିବ। ବାହନ ସୁଖ ମିଳିବ। ଚାକିରିରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ।

କନ୍ୟା:

ବାଣୀରେ ମଧୁରତା ରହିବ। ପରିବାରର ସହଯୋଗ ମିଳିବ। ବ୍ୟବସାୟରେ ସ୍ଥିତି ସୁଧୁରିବ। ଘର-ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। କୌଣସି ବନ୍ଧୁଙ୍କ ସହଯୋଗ ମିଳିବ। ସବୁ କ୍ଷେତ୍ରରେ ଲାଭବାନ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସହ କୌଣସି ଧାର୍ମିକ ସ୍ଥଳ ଯାତ୍ରା କରିପାରନ୍ତି।

ବିଛା:

ଆତ୍ମବିଶ୍ୱାସ ବଢ଼ିବ। ଘର-ପରିବାରରେ ସୁଖ ସୁବିଧା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହେବ। ମା’ଙ୍କ ସହଯୋଗ ମିଳିବ। ଲାଭରେ ବୃଦ୍ଧିର ସମ୍ଭାବନା ରହିଛି। ଚାକିରିରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ଧନ ଲାଭ ହେବ।

ମୀନ:

ମନ ପ୍ରସନ୍ନ ରହିବ। ଚାକିରିରେ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିପାରେ। ଆୟ ବଢ଼ିବ। ଅଫିସରଙ୍କ ସହଯୋଗ ମିଳିବ। ପରିବାରର ମଧ୍ୟ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ପ୍ରଦ ରହିବ।

Leave A Reply

Your email address will not be published.