ଘରକୁ ଆସୁଥବା ଅତିଥିଙ୍କୁ ଚିହ୍ନିପାରିବ ଗୁଗଲର ଏହି ନୂଆ ଟେକନିକ୍ !

ବର୍ତ୍ତମାନ ସୁଦ୍ଧା ଗୁଗଲରେ ଆମେ ଦୁନିଆସାରା ସବୁ ତଥ୍ଯ ଜାଣିପାରୁଥିଲେ,କିନ୍ତୁ ଆପଣଙ୍କ ଘରକୁ କିଏ ଆସିଛନ୍ତି ତାହାର ସୂଚନା ଗୁଗଲ ଦ୍ବାରା ଆମକୁ ମିଳି ପାରୁ ନ ଥିଲା । ବର୍ତ୍ତମାନ ଗୁଗଲ ଏକ ନୂଆ ଟେକନିକ ବାଲା ଡୋର ବେଲ ଆଣିଛି । ଯାହାର ନାମ ’ନେଷ୍ଟବେଲ’ ରହିଛି । ଏହା ଆପଣଙ୍କ ଘରକୁ ଆସିଥିବା ଅତିଥିଙ୍କୁ ଚିହ୍ନିପାରିବ । ଏହା ଫେସିଅଲ ରେକଗନିସନ ବିଶିଷ୍ଟ ,ଯାହାକି କବାଟ ପାଖରେ ଛିଡା ହୋଇଥିବା ବ୍ଯକ୍ତିଙ୍କ ଭିଡିଓ ମଧ୍ୟ ରେକଡିଂ କରିପାରିବ ।

ୱାଇଫାଇ ସହ ସଂଯୁକ୍ତ ଏହି ଡୋରବେଲ ରେ ଏକ ୱାଇଡ ଏଙ୍ଗଲ କ୍ଯାମେରା ଲଗାଯାଇଛି ଯାହା ଦ୍ବାରା ହାଇ ଡେଫିନିସନ ରେକଡିଂ ହୋଇପାରିବ । ଏହା ନାଇଟ ଭିଜନ ମୋଡରେ କାମ କରିଥାଏ । କେବଳ ଏତିକି ନୁହେଁ ଏହା ଦ୍ବାରା ଘର ଭିତରେ ଥିବା ବ୍ଯକ୍ତି, କବାଟ ପାଖରେ ଛିଡା ହୋଇଥିବା ବ୍ଯକ୍ତିଙ୍କ ସହ ଲାଇଭ ଚାର୍ଟ କରିପାରିବେ । ଏହାର ଆହୁରି ମଧ୍ୟ ଏକ ସୁବିଧା ରହିଛି ଯଦି ଘର ଭିତରେ ଗୁଗଲ ଆସିଷ୍ଟାଣ୍ଟ ସ୍ପିକର ଲଗାଯାଇଥାଏ ତାହେଲେ, ଏହି ଡୋରବେଲ ନିଜେ ଚିତ୍କାର କରି କହିବ ଯେ କବାଟ ପାଖରେ କିଏ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.