ଠାକୁର ଗୋପାଳଜୀଉଙ୍କ ଉତ୍ସବରେ ଗାଁ ଦାଣ୍ଡ ଉତ୍ସବମୁଖର

ବାରମାସରେ ତେର ପର୍ବ । ପ୍ରତ୍ଯେକ ଗାଁରେ ଦେଖିବାକୁ ମିଳିଥାଏ ଭିନ୍ନ ଭିନ୍ନ ପରମ୍ପରା ଭିନ୍ନ ଭିନ୍ନ ରିତିନୀତି । ତାରି ପଛରେ ଥାଏ କେବଳ ଗୋଟିଏ କଥା ଯେ ଇଶ୍ୱରଙ୍କୁ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିବା । ଆଉ ତାଙ୍କର କୃପା ଲାଭ କରି ଜୀବନ ସଂସାରରୁ ପାର ହେବା । ଏଭଳି ଏକ ଭକ୍ତି ପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଗାଁରେ । ଗ୍ରାମବାସୀ ମିିଳିତ ହୋଇ ପାଳନ କରିଥିଲେ ଠାକୁରଙ୍କ ଉତ୍ସବ ।

ଏହି ପବିତ୍ର ଅବସରରେ ହରି ନାମ ଓ ବେଦ ମନ୍ତ୍ରରେ ଗୁଞ୍ଜରିତ ହୋଇ ପଡ଼ୁଛି ଉତ୍ସବ ସ୍ଥଳ । ହୋମ ନିଆଁରେ ସୃଷ୍ଟି ହେଉଛି ଆଧ୍ଯାତ୍ମିକ ପରିବେଶ । ବ୍ରାହ୍ମଣ, ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ଯନ୍ତ ସମସ୍ତେ ବିଭୂ ପ୍ରେମରେ ହୋଇ ପଡ଼ିଛନ୍ତି ଏକାକାର । ନିଜର ମଥା ପାତି ଭଗବାନଙ୍କୁ ପ୍ରଣାମ କରି ସମସ୍ତ ଙ୍କ ମଙ୍ଗଳ କାମନା କରୁଛନ୍ତି ଉପସ୍ଥିତ ଶ୍ରଦ୍ଧାଳୁ ।

ଗ୍ରାମର ଆରାଧ୍ଯ ଠାକୁର ପ୍ରଭୁ ଗୋପାଳଜୀଉଙ୍କ ବାର୍ଷିକ ପୂଜା ଉତ୍ସବ ପ୍ରତିବର୍ଷ ଏଭଳି ଭାବେ ଆୟାଜନ କରାଯାଇଥାଏ। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ପ୍ରଥମେ ସ୍ଥାନୀୟ ବଡ଼ ପୋଖରୀର ପାବନ ଜଳରୁ କଳସ ଉଠାଇଥିଲେ । ଏହା ପରେ ଆରାଧ୍ଯ ଠାକୁର ପ୍ରଭୁ ଗୋପାଳଜିଉ ଙ୍କ ବାର୍ଷିକ ଯଜ୍ଞ ଉତ୍ସବ ପାଇଁ ଚଳଚଂଚଳ ହୋଇ ଉଠିଥିଲା ଦାଣ୍ଡମୁକୁନ୍ଦପୁର ଗାଁ । ଦୀର୍ଘ ସାତ ଦିନ ଧରି ଆୟୋଜିତ ହେଉଥିବା ଘୃତ ଯଜ୍ଞର ଆୟୋଜନ ଆଉ ତା ସାଙ୍ଗକୁ ଗୋସେବା , ଚଣ୍ଡି ପୂଜା ସହ ଦେବାଦେବୀଙ୍କୁ ଆବାହନ କରାଯ ିବାର ପରମ୍ପରା ସତରେ ନିଆରା ।

ଗ୍ରାମରେ ଠାକୁରଙ୍କ ଯଜ୍ଞ ଉତ୍ସବ ଶେଷ ନ ହେବା ପର୍ଯ୍ଯନ୍ତ ଆମିଷ ପ୍ରବେଶ ହୋଇ ନଥାଏ । ସମସ୍ତେ ହବିଷାନ୍ନ ଭକ୍ଷଣ କରି ରହିଥା ନ୍ତି । ଏହି ଉତ୍ସବ ସେମାନଙ୍କର ମୂଖ୍ଯ ଉତ୍ସବ । ଆଉ ଏଥିରେ ସାମିଲ ହୋଇ ଭଗବାନଙ୍କ ସାନିଧ୍ଯ ପାଇବା ସହିତ ଭଗବତ ପ୍ରେମରେ ମଗ୍ନ ହେବାର ଅନୁଭବ ମିଳିଥାଏ ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି । ଗାଁରେ ଭାଇଚାର ସହିତ ସ୍ନେହ ଆଉ ସମ୍ପର୍କର ଏକତା ଡ଼ୋରୀରେ ବାନ୍ଧି ରଖିବା ପାଇଁ ଏହି ଉତ୍ସବ ନିଶ୍ଚୟ ମହତ୍ୱ ରଖେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.