Categories: ସ୍ପେଶାଲ

ସଫଳତା ଏବଂ ଶାନ୍ତି ପାଇଁ ଗୌତମ ବୁଦ୍ଧଙ୍କ ୧୦ଟି ଅମୂଲ୍ୟ ବାଣୀ

କୁହାଯାଏ ତିନୋଟି ଦୃଶ୍ୟ ଗୌତମଙ୍କ ବୁଦ୍ଧତ୍ୱ ପ୍ରାପ୍ତିର କାରଣ ହେବା ସହ ତାଙ୍କ ଜୀବନର ଗତିପଥକୁ ପରିବର୍ତ୍ତନ କରିଦେଇଥିଲା । ପ୍ରଥମତଃ ଜଣେ ରୋଗୀ, ଦ୍ୱିତୀୟତଃ ଜଣେ ବୃଦ୍ଧ ଏବଂ ତୃତୀୟତଃ ଏକ ଶବ । ଏହି ତିନୋଟି ଦୃଶ୍ୟ ଦେଖିବା ପରେ ସଂସାରର ସମସ୍ତ ରାଜକୀୟ ସୁଖ ସୁବିଧା ପରିତ୍ୟାଗ କରି ଜ୍ଞାନ ଓ ମୁକ୍ତି ପଥ ଅନୁସନ୍ଧାନ ପାଇଁ ଗୌତମ ଅଗ୍ରସର ହୋଇଥିଲେ ।

ସୁଖ ସୁବିଧା ପ୍ରତି ତାଙ୍କର ନିରାସକ୍ତ ଭାବ ତାଙ୍କୁ ରାଜକୁମାର ଗୌତମରୁ ବୁଦ୍ଧ ଭଗବାନରେ ପରିଣତ କରି ଦେଇଥଲା । ପରବର୍ତ୍ତୀ ସମୟରେ ତାଙ୍କର ଜ୍ଞାନ ସମଗ୍ର ମାନବ ସମାଜକୁ ଏକ ନୂତନ ଦିଗ୍ ଦର୍ଶନ ପ୍ରଦାନ କରିଥିଲା । ତେବେ ଆସନ୍ତୁ ଜାଣିବା ଭଗବାନ ବୁଦ୍ଧଙ୍କର ୧୨ଟି ବଚନ ଯାହାକୁ ଗ୍ରହଣ କଲେ ଜୀବନରେ ସଫଳତା ଓ ଶାନ୍ତି ପ୍ରାପ୍ତି ହେବ ।

-ପଶୁ ଅପେକ୍ଷା ଦୃଷ୍ଟ ବନ୍ଧୁକୁ ଡରିବା ଉଚିତ୍‍। ପଶୁ କେବଳ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ଥାଏ କିନ୍ତୁ ଦୃଷ୍ଟ ପ୍ରକୃତିର ବନ୍ଧୁ ଜଣଙ୍କ ବୁଦ୍ଧିକୁ ନଷ୍ଟ କରିଥାଏ ।

-ସ୍ବାସ୍ଥ୍ୟ ହିଁ ସବୁଠାରୁ ବଡ ଉପହାର, ସନ୍ତୋଷ ସବୁଠାରୁ ବଡ ଧନ, ବିଶ୍ୱାସନୀୟତା ସବୁଠାରୁ ବଡ ସମ୍ପର୍କ ।

-ଘୃଣା କଲେ ଘୃଣା କମ୍‍ ହୁଏନି ବରଂ ପ୍ରେମରେ ଘୃଣା କମ୍‍ ହୁଏ । ଏହା ହେଉଛି ଶାଶ୍ୱତ ନିୟମ ।

-ତୁମେ ନିଜର କ୍ରୋଧ ପାଇଁ ଦଣ୍ଡ ପାଇବନାହିଁ  ବରଂ ନିଜର କ୍ରୋଧ ଦ୍ୱାରା ଦଣ୍ଡ ପାଇବ ।

-ସବୁ ଖରାପ କାର୍ଯ୍ୟ ମନରୁ ଆସେ, ଯଦି ମନ ପରିବର୍ତ୍ତନ ହୋଇଯାଏ ତେବେ କୌଣସି ଖରାପ କାର୍ଯ୍ୟ ହେବନାହିଁ।

-ଅତୀତକୁ ଧ୍ୟାନ ଦେବା ଉଚିତ୍‍ ନୁହେଁ, ଭବିଷ୍ୟତ କଥା ଚିନ୍ତା ନ କରି କେବଳ ବର୍ତ୍ତମାନ ଉପରେ ଧ୍ୟାନ ଦେବା ଉଚିତ୍‍ ।

– ଯେଉଁ ବ୍ୟକ୍ତି ଅନ୍ୟଙ୍କୁ ପ୍ରେମ କରେ ତାର ଅନେକ ଦୁଃଖ ଥାଏ ସତ, ଯେଉଁମାନେ ମୋହ ମାୟାରେ ଆବଦ୍ଧ ହୋଇ ରୁହନ୍ତି ନାହିଁ ସେମାନଙ୍କର କୌଣସି ଦୁଃଖ କଷ୍ଟ ନଥାଏ ।

-ନିଜ ହାତରେ ଅଙ୍ଗାର ନେଇ ଅନ୍ୟକୁ ପକାଇଲେ ଯେପରି ନିଜ ହାତ ଜଳେ, ସେହିପରି କ୍ରୋଧ କରିବା ଦ୍ୱାରା ନିଜର କ୍ଷତି ହୋଇଥାଏ।

– ନିଜ ଶରୀରକୁ ସୁସ୍ଥ ରଖିବା ଏକ ବଡ କର୍ତ୍ତବ୍ୟ । ନଚେତ ଆପଣ ନିଜ ମନକୁ ଓ ଚିନ୍ତାଧାରାକୁ ଉନ୍ନତମାନର ବା ସଫା ରଖିପାରିବେନାହିଁ ।

-ହଜାର ନିରର୍ଥକ ଶବ୍ଦଠାରୁ ଗୋଟିଏ ଭଲ ଶବ୍ଦ ସଂସାରକୁ ଶାନ୍ତି ଦିଏ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago