ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଦୁନିଆର ସେହି ଅଟ୍ଟାଳିକା ବିଷୟରେ ଯାହାକୁ ଭାଙ୍ଗିବା ବହୁତ ମୁସ୍କିଲ ହୋଇ ପଡିଛି। ଏହି ଅଟ୍ଟାଳିକା ଚୀନ ଏବଂ ଆମେରିବା ଭଳି ସହରରେ ରହିଛି। ଦୁନିଆରେ ବହୁତ ବଡ ଏବଂ ଉଚ୍ଚ ଅଟ୍ଟାଳିକା ଗଢ଼ା ହୋଇଛି, ଯାହା ବିଷୟରେ ଆପଣ ଜାଣିଥିବେ। କିନ୍ତୁ ଏହି ବିଲ୍ଡିଙ୍ଗ ବିଷୟରେ ଶୁଣି ନଥିବେ ଯାହା ଚୀନର ବନଲିଙ୍ଗ ସହରରେ ଏକଦମ ମଝିରେ ରହିଛି।
ଏହା ସହ ପଢ଼ନ୍ତୁ : ଏମିତି ଜଣେ ବ୍ଯକ୍ତି ଯାହାଙ୍କୁ ଛୁଇଁବା ମାତ୍ରେ ହୋଇଥାଏ ମୃତ୍ୟୁ
ଏହି ତିନି ମହଲା ବିଲ୍ଡିଙ୍ଗ ୨୦୧୨ରେ ନିର୍ମାଣ ହୋଇଥିଲା। କିନ୍ତୁ ଆଜି ପର୍ୟ୍ୟନ୍ତ ମଧ୍ୟ ଏହାକୁ ସେହି ଯାଗାରୁ ହଟା ଯାଇପାରିଲାନି।
ଚୀନର ଏହି ଅଟ୍ଟାଳିକାକୁ ’ନେଲ ହାଉସ’ କୁହାଯାଇଥାଏ, କାରଣ ଏହାକୁ ହଟାଇବାକୁ ବହୁତ ମୁସ୍କିଲ ହେଉଛି। ସରକାର ଏବଂ ପ୍ରୋପଟି ଡେଭଲପର ମାନଙ୍କ ନିଷ୍ପତିକୁ ଯେଉଁ ଘର ମାଲିକଙ୍କୁ ଭଲ ଲାଗୁନାହିଁ, ସେମାନେ ଘର ଛାଡିବା ପାଇଁ ମନା କରି ଦେଉଛନ୍ତି।
ଦୁନିଆରେ ସବୁକିଛି ବଦଳି ଯାଉଛି, ହେଲେ ଏହି ଅଟ୍ଟାଳିକା ସେହିଠାରେ ସେମିତି ଛିଡା ହୋଇ ରହିଛି। ଏହି ବିଲ୍ଡିଙ୍ଗ ସାଉଥ-ଇଷ୍ଟ ଚୀନରେ ଶୋନଜେନ ଶହରରେ ଥିବା ରେଳଷ୍ଟେସନ ପାଖରେ ଅଛି ।